ଫେରିବ କି ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା?, ଗୃହମନ୍ତ୍ରୀଙ୍କୁ ଭେଟିଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଫେରିବ କି ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା? ଏ ସମ୍ପର୍କରେ ଆଲୋଚନା କରିବାକୁ ଗୁରୁବାର(୧୯ ଡିସେମ୍ବର)କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଗୃହମନ୍ତ୍ରୀଙ୍କ ସହିତ ସେ ଶାସନ ପ୍ରସଙ୍ଗ ଏବଂ ଜାମ୍ମୁ କାଶ୍ମୀରର ବ୍ୟାପକ ପରିସ୍ଥିତି ତଥା ରାଜ୍ୟ ମାନ୍ୟତା ପୁନଃ ଲାଗୁ କରିବା ନେଇ ଆଲୋଚନା କରିଛି ବୋଲି ସେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ଲୋକଙ୍କ ହିତରେ ହେବ ବୋଲି ଓମାର କହିଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଏହା ଓମାରଙ୍କ ଦ୍ୱିତୀୟ ବୈଠକ। ଏହା ପୂର୍ବରୁ ନିର୍ବାଚନରେ ବିଜୟୀ ହେବା ପରେ ଅକ୍ଟୋବର ୨୩ ତାରିଖରେ ଓମାର ଅବଦୁଲ୍ଲା ଦିଲ୍ଲୀ ଆସି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିଥିଲେ। ପ୍ରତି ଆଲୋଚନାରେ ସେ ଜାମ୍ମୁ-କାଶ୍ମୀର ରାଜ୍ୟମାନ୍ୟତା ପୁନଃ ଲାଗୁ କରିବାକୁ ଗୁରୁତ୍ୱ ଦେଇଛନ୍ତି। ତେବେ ଟ୍ରାଞ୍ଜାକସନ୍ ଅଫ୍ ବିଜିନେସ୍ ରୁଲ୍ସ (ଟିବିଆର) ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିଛନ୍ତି କି ବୋଲି ପଚରାଯିବାରୁ ଓମାର ଅବଦୁଲ୍ଲା କହିଛନ୍ତି “ ଏହା ସମ୍ପୂର୍ଣ୍ଣ ଆମ ବ୍ୟକ୍ତିଗତ କଥା, ଏଥିରେ ଭାରତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଟିବିଆଇର ସମ୍ପର୍କରେ ଜାମ୍ମୁ-କାଶ୍ମୀରର ନିର୍ବାଚିତ ସରକାର ନିଷ୍ପତ୍ତି ନେବେ। କ୍ୟାବିନେଟ ଅନୁମୋଦନ ଦେବା ପରେ ଏହାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣଙ୍କ ପାଖକୁ ପଠାଯିବ।” 

ଫେରିବ କି ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା?, ଗୃହମନ୍ତ୍ରୀଙ୍କୁ ଭେଟିଲେ ଓମାର ଅବଦୁଲ୍ଲା

ନୂଆଦିଲ୍ଲୀ: ଫେରିବ କି ଜାମ୍ମୁ-କାଶ୍ମୀର ରାଜ୍ୟ ମାନ୍ୟତା? ଏ ସମ୍ପର୍କରେ ଆଲୋଚନା କରିବାକୁ ଗୁରୁବାର(୧୯ ଡିସେମ୍ବର)କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି ଜାମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଗୃହମନ୍ତ୍ରୀଙ୍କ ସହିତ ସେ ଶାସନ ପ୍ରସଙ୍ଗ ଏବଂ ଜାମ୍ମୁ କାଶ୍ମୀରର ବ୍ୟାପକ ପରିସ୍ଥିତି ତଥା ରାଜ୍ୟ ମାନ୍ୟତା ପୁନଃ ଲାଗୁ କରିବା ନେଇ ଆଲୋଚନା କରିଛି ବୋଲି ସେ କହିଛନ୍ତି। ସରକାରଙ୍କ ନିଷ୍ପତ୍ତି ଲୋକଙ୍କ ହିତରେ ହେବ ବୋଲି ଓମାର କହିଛନ୍ତି। 

କେନ୍ଦ୍ର ଗୃହମନ୍ତ୍ରୀଙ୍କ ସହିତ ଏହା ଓମାରଙ୍କ ଦ୍ୱିତୀୟ ବୈଠକ। ଏହା ପୂର୍ବରୁ ନିର୍ବାଚନରେ ବିଜୟୀ ହେବା ପରେ ଅକ୍ଟୋବର ୨୩ ତାରିଖରେ ଓମାର ଅବଦୁଲ୍ଲା ଦିଲ୍ଲୀ ଆସି କେନ୍ଦ୍ରୀୟ ନେତୃତ୍ୱଙ୍କ ସହିତ ଆଲୋଚନା କରିଥିଲେ। ପ୍ରତି ଆଲୋଚନାରେ ସେ ଜାମ୍ମୁ-କାଶ୍ମୀର ରାଜ୍ୟମାନ୍ୟତା ପୁନଃ ଲାଗୁ କରିବାକୁ ଗୁରୁତ୍ୱ ଦେଇଛନ୍ତି। 

ତେବେ ଟ୍ରାଞ୍ଜାକସନ୍ ଅଫ୍ ବିଜିନେସ୍ ରୁଲ୍ସ (ଟିବିଆର) ଉପରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ମାଗିଛନ୍ତି କି ବୋଲି ପଚରାଯିବାରୁ ଓମାର ଅବଦୁଲ୍ଲା କହିଛନ୍ତି “ ଏହା ସମ୍ପୂର୍ଣ୍ଣ ଆମ ବ୍ୟକ୍ତିଗତ କଥା, ଏଥିରେ ଭାରତ ସରକାରଙ୍କର କୌଣସି ସମ୍ପର୍କ ନାହିଁ। ଟିବିଆଇର ସମ୍ପର୍କରେ ଜାମ୍ମୁ-କାଶ୍ମୀରର ନିର୍ବାଚିତ ସରକାର ନିଷ୍ପତ୍ତି ନେବେ। କ୍ୟାବିନେଟ ଅନୁମୋଦନ ଦେବା ପରେ ଏହାକୁ ଲେଫ୍ଟନାଣ୍ଟ ଗଭର୍ଣ୍ଣଙ୍କ ପାଖକୁ ପଠାଯିବ।”