୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…

ଭୁବନେଶ୍ୱର,୨୧ା୭: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ପିସିସି କମିଟି ଭାଙ୍ଗିବା ପରେ ତାରା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୩୦ ବର୍ଷ ଇତିହାସରେ ପ୍ରଥମଥର ଏମିତି ଘଟିଲା। ଯାହା ହେଲା ଭଲ ହେଲା। ପିସିସି କମିଟି ଭାଙ୍ଗିବା ଭଲ ବୋଲି କହିଛନ୍ତି ତାରା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏଆଇସିସି ଅନୁମୋଦନରେ ହୋଇଥିବା ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ। […] The post ୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା… appeared first on Dharitri Odia News.

୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା…

ଭୁବନେଶ୍ୱର,୨୧ା୭: କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଆଜି ପିସିସି କମିଟି ଭାଙ୍ଗିବା ପରେ ତାରା ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ୩୦ ବର୍ଷ ଇତିହାସରେ ପ୍ରଥମଥର ଏମିତି ଘଟିଲା। ଯାହା ହେଲା ଭଲ ହେଲା। ପିସିସି କମିଟି ଭାଙ୍ଗିବା ଭଲ ବୋଲି କହିଛନ୍ତି ତାରା। କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି, ଏଆଇସିସି ଅନୁମୋଦନରେ ହୋଇଥିବା ନିଷ୍ପତ୍ତି ନିଶ୍ଚିତ ସ୍ବାଗତଯୋଗ୍ୟ। ଯାହା ନିଷ୍ପତ୍ତି ନିଆଯାଇଛି ତାହା କଂଗ୍ରେସ ପାଇଁ ଭଲ।

ସୂଚନାଯୋଗ୍ୟ, ରାଜ୍ୟରେ ବିଧାନସଭା ଏବଂ ଲୋକ ସଭା ନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ପ୍ରଦେଶର ସମସ୍ତ କମିଟି ଭଙ୍ଗ କରିଛି ଭାରତୀୟ ଜାତୀୟ କଂଗ୍ରେସ(ଏଆଇସିସି)। ପିସିସି ସମେତ କାର୍ଯ୍ୟକାରୀ କମିଟି, ଜିଲା, ବ୍ଲକ୍‌ ଓ ମଣ୍ଡଳସ୍ତରୀୟ କମିଟି ମଧ୍ୟ ଭାଙ୍ଗିଛି କଂଗ୍ରେସ। ବର୍ତ୍ତମାନର ଜିଲା ସଭାପତିଙ୍କୁ କାମଚଳା ସଭାପତି ଦାୟିତ୍ୱ ଦିଆଯାଇଛି।

ଏଥିସହିତ ଓଡ଼ିଶା ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇବାର ଦେଢ଼ ମାସ ପରେ ବିଧାନସଭାରେ ବିଧାୟକ ଦଳ ନେତା ଚୟନ କରିଛି କଂଗ୍ରେସ। ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡ଼ାମଙ୍କୁ ବିଧାୟକ ଦଳ ନେତା ନିର୍ବାଚିତ କରିଛି। ଅଶୋକ ଦାସଙ୍କୁ ବିଧାୟକ ଦଳର ଉପନେତା ନିର୍ବାଚିତ କରାଯାଇଛି। ସେହିପରି ଡାକ୍ତର ସିଏସ ରାଜନ ଏକ୍କାଙ୍କୁ ଦଳର ମୁଖ୍ୟ ସଚେତକ ନିଯୁକ୍ତ କରାଯାଇଛି।

The post ୩୦ ବର୍ଷ ଇତିହାସରେ ପ୍ରଥମଥର ଘଟିଲା, ଯାହା ହେଲା ଭଲ ହେଲା, କାହିଁକି ଏପରି କହିଲେ ତାରା… appeared first on Dharitri Odia News.