ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଚୋରାମଦ ଜବତ, ଦୁଇ ଗିରଫ

ବେଲଗୁଣ୍ଠା, 22/08,ଆଜି ଭଞ୍ଜନଗର ଅବାକାରୀ ବିଭାଗ ଏବଂ ବେଲଗୁଣ୍ଠା ଥାନା ପୋଲିସ୍ ମିଳିତ ଭାବେ ବିଭିନ୍ନ ଗ୍ରାମରେ ଚୋରା ମଦ ଆଡ୍ଡା ଉପରେ ଚଢାଉ କରିଥିଲେ I ଏହି ଚଢାଉରେ ଦୁଇ ଜଣଙ୍କ ଠାରୁ ଅଠର ଲିଟର୍ ଚୋରା ଦେଶୀମଦ ଜବତ କରିବା ସହ ସେମାନଙ୍କୁ ଅବକାରୀ ଏବଂ ପୋଲିସ୍ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଭଞ୍ଜନଗର କୋର୍ଟଚାଲାଣ କରାଯାଇଛି I ଏହି ଚଢାଉରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ I […] The post ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଚୋରାମଦ ଜବତ, ଦୁଇ ଗିରଫ appeared first on Odisha.News.

ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଚୋରାମଦ ଜବତ, ଦୁଇ ଗିରଫ

ବେଲଗୁଣ୍ଠା, 22/08,ଆଜି ଭଞ୍ଜନଗର ଅବାକାରୀ ବିଭାଗ ଏବଂ ବେଲଗୁଣ୍ଠା ଥାନା ପୋଲିସ୍ ମିଳିତ ଭାବେ ବିଭିନ୍ନ ଗ୍ରାମରେ ଚୋରା ମଦ ଆଡ୍ଡା ଉପରେ ଚଢାଉ କରିଥିଲେ I ଏହି ଚଢାଉରେ ଦୁଇ ଜଣଙ୍କ ଠାରୁ ଅଠର ଲିଟର୍ ଚୋରା ଦେଶୀମଦ ଜବତ କରିବା ସହ ସେମାନଙ୍କୁ ଅବକାରୀ ଏବଂ ପୋଲିସ୍ ପକ୍ଷରୁ ଦୁଇଟି ମାମଲା ରୁଜୁ କରି ଭଞ୍ଜନଗର କୋର୍ଟଚାଲାଣ କରାଯାଇଛି I ଏହି ଚଢାଉରେ ବେଲଗୁଣ୍ଠା ତହସିଲଦାର କଳାକୃଷ୍ଣ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିଲେ I ଖବରରୁ ଜଣାପଡ଼ିଛି ଆଜି ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ, ଏସ୍ଆଇ ଅଭୟ ପ୍ରଧାନ, ଏଏସ୍ଆଇ ଜ୍ୟୋତ୍ସ୍ନା ବେହେରା, ଅବକାରୀ ବିଭାଗ ଏସ୍ଆଇ ମୋଜୀ ଶବର, ଏଏସ୍ଆଇ ଆର ବେହେରାଙ୍କ ସମେତ ଅବକାରୀ ବିଭାଗ ଏବଂ ପୋଲିସ୍ ବିଭାଗ ଆଜି ମିଳିତ ଭାବେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ବର ଗାଁ, ନୂଆଁ ଗାଁ ଏବଂ ମଙ୍ଗଳପୁରରେ ଚଢ଼ାଉ କରିଥିଲେ I ମଙ୍ଗଳପୁରରେ ଚଢ଼ାଉ ବେଳେ କାହ୍ନୁ ଖଟେଇ ଠାରୁ 100 ମିଲି ଲିଟର୍ ର 94 ଟି ଦେଶୀମଦ ପ୍ୟାକେଟ ଜବତ କରିଥିଲେ I ଏନେଇ ଅବକାରୀ ଥାନାରେ ପିଆର କେଶ୍ ନମ୍ବର୍ 58/24 ରେ ଏକ ମାମଲା ରୁଜୁ କରିଥିବାବେଳେ ସେହି ଗ୍ରାମର ସନ୍ତୋଷ ନାୟକ ଠାରୁ 82 ଟି ଚୋରା ମଦ ପ୍ୟାକେଟ ଜବତ ହୋଇଥିଲା I ଏନେଇ ବେଲଗୁଣ୍ଠା ଥାନାରେ 323/24 ରେ ଏକ ମାମଲା ରୁଜୁ ହୋଇଥିଲା I ଉଭୟ କାହ୍ନୁ ଏବଂ ସନ୍ତୋଷଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବେଲଗୁଣ୍ଠା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି I ଆଗାମୀଦିନରେ ଚୋରା ମଦ କାରାବାର ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଚଢାଉକୁ ଜୋରଦାର୍ କରାଯିବ ବୋଲି ଥାନା ଅଧିକାରୀ ଶ୍ରୀ ପ୍ରଧାନ ପ୍ରକାଶ କରିଛନ୍ତି I

The post ପୋଲିସ ଓ ଅବକାରୀ ବିଭାଗର ମିଳିତ ଚଢ଼ାଉ, ଚୋରାମଦ ଜବତ, ଦୁଇ ଗିରଫ appeared first on Odisha.News.