ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ, ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମଲେଖା

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ। ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମଲେଖା। ଯାଜପୁର ମେଡିକାଲ କଲେଜର ୫୦ ସିଟକୁ ମଞ୍ଜୁରୀ କଲେ ଜାତୀୟ ମେଡିକାଲ କମିସନ। ଏନେଇ ଯାଜପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଯାଜପୁରବାସୀଙ୍କ ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି ନବୀନ। ଯାଜପୁରରେ ମେଡିକାଲ କଲେଜ ପାଇଁ ବିଜେଡି ଉଦ୍ୟମ ଜାରି ରଖିଥିଲା। ରାଜ୍ୟରେ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ପ୍ରୟାସ କରିଥିଲା। ତେବେ ଶହେ ମେଡିକାଲ ସିଟ୍ […] The post ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ, ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମଲେଖା appeared first on KNews Odisha.

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ, ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମଲେଖା
jajpur

ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ। ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମଲେଖା। ଯାଜପୁର ମେଡିକାଲ କଲେଜର ୫୦ ସିଟକୁ ମଞ୍ଜୁରୀ କଲେ ଜାତୀୟ ମେଡିକାଲ କମିସନ। ଏନେଇ ଯାଜପୁରବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ଯାଜପୁରବାସୀଙ୍କ ସ୍ବପ୍ନ ପୂରଣ ହୋଇଥିବା କହିଛନ୍ତି ନବୀନ।

ଯାଜପୁରରେ ମେଡିକାଲ କଲେଜ ପାଇଁ ବିଜେଡି ଉଦ୍ୟମ ଜାରି ରଖିଥିଲା। ରାଜ୍ୟରେ ଡାକ୍ତରୀ ଶିକ୍ଷାର ବିକାଶ ପାଇଁ ପ୍ରୟାସ କରିଥିଲା। ତେବେ ଶହେ ମେଡିକାଲ ସିଟ୍ କୁ ମଞ୍ଜୁରୀ ମିଳିଥିଲେ ଅଧିକ ଖୁସି ମିଳିଥାନ୍ତା ବୋଲି କହିଛନ୍ତି ନବୀନ। ଓଡିଶାବାସୀଙ୍କ ହିତକୁ ଦୃଷ୍ଟିରେ ରଖି ଅନ୍ୟ ମେଡିକାଲ କଲେଜ ପରି କେନ୍ଦ୍ର ସରକାର ଯାଜପୁର ମେଡିକାଲ କଲେଜର ସିଟ ସଂଖ୍ୟା ଶହେକୁ ବୃଦ୍ଧି କରିବେ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।

The post ଯାଜପୁର ମେଡିକାଲ କଲେଜକୁ ମିଳିଲା ମଞ୍ଜୁରୀ, ଚଳିତ ବର୍ଷ ୫୦ଟି ସିଟ୍ ରେ ହେବ ନାମଲେଖା appeared first on KNews Odisha.