ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ପତଞ୍ଜଳି ଯୋଗପୀଠର ସହାୟକ ସଂସ୍ଥା ପତଞ୍ଜଳି ଯୋଗ ସମିତି, ରାଜସ୍ଥାନ ଏବଂ ଚୌମୁ ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ଏକ ସ୍ବତନ୍ତ୍ର ଏକଦିବସୀୟ ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଗୁରୁ ରାମଦେବଙ୍କ ଶିଷ୍ୟ ତଥା ଭାରତ ସ୍ବାଭିମାନ ଟ୍ରଷ୍ଟ ହରିଦ୍ୱାରର କେନ୍ଦ୍ରୀୟ ପ୍ରଭାରୀ ଡ. ସ୍ବାମୀ ପରମାର୍ଥ ଦେବ ଯୋଗଦେଇ କହିଥିଲେ , ଯୋଗକୁ ଆମେ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚାଇବା ସହ ସମସ୍ତଙ୍କୁ ଯୋଗୀ ଭାବେ […] The post ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର appeared first on Dharitri Odia News.

ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌  ଯୋଗ ଶିବିର

ଭୁବନେଶ୍ୱର,୩୧ା୧୨(ଅନୁରାଧା ମହାରଣା): ପତଞ୍ଜଳି ଯୋଗପୀଠର ସହାୟକ ସଂସ୍ଥା ପତଞ୍ଜଳି ଯୋଗ ସମିତି, ରାଜସ୍ଥାନ ଏବଂ ଚୌମୁ ଭାରତ ସ୍ବାଭିମାନ ଟ୍ରଷ୍ଟ ପକ୍ଷରୁ ରାଜସ୍ଥାନର ଜୟପୁରଠାରେ ଏକ ସ୍ବତନ୍ତ୍ର ଏକଦିବସୀୟ ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଗୁରୁ ରାମଦେବଙ୍କ ଶିଷ୍ୟ ତଥା ଭାରତ ସ୍ବାଭିମାନ ଟ୍ରଷ୍ଟ ହରିଦ୍ୱାରର କେନ୍ଦ୍ରୀୟ ପ୍ରଭାରୀ ଡ. ସ୍ବାମୀ ପରମାର୍ଥ ଦେବ ଯୋଗଦେଇ କହିଥିଲେ , ଯୋଗକୁ ଆମେ ପ୍ରତିଟି ବ୍ୟକ୍ତି ପାଖରେ ପହଞ୍ଚାଇବା ସହ ସମସ୍ତଙ୍କୁ ଯୋଗୀ ଭାବେ ଗଢ଼ିବା ପାଇଁ ଲକ୍ଷ୍ୟ ରଖିଛୁ। ଅପରପକ୍ଷରେ ଯୋଗଗୁରୁ ରାମଦେବ ଭର୍ଚୁଆଲ ମାଧ୍ୟମରେ ଯୋଗଦେଇ ଉକ୍ତ ଶିବିରର ଆଭିମୁଖ୍ୟ ସମ୍ପର୍କରେ ବିସ୍ତୃତ ଭାବେ ଅବଗତ କରାଇଥିଲେ। ସେହିଭଳି ଜୟପୁର ଗ୍ରାମୀଣ ଭାରତ ସ୍ବାଭିମାନ ଟ୍ରଷ୍ଟର ଜିଲା ପ୍ରଭାରୀ ହନୁମାନ ସିଂହ ରୋଲାନିଆ କହିଥିଲେ, ଚୌମୁର ରାଜବିଳାସ ଗାର୍ଡେନରେ ଆୟୋଜିତ ଏହି ବିଶାଳ ଯୋଗ ସମ୍ମିଳନୀରେ ଲକ୍ଷାଧିକ ଯୋଗସାଧକ ଯୋଗଦେଇ ଶିବିରକୁ ସଫଳ କରାଇଛନ୍ତି। ଭାରତ ସ୍ବାଭିମାନ ଟ୍ରଷ୍ଟର ମୁଖ୍ୟ କେନ୍ଦ୍ରୀୟ ପ୍ରଭାରୀ ଅରବିନ୍ଦ ପାଣ୍ଡେ ଏବଂ ଭାରତୀୟ ଶିକ୍ଷା ବୋର୍ଡର ରାଜ୍ୟ ପ୍ରମୁଖ କୁଳଭୂଷଣ ବୈରାଠି, ମହିଳା ଯୋଗ ସମିତି ରାଜ୍ୟ ପ୍ରଭାରୀ ସରିତା ଗୁର୍ଜର, କିଷାନ ସେବା ସମିତିର ରାଜ୍ୟ ପ୍ରଭାରୀ ସର୍ଦ୍ଦାର ବଳଦେବ ସିଂହ, ପତଞ୍ଜଳି ଯୋଗ ସମିତିର ରାଜ୍ୟ ପ୍ରଭାରୀ ପବନ କୁମାର, ଯୁବ ଭାରତର ରାଜ୍ୟ ପ୍ରଭାରୀ ସନ୍ଦୀପ କାସନିଆ, ପୂର୍ବତନ ବିଧାୟକ ରାମଲାଲ ଶର୍ମା, ଡା. ଶ୍ରବଣ କୁମାର ବରାଳ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ରାଜସ୍ଥାନର ଜୟପୁର, ଦୌସା, ଅଲବର, କୋଟା ଭଳି ଅନେକ ଅଞ୍ଚଳର ଯୋଗ ସାଧକଙ୍କ ସମେତ ଯୋଗଗୁରୁ ରାମଦେବଙ୍କ ଶିଷ୍ୟମାନେ ଉକ୍ତ ଶିବିରରେ ସାମିଲ ହୋଇଥିଲେ।

The post ପତଞ୍ଜଳିର ନିଃଶୁଳ୍କ ଇଣ୍ଟିଗ୍ରେଟେଡ୍‌ ଯୋଗ ଶିବିର appeared first on Dharitri Odia News.