ପତ୍ନୀଙ୍କ କଥାରେ ଜୀବନ ହାରିଲେ କି ପୁନିତ ?
ବାଙ୍ଗାଲୁରର ଅତୁଲ ସୁଭାଷଙ୍କ ଜୀବନ ହାରିବା ଭଳି ଦିଲ୍ଲୀରେ ଏକ ଘଟଣା ଘଟିଛି । ମଡେଲ ଟାଉନ ଅଞ୍ଚଳରେ ପତ୍ନୀଙ୍କର ନିର୍ଯାତନା ଯୋଗୁଁ ବିରକ୍ତ ହୋଇ ସ୍ବାମୀ ନିଜ ଜୀବନ ହାରି ଦେଇଥିଲେ । ଜୀବନ ହାରିବା ପୁର୍ବରୁବ୍ୟକ୍ତି ଜଣଙ୍କ ୫୪ ମିନିଟର ଏକ ଭିଡିଓ କରିଥିଲେ । ସୁଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ନାମ ପୁନିତ ଖୁରାନା । ପୁନିତଙ୍କ ପରିବାର ଲୋକଙ୍କ ତଥ୍ୟ ଅନୁସାରେ ପୁନିତଙ୍କ ପତ୍ନୀ ମୋନିକା ପାହ୍ବା ଏବଂ ଶ୍ବଶୁର ଘର […] The post ପତ୍ନୀଙ୍କ କଥାରେ ଜୀବନ ହାରିଲେ କି ପୁନିତ ? appeared first on KNews Odisha.

ବାଙ୍ଗାଲୁରର ଅତୁଲ ସୁଭାଷଙ୍କ ଜୀବନ ହାରିବା ଭଳି ଦିଲ୍ଲୀରେ ଏକ ଘଟଣା ଘଟିଛି । ମଡେଲ ଟାଉନ ଅଞ୍ଚଳରେ ପତ୍ନୀଙ୍କର ନିର୍ଯାତନା ଯୋଗୁଁ ବିରକ୍ତ ହୋଇ ସ୍ବାମୀ ନିଜ ଜୀବନ ହାରି ଦେଇଥିଲେ । ଜୀବନ ହାରିବା ପୁର୍ବରୁବ୍ୟକ୍ତି ଜଣଙ୍କ ୫୪ ମିନିଟର ଏକ ଭିଡିଓ କରିଥିଲେ । ସୁଚନା ଅନୁସାରେ ମୃତ ବ୍ୟକ୍ତିଙ୍କ ନାମ ପୁନିତ ଖୁରାନା । ପୁନିତଙ୍କ ପରିବାର ଲୋକଙ୍କ ତଥ୍ୟ ଅନୁସାରେ ପୁନିତଙ୍କ ପତ୍ନୀ ମୋନିକା ପାହ୍ବା ଏବଂ ଶ୍ବଶୁର ଘର ଲୋକଙ୍କ ସହ ଅସନ୍ତୋଷ ଥିଲେ ।
ଦିଲ୍ଲୀ ପୋଲିସଙ୍କ ମୁତାବକ ଏବେ ପର୍ଯ୍ୟନ୍ତ ଯାଞ୍ଚରୁ ସୁଚନା ମିଳିଛି ପୁନିତ ଖୁରାନା ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିଛେଦକୁ ନେଇ କେସ ଚାଲିଥିଲା । ଏହାଛଡା ଦୁଇ ପରିବାର ମଧ୍ୟରେ ଟଙ୍କା ଓ ସମ୍ପତ୍ତିକୁ ନେଇ ବିବାଦ ଚାଲିଥିଲା । ପୁନିତଙ୍କ କିଛି ମେଡିକାଲ ଟ୍ରିଟମେଣ୍ଟ ସହ ଜଡିତ ଥିବା କିଛି ଖବର ଶୁଣିବାକୁ ମିଳିଥିଲା । ପୋଲିସଙ୍କ କହିବା ଅନୁସାରେ ପୁନିତ ଖୁରାନା ଏବଂ ତାଙ୍କ ପତ୍ନୀଙ୍କ ମବାଇଲ କୁ ସିଜ କରାଯାଇଛି । ଯାହାକୁ କୁ ଫରେନ୍ସି ଯାଞ୍ଚ ପାଇଁ ପଠାଯିବ।
ସୁଚନା ଅନୁସାରେ ପୁନିତ ଖୁରାନା ଓ ମୋନିକା ପାହ୍ବା ଙ୍କ ବିବାହ ଆଠ ବର୍ଷ ପୁର୍ବରୁ ହୋଇଥିଲା । ଦୁଇବର୍ଷ ହେବ ସେମାନଙ୍କ ମଧ୍ୟରେ ବିବାଦ ଦେଖା ଦେବାରୁ ସେମାନେ ପରସ୍ପର ଠାରୁ ଅଲଗା ରହୁଥିଲେ ।
କିଛି ଦିନ ପୁର୍ବରୁ ଶୁଣିବାକୁ ମିଳୁଥିଲା ମୋନିକା ନିଜର ସର୍ତକୁ ବଦଳାଇଥିଲେ । ଯାହା ଫଳରେ ପୁନିତ ମାନସିକ ସ୍ତରରେ ଭାଙ୍ଗିପଡି ଏଭଳି ନିଷ୍ପତ୍ତି ନେଇଥିଲେ । ପୁନିତ ଏବଂ ମୋନିକାଙ୍କ ଜଏଣ୍ଟ ବିଜନେସ ରହିଥିଲା । ଯେଉଁଥିରେ ଏକ ବେକେରି ଏବଂ ଗୋଟିଏ ରେଷ୍ଟୁରାଣ୍ଟ ଥିଲା । ଏହି ବିଜନେସ ଏବଂ ସମ୍ପତ୍ତିରେ ଭାଗବଣ୍ଟାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା । ମୋନିକା ପୁନିତଙ୍କୁ ମାନସିକ ଭାବରେ ଯନ୍ତ୍ରଣା ଦେଉଥିଲେ ।
ଶୁଣିବାକୁ ମିଳୁଛି ଜୀବନ ହାରିବା ପୁର୍ବରୁ ରାତି ୩ ଟାରେ ପୁନିତ ଓ ମୋନିକାଙ୍କର ଫୋନରେ କଥାବାର୍ତା ହୋଇଥିଲା । ଏହି କଥାବାର୍ତାରେ ଦୁହିଁଙ୍କ ବିବାଦ ଆଖି ଆଗକୁ ଆସିଛି । ଆରମ୍ଭରେ ମୋନିକା ତାଙ୍କ ସ୍ବାମୀଙ୍କୁ କହିଛନ୍ତି ତମେ ସବୁବେଳେ ଜୀବନ ହାରିବାକୁ ନେଇ କଥା କହୁଛ କିନ୍ତୁ କରୁନାହଁ । ସେହିଦିନ ଦ୍ବିପ୍ରହର ୧ ବେଳେ ପରିବାର ଲୋକେ ପୁନିତଙ୍କ ରୁମର କବାଟ ଠକ ଠକ କରିଥିଲେ କିନ୍ତୁ କବାଟ ଖୋଲି ନଥିଲା ।
ଏହାର ଅଧଘଣ୍ଟା ପରେ କବାଟକୁ ଭଙ୍ଗା ଯାଇଥିଲା । ପରିବାର ଲୋକଙ୍କ କହିବା ଅନୁସାରେ ପୁନିତ ଜୀବନ ହାରିବା ପୁର୍ବରୁ ନିଜ ଫୋନରେ ୫୫ ମିନିଟର ଭିଡିଓ ରେକଡିଙ୍ଗ କରିଥିଲେ । ଯେଉଁଥିରେ ଜୀବନ ହାରିବାର କାରଣ କୁହାଯାଇଛି । ଫୋନଟିକୁ ପୋଲିସ ସିଜ କରିଛି ।
The post ପତ୍ନୀଙ୍କ କଥାରେ ଜୀବନ ହାରିଲେ କି ପୁନିତ ? appeared first on KNews Odisha.