୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ
ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିକୁ ଅନେକ କଡ଼ା ପ୍ରଶ୍ନ ପଚାରିଥିଲେ। କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାର ଅନୁସନ୍ଧାନରେ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରି କହିଛନ୍ତି ଯେ, ଜିନିଷକୁ ସାମ୍ନାକୁ ଆଣିବା ପାଇଁ ଦୁଇ ବର୍ଷ […] The post ୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ appeared first on Dharitri Odia News.
ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିକୁ ଅନେକ କଡ଼ା ପ୍ରଶ୍ନ ପଚାରିଥିଲେ। କେଜ୍ରିୱାଲଙ୍କୁ ଗିରଫ କରିବା ପାଇଁ ଦୁଇ ବର୍ଷ କାହିଁକି ଲାଗିଲା ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି।
ଦିଲ୍ଲୀ ଏକ୍ସାଇଜ ପଲିସି ମାମଲାର ଅନୁସନ୍ଧାନରେ ଇଡି ନେଇଥିବା ସମୟ ଉପରେ ସୁପ୍ରିମକୋର୍ଟ ପ୍ରଶ୍ନ କରି କହିଛନ୍ତି ଯେ, ଜିନିଷକୁ ସାମ୍ନାକୁ ଆଣିବା ପାଇଁ ଦୁଇ ବର୍ଷ ସମୟ ଲାଗିଛି। କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପକ୍ଷରୁ ହାଜର ହୋଇଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସ.ଭି ରାଜୁ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଦୀପନକର ଦତ୍ତଙ୍କ ବେଞ୍ଚକୁ କହିଛନ୍ତି ଯେ, ଇଲେକ୍ଟ୍ରୋନିକ ପ୍ରମାଣ ନଷ୍ଟ କରିବା ଏବଂ ହାୱାଲା ମାଧ୍ୟମରେ ୧୦୦ କୋଟି ଟଙ୍କା ପଠାଇବା ଅଭିଯୋଗ ରହିଛି।
ଅନୁସନ୍ଧାନକାରୀ ସଂସ୍ଥାର ଯୁକ୍ତି ଉପରେ ବିଚାରପତିମାନେ କହିଛନ୍ତି, ମନୀଷ ସିସୋଦିଆଙ୍କ ଜାମିନ ବାତିଲ ହେବା ପରେ ୧୧୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରାଯାଇଛି ବୋଲି ଏଏସଜି ରାଜୁ ସୁପ୍ରିମ କୋର୍ଟଙ୍କୁ କହିଛନ୍ତି। ଏହାର ଜବାବରେ ଜଷ୍ଟିସ ଖାନ୍ନା ପ୍ରଶ୍ନ କରିଛନ୍ତି ଯେ,ପୂର୍ବରୁ ଆପଣ ୧୦୦ କୋଟି ଟଙ୍କାର ଏହି ମାମଲା ବୋଲି କହିଥିଲେ। କିନ୍ତୁ ଏହି ଘୋଟାଲାର ମୂଲ୍ୟ ୧୧୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଏହି ବୃଦ୍ଧି କିପରି ହେଲା? ଦୁଇ ବର୍ଷରେ ଏହା ୧୧୦୦ କୋଟି ଟଙ୍କା କିଭଳି ହେଲା?
ସେହିପରି କେଜ୍ରିୱାଲଙ୍କୁ ଗିରଫ କରିବାକୁ କାହିଁକି ଦୁଇବର୍ଷ ସମୟ ଲାଗିଲା ବୋଲି ସୁପ୍ରିମ କୋର୍ଟ ପ୍ରଶ୍ନ କରିଛନ୍ତି। ଏହାର ଏଏସଜି ରାଜୁ କହିଛନ୍ତି ଯେ, ମଦ ଦୁର୍ନୀତି ମାମଲାର ପ୍ରାରମ୍ଭିକ ଯାଞ୍ଚ୍ବେଳେ ସିଧାସଳଖ କେଜ୍ରିୱାଲଙ୍କ ବିରୋଧରେ ଏହା ନ ଥିଲା। ଏଥିପାଇଁ ପ୍ରାରମ୍ଭରେ ତାଙ୍କୁ କୌଣସି ପଚରା ଯାଇ ନ ଥିଲା। ତେବେ ତଦନ୍ତ ବେଳେ କେଜ୍ରିୱାଲଙ୍କ ଭୂମିକା ସାମ୍ନାକୁ ଆସିଥିଲା। ଏହାପରେ ତାଙ୍କୁ ୯ ଥର ସମନ କରାଯାଇଥିଲେ ମଧ୍ୟ ସେ ହାଜର ହୋଇ ନ ଥିଲେ।
ସୂଚନାଯୋଗ୍ୟ, ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗତ ମାର୍ଚ୍ଚ ୨୧ରେ କେଜ୍ରିଓ୍ବାଲଙ୍କୁ ଗିରଫ କରାଯାଇଥିଲା। ତାଙ୍କ ଗିରଫଦାରୀକୁ ନେଇ କେଜ୍ରିଓ୍ବାଲ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିଥିଲେ।
The post ୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ appeared first on Dharitri Odia News.