ଚିତୋରରେ ଭୟଙ୍କର ଦୁର୍ଘଟଣା, ୮ ମୃତ ୩୦ ଆହାତ
ଚିତୋରରେ ଥିବା ମୋଗଲି ଘାଟ ଠାରେ ବେଙ୍ଗାଲୁରୁ –ତିରୁପତି ରାଜପଥରେ ଏକ ଘଟିଲା ବଡ ଅଘଟଣ । ଦୁଇଟି ଟ୍ରକ ଏକ ଯାତ୍ରୀବାହୀ ବସ ସହିତ ଧକ୍କା ହୋଇଛି । ଏହି ଛାତିଥରା ଦୁର୍ଘଟଣାରେ ୮ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହା ସହ ୩୦ ଜଣ ଲୋକ ଗୁରିତର ଭାବରେ ଆହାତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା କରା ଯାଉଛି । […] The post ଚିତୋରରେ ଭୟଙ୍କର ଦୁର୍ଘଟଣା, ୮ ମୃତ ୩୦ ଆହାତ appeared first on KNews Odisha.

ଚିତୋରରେ ଥିବା ମୋଗଲି ଘାଟ ଠାରେ ବେଙ୍ଗାଲୁରୁ –ତିରୁପତି ରାଜପଥରେ ଏକ ଘଟିଲା ବଡ ଅଘଟଣ । ଦୁଇଟି ଟ୍ରକ ଏକ ଯାତ୍ରୀବାହୀ ବସ ସହିତ ଧକ୍କା ହୋଇଛି । ଏହି ଛାତିଥରା ଦୁର୍ଘଟଣାରେ ୮ ଜଣଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଏହା ସହ ୩୦ ଜଣ ଲୋକ ଗୁରିତର ଭାବରେ ଆହାତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେଠାରେ ସେମାନଙ୍କର ଚିକିତ୍ସା କରା ଯାଉଛି । ସେମାନଙ୍କ ମଧ୍ୟରେ କିଛି ଆହତଙ୍କ ଅବସ୍ଥା ଗୁରୁତର ରହିଥିବା ଡାକ୍ତର କହିଛନ୍ତି ।
ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି । ତେବେ ଦୃତ ଗତି କିମ୍ବା ଅସାବଧାନତା ଯୋଗୁଁ ଏହି ଦୁର୍ଘଟଣା ହୋଇଥାଏ ବୋଲି ଅନୁମାନ କରାଯାଉଛି । ତେବେ ପ୍ରକୃତ କାରଣ ତଦନ୍ତ ପରେ ହିଁ ଜଣାପଡିବ । ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତାହତଙ୍କ ପରିବାର ଲୋକଙ୍କୁ ସବୁ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ ସେ ଘଟଣାର ସମୀକ୍ଷା କରିଛନ୍ତି ଓ ଆହତଙ୍କୁ ଯୋଗାଇ ଦିଆଯାଇଥିବା ମେଡିକାଲ ଚିକିତ୍ସା କଥା ପଚାରି ବୁଝିଛନ୍ତି ।
ଚିତ୍ତୋର ଜିଲ୍ଲାପାଳ ସୁମିତ କୁମାର କହିଛନ୍ତି, ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ବର୍ଗଙ୍କ ପାଇଁ ସରକାର ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଘୋଷଣା କରିଛନ୍ତି । ଏହି ଘଟଣାରେ ପରିବହନ ମନ୍ତ୍ରୀ ନାରା ଲୋକେଶ ଦୁଃଖ ପ୍ରକାଶ କରି କହିଛନ୍ତି ମୋଗଲି ଘାଟରେ ହୋଇଥିବା ଦୁର୍ଘଟଣା ତାଙ୍କୁ ବହୁତ ଆଘାତ ଦେଇଛି । ଏଭଳି ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ କୋଠର ପଦକ୍ଷେପ ଉଠେଇବା ଆବଶ୍ୟକତା ରହିଛି । ମୃତକଙ୍କ ପରିବାର ସହ ସରକାର ଅଛନ୍ତି ଯେଉଁମାନେ ଆହାତ ହୋଇଛନ୍ତି ସେମାନଙ୍କ ପାଇଁ ସମସ୍ତ ପ୍ରକାର ଚେଷ୍ଟା ଜାରି ରହିଛି ବୋଲି କହିଛନ୍ତି ।
The post ଚିତୋରରେ ଭୟଙ୍କର ଦୁର୍ଘଟଣା, ୮ ମୃତ ୩୦ ଆହାତ appeared first on KNews Odisha.