ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ରିପୋର୍ଟ: କମିବ ଭାରତର ଅଭିବୃଦ୍ଧି ହାର

ନୂଆଦିଲ୍ଲୀ: କମିବ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର। କାରଣ ଆମେରିକାର ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଏହାର ରିପୋର୍ଟରେ ଭାରତର ଅଭିବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ, କମ୍ପାନୀ ଏହାର ରିପୋର୍ଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କଠୋର ନୀତିକୁ ଦାୟୀ କରିଛି। ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଅନୁଯାୟୀ, ସୁଧ ହାର ନିଷ୍ପତ୍ତି କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କର କଠୋରତା ହେତୁ ଘରୋଇ ଋଣ ନେବାରେ ମାନ୍ଦାବସ୍ଥା […]

ଗୋଲ୍ଡ ମ୍ୟାନ୍‌ ସ୍ୟାଚ୍‌ ରିପୋର୍ଟ: କମିବ ଭାରତର ଅଭିବୃଦ୍ଧି ହାର
GDP

ନୂଆଦିଲ୍ଲୀ: କମିବ ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର। କାରଣ ଆମେରିକାର ନିବେଶ ବ୍ୟାଙ୍କ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଏହାର ରିପୋର୍ଟରେ ଭାରତର ଅଭିବୃଦ୍ଧିକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି। ଏଥିରେ ସବୁଠାରୁ ବଡ଼ କଥା ହେଉଛି ଯେ, କମ୍ପାନୀ ଏହାର ରିପୋର୍ଟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ)ର କଠୋର ନୀତିକୁ ଦାୟୀ କରିଛି। ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଅନୁଯାୟୀ, ସୁଧ ହାର ନିଷ୍ପତ୍ତି କ୍ଷେତ୍ରରେ ରିଜର୍ଭ ବ୍ୟାଙ୍କର କଠୋରତା ହେତୁ ଘରୋଇ ଋଣ ନେବାରେ ମାନ୍ଦାବସ୍ଥା ଭଳି ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଯେଉଁ କାରଣରୁ ଭାରତର ଅଭିବୃଦ୍ଧି ମନ୍ଥର ହେବ। ଏଥିଯୋଗୁ ଦେଶର ଅର୍ଥନୀତିକୁ ଅନେକ ଆହ୍ବାନର ସାମ୍ନା ହେବାକୁ ପଡିପାରେ। ତେଣୁ ଏସବୁ ଘଟଣାର ପ୍ରତ୍ୟକ୍ଷ ପ୍ରଭାବ ଦେଶର ଜିଡିପି ଉପରେ ପଡ଼ିବ ବୋଲି ରିପୋର୍ଟରେ କୁହାଯାଇଛି।

କେନ୍ଦ୍ର ସରକାରଙ୍କ ଖର୍ଚ୍ଚ ହ୍ରାସକୁ ନେଇ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଚଳିତ ବର୍ଷ ଏବଂ ଆସନ୍ତା ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାରକୁ ୨୦ ବେସିସ୍ ପଏଣ୍ଟ ହ୍ରାସ କରିଛି। ୨୦୨୪ ଆର୍ଥିକବର୍ଷରେ ୬.୭% ଏବଂ ୨୦୨୫ ରେ ୬.୪% ହାରରେ ଦେଶର ଅର୍ଥନୀତି ଅଭିବୃଦ୍ଧି ଘଟିବ ବୋଲି ବ୍ୟାଙ୍କ ଆଶା କରିଛି। ଆମେରିକାର ଅର୍ଥନୀତିଜ୍ଞ ଶାନ୍ତନୁ ସେନଗୁପ୍ତାଙ୍କ ନେତୃତ୍ୱରେ ପ୍ରସ୍ତୁତ ଏହି ରିପୋର୍ଟରେ କୁହାଯାଇଛି ଯେ ଚଳିତବର୍ଷ ମନ୍ଥରତାରେ ଏପ୍ରିଲ-ଜୁନ୍ ତ୍ରୈମାସିକରେ ସରକାରୀ ଖର୍ଚ୍ଚରେ ୩୫% ହ୍ରାସ ଘଟିଛି। ଦେଶର ଆର୍ଥିକ ନିଅଣ୍ଟକୁ ଜିଡିପିର ୪.୫% ତଳକୁ ଆଣିବା ପାଇଁ ବଜେଟରେ କେନ୍ଦ୍ର ସରକାର ଦେଖାଇଥିବା ପ୍ରତିବଦ୍ଧତା ଦ୍ବାରା ଆସନ୍ତା ବର୍ଷ ଭାରତର ଅଭିବୃଦ୍ଧି ବାଧାପ୍ରାପ୍ତ ହେବ। ଅର୍ଥନୀତିଜ୍ଞମାନଙ୍କର କହିବା ହେଉଛି ଯେ, ବ୍ୟାଙ୍କଗୁଡିକ ଦ୍ବାରା ଅସୁରକ୍ଷିତ ଋଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କର କଡ଼ା ନିୟମ ଯୋଗୁଁ ଘେୋରାଇ ବଜାରରେ ଗୃହ ଋଣ କ୍ଷେତ୍ରରେ ମନ୍ଥରତା ଦେଖାଯାଇପାରେ। ତେବେ, ଅନୁକୂଳ ମୁଦ୍ରା ନୀତି ଆସନ୍ତା ବର୍ଷ ବାସ୍ତବ ଜିଡିପି ଅଭିବୃଦ୍ଧି ଉପରେ କିଛି ଚାପକୁ ହ୍ରାସ କରିପାରେ, କାରଣ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଆଶା କରିଛି ଯେ ଆରବିଆଇ ଡିସେମ୍ବର ୨୦୨୪ ରେ ରେପୋ ହାର ବୃଦ୍ଧି ଚକ୍ର ଆରମ୍ଭ କରିବ। ନିକଟରେ ଅଟୋମୋବାଇଲ୍ ଶିଳ୍ପ ଦୃଢ଼ କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛି, ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଏହା ଉପରେ ଅଧିକ ଗୁରୁତ୍ବ ରଖିଛି। ଭିତ୍ତିଭୂମି ବିକାଶ ଉପରେ ସରକାରଙ୍କ ଭିତ୍ତିଭୁମି ଢ଼ାଞ୍ଚାରୁ ଶିଳ୍ପ କ୍ଷେତ୍ର ଉପକୃତ ହେବ ବୋଲି ସେ କହିଛନ୍ତି। ଏହି ରିପୋର୍ଟରେ ପ୍ରତିରକ୍ଷା କ୍ଷେତ୍ର ଉପରେ ମଧ୍ୟ ଧ୍ୟାନ ଦିଆଯାଇଛି ଯେଉଁଥିରେ ଟେଲିକମ୍ କମ୍ପାନୀଗୁଡିକ ଶୁଳ୍କ ବୃଦ୍ଧି ଦ୍ୱାରା ଉପକୃତ ହୋଇଛନ୍ତି ଏବଂ ବୀମା କ୍ଷେତ୍ରର ଶକ୍ତି ଦେଖିବାକୁ ମିଳିଛି।

ସେ କହିଛନ୍ତି ଯେ ଗୋଲ୍ଡମ୍ୟାନ୍ ସ୍ୟାଚ୍‌ ଅନୁଷ୍ଠାନିକ ନିବେଶକମାନେ କୃଷି, ଗ୍ରୀନ୍ ଏନର୍ଜି, ଶକ୍ତି ନିରାପତ୍ତା, ପ୍ରତିରକ୍ଷା ଏବଂ ଉତ୍ପାଦନ ସମ୍ବନ୍ଧୀୟ ପଦକ୍ଷେପ ଉପରେ ‘ମେକ୍ ଇନ୍ ଇଣ୍ଡିଆ’ ପଦକ୍ଷେପ ସକରାତ୍ମକ ରହିଛି। ଏହାର ପୂର୍ବ ରିପୋର୍ଟରେ, ଏଜେନ୍ସି ୨୦୭୫ ସୁଦ୍ଧା ଭାରତର ଅର୍ଥନୀତିକୁ ୫୨.୫ ଟ୍ରିଲିୟନ ଡଲାର ହେବ ବୋଲି ଆକଳନ କରିଥିଲେ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ, ସେହି ସମୟରେ ଭାରତ ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥନୀତି ହେବ। ଗୋଲ୍ଡମ୍ୟାନ୍ ସ୍ୟାଚ୍‌ର ଆକଳନ ଅନୁଯାୟୀ ଦେଶର ଜିଡିପିର ଆକାର ଆସନ୍ତା ୫୦ ବର୍ଷ ମଧ୍ୟରେ ପ୍ରାୟ ୧୪ ଗୁଣ ବୃଦ୍ଧି ପାଇବ।