ଓଡ଼ିଶାର ୧୩ ଜଣଙ୍କୁ ପୁଲିସ ପଦକ ପ୍ରଦାନ ଘୋଷଣା
ଭୁବନେଶ୍ୱର : ସ୍ଵାଧୀନତା ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶାର ୧୩ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୧୩ ଜଣଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ଏବଂ ଅନ୍ୟ ୧୧ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପ୍ରଦାନ ପାଇଁ ପୁରସ୍କୃତ କରାଯିବ। ରାଷ୍ଟ୍ରପତି ପଦକ ପାଇବାକୁ ଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ରହିଛନ୍ତି ଅତିରିକ୍ତ […]

ଭୁବନେଶ୍ୱର : ସ୍ଵାଧୀନତା ଦିବସ ସମାରୋହ ପାଳନ ଅବସରରେ ଓଡ଼ିଶାର ୧୩ ଜଣଙ୍କୁ ପୁଲିସ ପଦକ ପ୍ରଦାନ କରାଯିବ । ଏନେଇ କେନ୍ଦ୍ର ସ୍ଵରାଷ୍ଟ ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ୧୩ ଜଣଙ୍କ ମଧ୍ୟରୁ ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କରାଯିବ ଏବଂ ଅନ୍ୟ ୧୧ ଜଣଙ୍କୁ ଗୁଣବତ୍ତାସମ୍ପନ୍ନ ସେବା ପ୍ରଦାନ ପାଇଁ ପୁରସ୍କୃତ କରାଯିବ।
ରାଷ୍ଟ୍ରପତି ପଦକ ପାଇବାକୁ ଥିବା ବ୍ୟକ୍ତିବିଶେଷମାନଙ୍କ ମଧ୍ୟରେ ରହିଛନ୍ତି ଅତିରିକ୍ତ ମହାନିର୍ଦେଶକ ସୁରେଶ ଦେବଦତ୍ତ ସିଂହ ଓ ଉପଆରକ୍ଷୀ ଅଧୀକ୍ଷକ ସଚ୍ଚିଦାନନ୍ଦ ରଥ। ଏହାସହିତ ଗୁଣବତ୍ତାସମ୍ପନ୍ନ ସେବା ପାଇଁ ପଦକ ପାଇବାକୁ ଥିବା ବ୍ୟକ୍ତିବିଶେଷ ହେଲେ ଡେପୁଟି କମାଣ୍ଡାଣ୍ଟ କୌଶିକ ନାଏକ, ଡିଏସପି ସନତ କୁମାର ନାଥଶର୍ମା, ଡିଏସପି କବିତା ସାହୁ, କନଷ୍ଟେବଳ ପ୍ରମୋଦ କୁମାର ମହାନ୍ତ, ଏସଆଇ ପ୍ରଦ୍ୟୁମ୍ନ କୁମାର ନନ୍ଦ, ଏଏସଆଇ ବାବୁଲା ସାମଲ, କନଷ୍ଟେବଳ ସଞ୍ଜୁକ୍ତା ପଟ୍ଟନାୟକ, ଇନ୍ସପେକ୍ଟର ହରିବନ୍ଧୁ ଭତ୍ରା, ହାବିଲଦାର ତୋଫାନ ବେହେରା, ପ୍ରାଣକୃଷ୍ଣ ଲେଙ୍କା ଏବଂ ସୁରେଶ ଚନ୍ଦ୍ର ରାଉତ ।