ୟେମେନରେ ନିମିଷା ପ୍ରିୟାଙ୍କୁ ମିଳିବ କି ବଡ଼ ଆଶ୍ୱସ୍ତି ? ବନ୍ଧୁ ରାଷ୍ଟ୍ରର ସରକାରଙ୍କ ସହ ଯୋଗାଯୋଗରେ ଭାରତ

ନୂଆଦିଲ୍ଲୀ – କେରଳରେ ରହୁଥିବା ନିମିଷା ପ୍ରିୟାଙ୍କର ୟେମେନରେ ଫାଶୀଦଣ୍ଡ ଯଦିଓ କିଛି ସମୟ ପାଇଁ ଟଳି ଯାଇଛି , କିନ୍ତୁ ବିପଦ ଏବେ ବି ଜାରି ରହିଛି। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ୧୬ ଜୁଲାଇରେ ଦିଆ ଯିବାକୁ ଥିବା ଫାଶୀକୁ ସ୍ଥଗିତ କରି ଦିଆ ଯାଇଛି ଏବଂ ଏବେ ଉଭୟ ପରିବାର ମଧ୍ୟରେ ପାରସ୍ପରିକ ସହମତିରେ ସମାଧାନ ବାହାର କରିବାକୁ ଆଲୋଚନା ଚାଲିଛି। ଭାରତ ସରକାର ଗୁରୁବାର ନିମିଷା ପ୍ରିୟାଙ୍କ ମାମଲାକୁ ସମ୍ୱେଦନଶୀଳ ଦର୍ଶାଇ କହିଛନ୍ତି ଯେ , ସେ ଓକିଲ ସମେତ ଅନେକ ପ୍ରକାରର ବ୍ୟବସ୍ଥା କରିଛନ୍ତି। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି ମାମଲାରେ ଭାରତ କିଛି ମିତ୍ର ଦେଶର ସରକାରଙ୍କ ସହ ମଧ୍ୟ ସଂପର୍କରେ ଅଛି। ବିଦେଶ ମନ୍ତ୍ରଣାଳୟ ନିୟମିତ ପ୍ରେସ୍‌ କନଫରେନ୍ସରେ ନିମିଷାଙ୍କ ମାମଲାରେ କହିଛି, ଏହା ଏକ ସମ୍ୱେଦନଶୀଳ ମାମଲା ଏବଂ ଭାରତ ସରକାର ଏହି ମାମଲାରେ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଆମେ ଆଇନଗତ ସହାୟତା ପ୍ରଦାନ କରିଛୁ ଏବଂ ପରିବାରର ସହାୟତା ପାଇଁ ଜଣେ ଓକିଲ ନିଯୁକ୍ତ କରିଛୁ। ଆମେ ନିୟମିତ ଭାବେ କାନସୁଲର ଯାତ୍ରାର ବ୍ୟବସ୍ଥା ମଧ୍ୟ କରିଛୁ ଏବଂ ଏହି ମାମଲାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀ ଓ ପରିବାରର ସଦସ୍ୟଙ୍କ ସହ ଲଗାତାର ସଂପର୍କରେ ଅଛୁ।ସରକାର ଆହୁରି କହିଛନ୍ତି ଯେ, ନିକଟବର୍ତ୍ତୀ ଦିନରେ ନିମିଷା ପ୍ରିୟାଙ୍କ ପରିବାରକୁ ଦ୍ୱିତୀୟ ପକ୍ଷ ସହ ସମାଧାନ ବାହାର କରିବା ପାଇଁ ଓ ସମୟ ଦେବା ପାଇଁ ଖୁବ୍‌ ପ୍ରୟାସ କ

ୟେମେନରେ ନିମିଷା ପ୍ରିୟାଙ୍କୁ ମିଳିବ କି ବଡ଼ ଆଶ୍ୱସ୍ତି ? ବନ୍ଧୁ ରାଷ୍ଟ୍ରର ସରକାରଙ୍କ ସହ ଯୋଗାଯୋଗରେ ଭାରତ

ନୂଆଦିଲ୍ଲୀ – କେରଳରେ ରହୁଥିବା ନିମିଷା ପ୍ରିୟାଙ୍କର ୟେମେନରେ ଫାଶୀଦଣ୍ଡ ଯଦିଓ କିଛି ସମୟ ପାଇଁ ଟଳି ଯାଇଛି , କିନ୍ତୁ ବିପଦ ଏବେ ବି ଜାରି ରହିଛି। ଭାରତ ସରକାରଙ୍କ ହସ୍ତକ୍ଷେପ ପରେ ୧୬ ଜୁଲାଇରେ ଦିଆ ଯିବାକୁ ଥିବା ଫାଶୀକୁ ସ୍ଥଗିତ କରି ଦିଆ ଯାଇଛି ଏବଂ ଏବେ ଉଭୟ ପରିବାର ମଧ୍ୟରେ ପାରସ୍ପରିକ ସହମତିରେ ସମାଧାନ ବାହାର କରିବାକୁ ଆଲୋଚନା ଚାଲିଛି। ଭାରତ ସରକାର ଗୁରୁବାର ନିମିଷା ପ୍ରିୟାଙ୍କ ମାମଲାକୁ ସମ୍ୱେଦନଶୀଳ ଦର୍ଶାଇ କହିଛନ୍ତି ଯେ , ସେ ଓକିଲ ସମେତ ଅନେକ ପ୍ରକାରର ବ୍ୟବସ୍ଥା କରିଛନ୍ତି। ବିଦେଶ ମନ୍ତ୍ରଣାଳୟ କହିଛି ଯେ, ଏହି ମାମଲାରେ ଭାରତ କିଛି ମିତ୍ର ଦେଶର ସରକାରଙ୍କ ସହ ମଧ୍ୟ ସଂପର୍କରେ ଅଛି। 

ବିଦେଶ ମନ୍ତ୍ରଣାଳୟ ନିୟମିତ ପ୍ରେସ୍‌ କନଫରେନ୍ସରେ ନିମିଷାଙ୍କ ମାମଲାରେ କହିଛି, ଏହା ଏକ ସମ୍ୱେଦନଶୀଳ ମାମଲା ଏବଂ ଭାରତ ସରକାର ଏହି ମାମଲାରେ ଯଥା ସମ୍ଭବ ସାହାଯ୍ୟ କରୁଛନ୍ତି। ଆମେ ଆଇନଗତ ସହାୟତା ପ୍ରଦାନ କରିଛୁ ଏବଂ ପରିବାରର ସହାୟତା ପାଇଁ ଜଣେ ଓକିଲ ନିଯୁକ୍ତ କରିଛୁ। ଆମେ ନିୟମିତ ଭାବେ କାନସୁଲର ଯାତ୍ରାର ବ୍ୟବସ୍ଥା ମଧ୍ୟ କରିଛୁ ଏବଂ ଏହି ମାମଲାର ସମାଧାନ ପାଇଁ ସ୍ଥାନୀୟ ଅଧିକାରୀ ଓ ପରିବାରର ସଦସ୍ୟଙ୍କ ସହ ଲଗାତାର ସଂପର୍କରେ ଅଛୁ।

ସରକାର ଆହୁରି କହିଛନ୍ତି ଯେ, ନିକଟବର୍ତ୍ତୀ ଦିନରେ ନିମିଷା ପ୍ରିୟାଙ୍କ ପରିବାରକୁ ଦ୍ୱିତୀୟ ପକ୍ଷ ସହ ସମାଧାନ ବାହାର କରିବା ପାଇଁ ଓ ସମୟ ଦେବା ପାଇଁ ଖୁବ୍‌ ପ୍ରୟାସ କରାଯାଇଛି। ଏହି କାରଣରୁ ୟେମେନୀ କର୍ତ୍ତୃପକ୍ଷ ଦଣ୍ଡାଦେଶର କାର୍ଯ୍ୟାଦେଶକୁ ସ୍ଥଗିତ ରଖିଛନ୍ତି , ଯାହା ୧୬ ଜୁଲାଇ , ୨୦୨୫ରେ ଦିଆ ଯିବାର ଥିଲା। 

କହି ରଖୁଛୁ ଯେ, ନିମିଷା ପ୍ରିୟା କେରଳରେ ରହୁଥିଲେ। ସେ ଅନେକ ବର୍ଷ ପୂର୍ବେ ୟେମେନ ଯାଇଥିଲେ , ଯେଉଁଠି ବିଜନେସ ପାର୍ଟନର ତଲାଲ ଅବ୍ଦୋ ମହଦୀଙ୍କ ସହ ସେ ଏକ କ୍ଲିନିକ୍‌ ଖୋଲିଥିଲେ। ପରେ ତଲାଲ ନିମିଷାଙ୍କୁ ସମସ୍ୟାରେ ପକାଇବ ଆରମ୍ବ କରିଦେଲେ ଏବଂ ତାଙ୍କୁ ନିଜର ପତ୍ନୀ ବୋଲି କହିବାକୁ ଲାଗିଲେ। ଅନେକ ଦିନ ଯାଏ ଅତ୍ୟାଚାର ସହିବା ପରେ ନିମିଷା ଯେବେ ନିଜର ପାସପୋର୍ଟ ମାଗିଲେ ତ ସେ ଦେବାକୁ ମନାକରି ଦେଲେ। ଏହାପରେ ନିମିଷା ତଲାଲଙ୍କ ଠାରୁ ପାସପୋର୍ଟ ନେବା ପାଇଁ ତାଙ୍କୁ କେବଳ ବେହୋସ କରିବାକୁ ଚେଷ୍ଟା କରିଥିଲେ , କିନ୍ତୁ ନିଶା ଔଷଧର ମାତ୍ରାଧିକ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ନିମିଷାଙ୍କୁ ହତ୍ୟାଙ୍କୁ ଦୋଷୀ କରାଯାଇ ଥିଲା ଏବଂ ତାଙ୍କୁ ଫାଶୀର ସଜା ଶୁଣା ଯାଇଥିଲା।