ଜେଲଛକରୁ ଧନୁପାଲି ରାସ୍ତା ନିର୍ମାଣ କାମ ସରିବ କେବେ ?
ଲୋକଙ୍କ ହଇରାଣ ହେଉଥିବା ଦେଖି ବି ଜେଲଛକ-ଧନୁପାଲି ଛକ ରାସ୍ତା କାମ ସରୁନି କହିଁକି : ସୂର୍ଯ୍ୟ ପାଣିଗ୍ରାହୀ, ସଂଯୋଜକ, ସକ୍ଷମ ll ସମ୍ବଲପୁର:ମାସ ମାସ ଡେଇଁ ବର୍ଷ ବିତିଲାଣି।ତେବେବି ଜେଲଛକରୁ ଧନୁପାଲି ଛକ ରାସ୍ତା ସମ୍ପୂର୍ଣ୍ଣ ହେବାର ନାଁ ଧରୁନି।ସେପଟେ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ହେଉନଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ପାଇପ କାମ ସରିପାରିନି l ଆହୁରି କେଉଁ କେଉଁ ଜମି ଅଧିଗ୍ରହଣ କରାଯିବ ତାହାରି ଦ୍ୱନ୍ଦ୍ୱ ରେ ପଡିଛି ଜିଲ୍ଲା ପ୍ରଶାସନ l […] The post ଜେଲଛକରୁ ଧନୁପାଲି ରାସ୍ତା ନିର୍ମାଣ କାମ ସରିବ କେବେ ? appeared first on Odisha.News.

ଲୋକଙ୍କ ହଇରାଣ ହେଉଥିବା ଦେଖି ବି ଜେଲଛକ-ଧନୁପାଲି ଛକ ରାସ୍ତା କାମ ସରୁନି କହିଁକି : ସୂର୍ଯ୍ୟ ପାଣିଗ୍ରାହୀ, ସଂଯୋଜକ, ସକ୍ଷମ ll
ସମ୍ବଲପୁର:ମାସ ମାସ ଡେଇଁ ବର୍ଷ ବିତିଲାଣି।ତେବେବି ଜେଲଛକରୁ ଧନୁପାଲି ଛକ ରାସ୍ତା ସମ୍ପୂର୍ଣ୍ଣ ହେବାର ନାଁ ଧରୁନି।ସେପଟେ ଜମି ଅଧିଗ୍ରହଣ ସମସ୍ୟାର ସମାଧାନ ହେଉନଥିବା ବେଳେ ଜନସ୍ୱାସ୍ଥ୍ୟ ବିଭାଗର ପାଇପ କାମ ସରିପାରିନି l ଆହୁରି କେଉଁ କେଉଁ ଜମି ଅଧିଗ୍ରହଣ କରାଯିବ ତାହାରି ଦ୍ୱନ୍ଦ୍ୱ ରେ ପଡିଛି ଜିଲ୍ଲା ପ୍ରଶାସନ l ହରଡ଼ ଜୋରର ଦ୍ଵିତୀୟ ବ୍ରିଜ ପାଇଁ ଦୁଇ ପାର୍ଶ୍ଵର କାର୍ଯ୍ୟ ମଧ୍ୟ ସରିନାହିଁ l ଟିଭିଏସ ସୋ ରୁମ ଆଉ ଜେଲ ପରିସର ମଝିରେ ରାସ୍ତା ପଟକୁ ବାହାରି ଯାଇଛି ପେଟ୍ରୋଲ ପମ୍ପ ଅଞ୍ଚଳ, ସେହି ସମସ୍ୟାର ସମାଧାନ ହେଇପାରିନାହିଁ l ଯଦ୍ୱାରା ରାସ୍ତାଟି ସମ୍ପୂର୍ଣ୍ଣ ଭାବରେ ସଂକୁଚିତ ହୋଇଯାଇଛି l ଟିଭିଏସ ସୋରୁମ ସାମ୍ନାରେ ନିର୍ମାଣ ହେଇଥିବା ଦ୍ଵିତୀୟ ପୋଲର ରାସ୍ତା ପିଚୁ ହୋଇନଥିବାରୁ ଉଡୁଛି ତୁହାକୁ ତୁହା ଧୂଳି ଯଦ୍ୱାରା ଲୋକେ ଏପଟେ ସେପଟେ ଯିବାକୁ ରାସ୍ତା ଖୋଜୁଛନ୍ତି l ଧନୁପାଲିରୁ ଗୋବିନ୍ଦତୋଳା ରାସ୍ତା ମଝିରେ ତିଆରି ହୋଇଛି ଡିଭାଇଡର l ଏତେ ଲମ୍ବା ରାସ୍ତା ରେ ଛଡା ଯାଇଛି କେବଳ ଗୋଟିଏ ମାତ୍ର କ୍ରସିଂ ସ୍ଥାନ, ଯଦ୍ୱାରା ଲୋକେ ନାହିଁନଥିବା ହଇରାଣ ହେଉଛନ୍ତି l ପେଟ୍ରୋଲ ପମ୍ପରେ ତେଲ ଭରି ବାହାରୁଥିବା ବସ ଟ୍ରକ କ୍ରସିଂ କଲାବେଳେ ଅନେକ କିଛି ସମୟ ରାସ୍ତା ବନ୍ଦ ହେଇଯାଉଛି l ରାସ୍ତା କଡରେ ଅଧପନ୍ତରିଆ ଭାବରେ ମାଟି ପଥର ଛାଡି ଦିଆଯାଇଛି, ଯଦ୍ୱାରା ନାନାଦି ଅସୁବିଧା ର ସମ୍ବୁଖିନ ହେଉଛନ୍ତି ଦୋକାନୀ ଓ ଜନସାଧାରଣ l
ବର୍ଷଧିକ ସମୟ ବିତି ଯାଇଥିଲେ ମଧ୍ୟ ସମ୍ବଲପୁର ମହାନଗର ନିଗମ, ପୂର୍ତ୍ତ ବିଭାଗ, ଜନସ୍ୱାସ୍ଥ୍ୟ ବିଭାଗ, ରାଜସ୍ବ ବିଭାଗ, ବିଦ୍ୟୁତ ବିଭାଗ, ସ୍ବେରେଜ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସମନ୍ୱୟର ଅଭାବ ଯୋଗୁଁ ଏହି ଅଭାବନୀୟ ଅବସ୍ଥା ଭୋଗୁଛନ୍ତି ଜନସାଧାରଣ ବୋଲି ସକ୍ଷମର ସୂର୍ଯ୍ୟ ପାଣିଗ୍ରାହୀ କ୍ଷୋଭ ପ୍ରକାଶ କରିଛନ୍ତି l ଏଥିସହ ଶ୍ରୀ ପାଣିଗ୍ରାହୀ ଜନସାଧାରଣ ଙ୍କର ହିତ କୁ ଗୁରୁତ୍ୱ ଦେଇ ଯଥାଶୀଘ୍ର ଜେଲଛକ ରୁ ଧନୁପାଲି ଛକ ର ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଗଣମାଧ୍ୟମ ଜରିଆରେ ଦାବି ଜଣାଇଛନ୍ତି l
The post ଜେଲଛକରୁ ଧନୁପାଲି ରାସ୍ତା ନିର୍ମାଣ କାମ ସରିବ କେବେ ? appeared first on Odisha.News.