କେମିତି ଚୟନ ହୁଅନ୍ତି ନୂଆ ପୋପ ? କଣ ରହିଛି ପ୍ରକ୍ରିୟା ?
କେମିତି ଚୟନ ହୁଅନ୍ତି ନୂଆ ପୋପ ? କଣ ରହିଛି ପ୍ରକ୍ରିୟା ? ଖ୍ରୀଷ୍ଟ ଧର୍ମରେ ବିଶ୍ବାସ ରହିଛି ଯୀଶୁଙ୍କ ସହ ସିଧାସଳଖ ପୋପଙ୍କର ସଂପର୍କ ରହିଥାଏ। ବିଶ୍ବବ୍ୟାପୀ ୧୪୦ କୋଟି କ୍ୟାଥଲିକ ବାସ କରନ୍ତି। ଏବେ ପୋପ ଫ୍ରାନସିସଙ୍କ ଦେହାନ୍ତ ପରେ କିଏ ହେବେ ନୂଆ ପୋପ। କଲେଜ ଅଫ କ୍ୟାଡିନାଲ ସଦସ୍ୟଙ୍କ ବୈଠକରେ ନୂଆ ପୋପଙ୍କ ନାଁ ଚୟନ କରାଯିବ। ଏ ହି କ୍ୟାଡିନାଲ ବା ବିଶପ ମାନେ ପୂର୍ବତନ ପୋପଙ୍କ ଦ୍ବାରା ମନୋନୀତ […] The post କେମିତି ଚୟନ ହୁଅନ୍ତି ନୂଆ ପୋପ ? କଣ ରହିଛି ପ୍ରକ୍ରିୟା ? appeared first on KNews Odisha.

କେମିତି ଚୟନ ହୁଅନ୍ତି ନୂଆ ପୋପ ? କଣ ରହିଛି ପ୍ରକ୍ରିୟା ? ଖ୍ରୀଷ୍ଟ ଧର୍ମରେ ବିଶ୍ବାସ ରହିଛି ଯୀଶୁଙ୍କ ସହ ସିଧାସଳଖ ପୋପଙ୍କର ସଂପର୍କ ରହିଥାଏ। ବିଶ୍ବବ୍ୟାପୀ ୧୪୦ କୋଟି କ୍ୟାଥଲିକ ବାସ କରନ୍ତି। ଏବେ ପୋପ ଫ୍ରାନସିସଙ୍କ ଦେହାନ୍ତ ପରେ କିଏ ହେବେ ନୂଆ ପୋପ। କଲେଜ ଅଫ କ୍ୟାଡିନାଲ ସଦସ୍ୟଙ୍କ ବୈଠକରେ ନୂଆ ପୋପଙ୍କ ନାଁ ଚୟନ କରାଯିବ। ଏ
ହି କ୍ୟାଡିନାଲ ବା ବିଶପ ମାନେ ପୂର୍ବତନ ପୋପଙ୍କ ଦ୍ବାରା ମନୋନୀତ ହୋଇଥାନ୍ତି। ଭାଟିକାନ ସିଟିର ସିକ୍ସାଇଟ ପ୍ରାର୍ଥନା ଗୃହରେ କ୍ୟାଡିନାଲଙ୍କ ଗୁପ୍ତ ବୈଠକ ବସିବ। କଲେଜ ଅଫ କାର୍ଡିନାଲରେ ବର୍ତ୍ତମାନ ୨୫୨ ଜଣ ସଦସ୍ୟ ରହିଛନ୍ତି। ଏମାନଙ୍କ ମଧ୍ୟରୁ ୧୩୮ ଜଣ କ୍ୟାଡିନାଲ ନୂଆ ପୋପ ଚୟନ ପାଇଁ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ହୋଇଥାନ୍ତି। ସାଧାରଣତଃ ୮୦ବର୍ଷରୁ କମ ବୟସର କାର୍ଡିନାଲମାନେ ପୋପ ଚୟନ ପାଇଁ ଭୋଟ ଦେଇଥାନ୍ତି।
ଏହି ଚୟନ ପ୍ରକ୍ରିୟା ଦୀର୍ଘଦିନ ଧରି ଲାଗି ରହିଥାଏ। ଦିନକୁ ଦୁଇଥର ବାଲାଟ ପେପର ଜାଳିବା ଦ୍ବାରା ଉଠୁଥିବା ଧୂଆଁରୁ ପୋପ ଚୟନ ପ୍ରକ୍ରିୟା ଜଣାପଡ଼ିଥାଏ। କଳାଧୂଆଁ ଚୟନର ବିଫଳତାକୁ ବୁଝାଇଥାଏ। ପାରମ୍ପରିକ ଧଳାଧୂଆଁ ନିର୍ଗତ ହେଲେ ନୂଆ ପୋପ ଚୟନ ହେଲେ ବୋଲି ଜଣାପଡ଼ିଥାଏ। ପୋପ ଚୟନ ହେବା ପରେ ତାଙ୍କର ନାମ ପରିବର୍ତ୍ତନ କରାଯାଇଥାଏ। ଏକଘଣ୍ଟା ମଧ୍ୟରେ ପୋପ ସାର୍ବଜନୀନ ଭାବେ ଭାଟିକାନ ସିଟିରେ ସେଣ୍ଟ ପିଟର୍ସ ବାସିଲସରୁ ଲୋକଙ୍କୁ ଦେଖାଦେଇଥାନ୍ତି।
The post କେମିତି ଚୟନ ହୁଅନ୍ତି ନୂଆ ପୋପ ? କଣ ରହିଛି ପ୍ରକ୍ରିୟା ? appeared first on KNews Odisha.