ସେବାୟତଙ୍କ ବିବାଦରୁ ପୁଣି ନୀତି ବିଭ୍ରାଟ, ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର : ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ସୋମବାର ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ […] The post ସେବାୟତଙ୍କ ବିବାଦରୁ ପୁଣି ନୀତି ବିଭ୍ରାଟ, ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ appeared first on KNews Odisha.

ସେବାୟତଙ୍କ ବିବାଦରୁ ପୁଣି ନୀତି ବିଭ୍ରାଟ, ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ
LINGARAJ

ଭୁବନେଶ୍ୱର : ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ । ବଡୁ ସେବାୟତ ଓ ପୂଜା ପଣ୍ଡା ନିଯୋଗର ସେବା ବିବାଦକୁ ନେଇ ନୀତି ବିଭ୍ରାଟ ହୋଇଛି । ସୋମବାର ସନ୍ଧ୍ୟାରୁ ଠାକୁରଙ୍କ କୌଣସି ନୀତି ହୋଇନଥିବା ବେଳେ ଦିଅଁ ଦକ୍ଷିଣ ଘରକୁ ବିଜେ କରିନାହାନ୍ତି । ପବିତ୍ର ପୁଷ୍ୟାଭିଷେକ ସନ୍ଧ୍ୟା ଧୂପ ପରେ ମକର ମଣ୍ଡପରେ ଲିଙ୍ଗରାଜ ମହାପ୍ରଭୁ ବିଜେ କରିଥାନ୍ତି । ଏହା ପରେ ମାହାସୁଆରଙ୍କ ଦ୍ୱାରା ଦୁଗ୍ଧ ଆଉଟା ହୋଇ ଘୃତ କମଳ ପ୍ରସ୍ତୁତ ହୋଇଥାଏ ।

ଗତକାଲି ମକର ସଂକ୍ରାନ୍ତି ପାଇଁ ଘୃତ୍ୟ କମଳ ଲାଗି ହୋଇଥାଏ । କିନ୍ତୁ ପୁନର୍ବାର ବଡୁ ସେବାୟତ ଏକୁଟିଆ ଏହି ନୀତିକୁ ନିଜେ କରିବାକୁ ଦାବି କରିଥିଲେ । ହେଲେ ପୂଜାପଣ୍ଡା ନିଯୋଗ ବିରୋଧ କରିବାରୁ ନୀତିରେ ସହଯୋଗ କରି ନଥିଲେ । ଏଥିପାଇଁ ମହାପ୍ରଭୁ ମକର ମଣ୍ଡପରେ ବସି ରହିଛନ୍ତି । ଏଭଳି ସ୍ଥିତି ଲାଗି ରହିବା ପରେ ଗତକାଲି ବାରମ୍ବାର ବୈଠକ ବସିଥିଲା । କିନ୍ତୁ ସେବାୟ ନିଜ ଜିଦରେ ଅଟଳ ରହିବାରୁ ସମାଧାନର ବାଟ ବାହାରି ପାରିନି । ନିଷ୍କର୍ସ ବାହାର କରିବା ପାଇଁ ସବୁ ନିଯୋଗ ସହ ପୁଣି ବୈଠକ ହେବ। କେଉଁ ସେବକ କେଉଁ ନୀତି କରିବା ପାଇଁ ଅଧିକୃତ ସେ ନେଇ ଲିଷ୍ଟ କରାଯାଉଛି ବୋଲି ଲିଙ୍ଗରାଜ ମନ୍ଦିର ପ୍ରଶାସନ କହିଛି ।

 

 

Also Read : ପୁଣି ସେବାୟତଙ୍କ ବିବାଦ, ମକର ସଂକ୍ରାନ୍ତିରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦ

The post ସେବାୟତଙ୍କ ବିବାଦରୁ ପୁଣି ନୀତି ବିଭ୍ରାଟ, ଦୁଇ ଦିନ ଧରି ଉପବାସରେ ପ୍ରଭୁ ଲିଙ୍ଗରାଜ appeared first on KNews Odisha.