ଫ୍ଲୋର୍ ଟେଷ୍ଟ ପୂର୍ବରୁ ହ୍ବିପ୍ ଜାରି କଲେ ଜେଏମ୍ଏମ୍-କଂଗ୍ରେସ
ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ହ୍ବିପ୍ ଜାରି କରିଛନ୍ତି ଜେଏମ୍ଏମ୍-କଂଗ୍ରେସ। ଉଭୟ ଦଳର ସମସ୍ତ ବିଧାୟକ ସୋମବାର ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କ ପାଖରେ ୪୭ ବିଧାୟକ ସମର୍ଥନ ଥିବା ମଧ୍ୟ ଦାବି କରାଯାଇଛି। ସଂଖ୍ୟାଗରିଷ୍ଠତାର ପ୍ରମାଣ ପୂର୍ବରୁ ୩ ଦିନ ହେଲା ହାଇଦ୍ରାବାଦରେ ରହିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ […] The post ଫ୍ଲୋର୍ ଟେଷ୍ଟ ପୂର୍ବରୁ ହ୍ବିପ୍ ଜାରି କଲେ ଜେଏମ୍ଏମ୍-କଂଗ୍ରେସ appeared first on Dharitri Odia News.
ରାଞ୍ଚି,୫।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ୍ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବେ। ଏହା ପୂର୍ବରୁ ହ୍ବିପ୍ ଜାରି କରିଛନ୍ତି ଜେଏମ୍ଏମ୍-କଂଗ୍ରେସ। ଉଭୟ ଦଳର ସମସ୍ତ ବିଧାୟକ ସୋମବାର ଗୃହରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସେମାନଙ୍କ ପାଖରେ ୪୭ ବିଧାୟକ ସମର୍ଥନ ଥିବା ମଧ୍ୟ ଦାବି କରାଯାଇଛି। ସଂଖ୍ୟାଗରିଷ୍ଠତାର ପ୍ରମାଣ ପୂର୍ବରୁ ୩ ଦିନ ହେଲା ହାଇଦ୍ରାବାଦରେ ରହିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍ଏମ୍) ନେତୃତ୍ୱାଧୀନ ମେଣ୍ଟର ବିଧାୟକମାନେ ରବିବାର ସ୍ବତନ୍ତ୍ର ବିମାନ ଯୋଗେ ରାଞ୍ଚି ଫେରିଛନ୍ତି। ଦୁର୍ନୀତି ମାମଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଗିରଫ ହୋଇଥିଲେ। ୨୪ ଘଣ୍ଟାର ଡ୍ରାମାବାଜି ପରେ ଶୁକ୍ରବାର ଚମ୍ପାଇ ସୋରେନ୍ଙ୍କୁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଘୋଡ଼ାବେପାର ଆଶଙ୍କା କରି ଶୁକ୍ରବାରଠାରୁ ଜେଏମ୍ଏମ୍ ନେତୃତ୍ୱାଧୀନ ମେଣ୍ଟର ୩୯ ବିଧାୟକ ହାଇଦ୍ରାବାଦ ଯାଇ ଶମିରପେଟ୍ସ୍ଥିତ ରିସୋର୍ଟରେ ରହିଥିଲେ।
The post ଫ୍ଲୋର୍ ଟେଷ୍ଟ ପୂର୍ବରୁ ହ୍ବିପ୍ ଜାରି କଲେ ଜେଏମ୍ଏମ୍-କଂଗ୍ରେସ appeared first on Dharitri Odia News.