ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ୨ ମୃତ, ଦୁଇ ଗୁରୁତର

ଜଗତସିଂହପୁର : ଭୟଙ୍କର ବାଣ ବିସ୍ଫୋରଣ । ଉଡ଼ିଲା ଛାତ, ଥରିଲା ସହର । ଜଗତସିଂହପୁର ବଡ଼ବାଗରେ ଭୟଙ୍କର ବାଣ ବିସ୍ପୋରଣ । ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ପୂରା ଅଞ୍ଚଳ । ଶବ୍ଦ ଶୁଣି ଲୋକେ ପହଞ୍ଚି ଦେଖିଥିଲେ ଘର ଛାତ ଉଡିଯାଇଛି । ଅସବାବପତ୍ର […] The post ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ୨ ମୃତ, ଦୁଇ ଗୁରୁତର appeared first on KNews Odisha.

ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ୨ ମୃତ, ଦୁଇ ଗୁରୁତର
firecrackers

ଜଗତସିଂହପୁର : ଭୟଙ୍କର ବାଣ ବିସ୍ଫୋରଣ । ଉଡ଼ିଲା ଛାତ, ଥରିଲା ସହର । ଜଗତସିଂହପୁର ବଡ଼ବାଗରେ ଭୟଙ୍କର ବାଣ ବିସ୍ପୋରଣ । ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର । ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଶୁକ୍ରବାର ରାତି ପ୍ରାୟ ୧୦ଟା ବେଳେ ପ୍ରଚଣ୍ଡ ଶବ୍ଦରେ ଥରି ଉଠିଥିଲା ପୂରା ଅଞ୍ଚଳ । ଶବ୍ଦ ଶୁଣି ଲୋକେ ପହଞ୍ଚି ଦେଖିଥିଲେ ଘର ଛାତ ଉଡିଯାଇଛି । ଅସବାବପତ୍ର ଏଣେତେଣେ ବିଛାଡ଼ି ହୋଇ ପଡ଼ିଛି । କିଛି ଦୂର ପର୍ଯ୍ୟନ୍ତ ଛିଟିକି ପଡ଼ିଥିଲା ଖଣ୍ଡବିଖଣ୍ଡିତ ମୃତ ଦେହ । ବଡ଼ବାଗ ଗାଁର ସୁଶୀଲ ଦାସଙ୍କ ବଡ଼ପୁଅ ରାଜେଶ ଓ ତାଙ୍କ ପତ୍ନୀ ଘର ଭିତରେ ବାଣ ତିଆରି କରୁଥିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଏକ ବଖରାରେ ଶୋଇଥିବା ତାଙ୍କ ସାନପୁଅ ପରେଶ ଓ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଗୁରୁତର ହୋଇଛନ୍ତି ।

ସେମାନଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି। ନିଜେ ଏସପି ଉଦ୍ଧାର କାର୍ଯ୍ୟର ତଦାରଖ କରିଥିଲେ। ସ୍ଥାନୀୟ ବିଧାୟକ , ଅତିରିକ୍ତ ଜିଲ୍ଲାପାଳ, ତହସିଲଦାର ପ୍ରମୁଖ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ।

The post ବାଣ ଭିଡ଼ିବା ବେଳେ ବିସ୍ଫୋରଣ: ୨ ମୃତ, ଦୁଇ ଗୁରୁତର appeared first on KNews Odisha.