ବିଜେପୁର ଉପ-ନିର୍ବାଚନ ଗଣ୍ଡଗୋଳ ଘଟଣା : ପୂର୍ବତନ ବିଧାୟକ କେ.ଭି. ସିଂହଦେଓ ଓ ପ୍ରଦୀପ ପୁରୋହିତ କୋର୍ଟରେ ହାଜର
ସମ୍ବଲପୁର ୧୨।୩: ବରଗଡ ଜିଲ୍ଲା ବିଜେପୁର ଉପ-ନିର୍ବାଚନ ଗଣ୍ଡଗୋଳ ଘଟଣାରେ ସମ୍ବଲପୁର ଫାଷ୍ଟ ଟ୍ରାକ୍ କୋର୍ଟରେ ଦୁଇ ପୂର୍ବତନ ବିଧାୟକ ହାଜର ହେଲେ l ପୂର୍ବତନ ବିଧାୟକ କେ.ଭି. ସିଂଦେଓ ଓ ପ୍ରଦୀପ ପୁରୋହିତ ହାଜର ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୮ ବିଜେପୁର ଉପ ନିର୍ବାଚନ ସମୟରେ ଦୁହିଁଙ୍କ ନାମରେ ରୁଜୁ ହୋଇଥିଲା ମାମଲା l ତେବେ ମଙ୍ଗଳବାର ତାରିଖ ଥିବା ବେଳେ ଉଭୟେ ସମ୍ବଲପୁର ଫାଷ୍ଟଟ୍ରାକ୍ କୋର୍ଟରେ ହାଜର ହୋଇଛନ୍ତି । ୨୦୧୮ ଉପନିର୍ବାଚନ ସମୟରେ ପୋଲିସ ଗାଇସିଲେଟ ଅଞ୍ଚଳର ବିଜେପି ନେତା ରହୁଥିବା ଏକ ଘରେ ଅତର୍କିତ ଚଢାଉ କରିଥିଲେ । ସେହି ସମୟରେ ବିଜେପିର ନେତା ତାଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ମାମଲାଟି ପରବର୍ତ୍ତୀ ସମୟରେ ପଦ୍ମପୁରରୁ ସମ୍ବଲପୁର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।
ସମ୍ବଲପୁର ୧୨।୩: ବରଗଡ ଜିଲ୍ଲା ବିଜେପୁର ଉପ-ନିର୍ବାଚନ ଗଣ୍ଡଗୋଳ ଘଟଣାରେ ସମ୍ବଲପୁର ଫାଷ୍ଟ ଟ୍ରାକ୍ କୋର୍ଟରେ ଦୁଇ ପୂର୍ବତନ ବିଧାୟକ ହାଜର ହେଲେ l ପୂର୍ବତନ ବିଧାୟକ କେ.ଭି. ସିଂଦେଓ ଓ ପ୍ରଦୀପ ପୁରୋହିତ ହାଜର ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ୨୦୧୮ ବିଜେପୁର ଉପ ନିର୍ବାଚନ ସମୟରେ ଦୁହିଁଙ୍କ ନାମରେ ରୁଜୁ ହୋଇଥିଲା ମାମଲା l ତେବେ ମଙ୍ଗଳବାର ତାରିଖ ଥିବା ବେଳେ ଉଭୟେ ସମ୍ବଲପୁର ଫାଷ୍ଟଟ୍ରାକ୍ କୋର୍ଟରେ ହାଜର ହୋଇଛନ୍ତି ।
୨୦୧୮ ଉପନିର୍ବାଚନ ସମୟରେ ପୋଲିସ ଗାଇସିଲେଟ ଅଞ୍ଚଳର ବିଜେପି ନେତା ରହୁଥିବା ଏକ ଘରେ ଅତର୍କିତ ଚଢାଉ କରିଥିଲେ । ସେହି ସମୟରେ ବିଜେପିର ନେତା ତାଙ୍କୁ ବିରୋଧ କରିଥିଲେ । ଯାହାକୁ ନେଇ ପୋଲିସ ଏକ ମାମଲା ରୁଜୁ କରିଥିଲା । ମାମଲାଟି ପରବର୍ତ୍ତୀ ସମୟରେ ପଦ୍ମପୁରରୁ ସମ୍ବଲପୁର କୋର୍ଟକୁ ସ୍ଥାନାନ୍ତର ହୋଇଥିଲା ।