୨୩ଲକ୍ଷ ଟଙ୍କା, ଅଡି କାର୍ ଜବତ କଲା ଇଡି
ଭୁବନେଶ୍ୱର,୯।୩(ସତ୍ୟଜିତ୍ ରାଉତ): ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ ମାଲିକଙ୍କ ଘର ଓ ଅଫିସ, ବିଲ୍ଡରଙ୍କ ଘର ସମେତ ପ୍ରାୟ ୪ ସ୍ଥାନ ଏବଂ ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ଆଦି ସ୍ଥାନରେ ଥିବା ଅଭିଯୁକ୍ତମାନଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା। ତେବେ ଯାଞ୍ଚବେଳେ […] The post ୨୩ଲକ୍ଷ ଟଙ୍କା, ଅଡି କାର୍ ଜବତ କଲା ଇଡି appeared first on Dharitri Odia News.
ଭୁବନେଶ୍ୱର,୯।୩(ସତ୍ୟଜିତ୍ ରାଉତ): ଅର୍ଥତତ୍ତ୍ୱ ଚିଟ୍ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ ଜାରି ରଖିଛି। ଇଡି ପକ୍ଷରୁ ଗୁରୁବାର ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ଚଢ଼ାଉରେ ବହୁ କୋଟିର ସମ୍ପତ୍ତି ଠାବ ହୋଇଛି। ଭୁବନେଶ୍ୱରରେ ଏକ ଦୈନିକ ଓଡିଆ ଖବରକାଗଜ ମାଲିକଙ୍କ ଘର ଓ ଅଫିସ, ବିଲ୍ଡରଙ୍କ ଘର ସମେତ ପ୍ରାୟ ୪ ସ୍ଥାନ ଏବଂ ଗଞ୍ଜାମ ଜିଲାର ବ୍ରହ୍ମପୁର, ଛତ୍ରପୁର ଆଦି ସ୍ଥାନରେ ଥିବା ଅଭିଯୁକ୍ତମାନଙ୍କ ଘରେ ଏକକାଳୀନ ଚଢ଼ାଉ ହୋଇଥିଲା। ତେବେ ଯାଞ୍ଚବେଳେ ସେମାନଙ୍କ ନିକଟରୁ ମୋଟ ୨୩ ଲକ୍ଷ ନଗଦ ଟଙ୍କା, ୩୫ ଲକ୍ଷ ଟଙ୍କାର ଅଡି କ୍ୟୁ୩ କାର୍, ୨୪.୧୫ ଲକ୍ଷ ଟଙ୍କାର ଅଳଙ୍କାର, ବହୁ କାଗଜପତ୍ର, ଡିଜିଟାଲ୍ ଡିଭାଇସ୍ ଜବତ ହୋଇଥିବା ଶୁକ୍ରବାର ଇଡି ପକ୍ଷରୁ ସୂଚନା ଦିଆଯାଇଛି। ଓଡି୦୨ସିଏଚ୍୨୮୦୯ ନମ୍ବର ବିଶିଷ୍ଟ ଉକ୍ତ ଅଡି କାର୍ଟି ବ୍ରହ୍ମପୁରର ଜଣେ ଠିକାଦାରଙ୍କର ବୋଲି ଜଣାପଡିଛି। ସେହିଭଳି ଆଉ ଜଣେ ଠିକାଦାରଙ୍କ ନିକଟରୁ ପ୍ରାୟ ୧୫ ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଜବତ ହୋଇଥିବା ସୂଚନା ମିଳିଛି।
୨୦୦୯ରେ ଅର୍ଥତତ୍ତ୍ୱ କମ୍ପାନୀ ଓଡ଼ିଶାର ବିଭିନ୍ନ ଜିଲାରେ ଶାଖା ଖୋଲି ବହୁ ଲୋଭନୀୟ ସ୍କିମ ଜରିଆରେ ଲୋକଙ୍କଠାରୁ ପ୍ରାୟ ୫ଶହ କୋଟି ଟଙ୍କା ଠକେଇ କରିଥିଲା। ଏନେଇ ୨୦୧୩ରେ ପ୍ରଥମେ ଭୁବନେଶ୍ୱର ଖାରବେଳନଗର ଥାନାରେ ମାମଲା ହେବା ସହ ପୋଲିସ କମ୍ପାନୀର ମୁଖ୍ୟ ପ୍ରଦୀପ ସେଠୀଙ୍କୁ ଗିରଫ କରିଥିଲା। ୨୦୧୪ରେ ସୁପ୍ରିମକୋର୍ଟ ଉକ୍ତ ମାମଲାର ତଦନ୍ତଭାର ସିବିଆଇକୁ ଦେଇଥିଲେ। ସିବିଆଇ ଏହି ଘଟଣାରେ ତଦନ୍ତ କରି ପ୍ରଦୀପଙ୍କ ଲିଙ୍କ୍ରେ ଥିବା ୨୦ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଗିରଫ କରିଥିଲା। ସିବିଆଇର ଚାର୍ଜଶିଟ୍ ଆଧାରରେ ଇଡି ତଦନ୍ତ କରୁଛି। ଏପରିକି ଇଡି ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ମଧ୍ୟ ଆଟାଚ୍ କରିସାରିଛି। ଅନ୍ୟପକ୍ଷରେ ୨୦୧୭ ଏପ୍ରିଲ ୬ରେ ଭୁବନେଶ୍ୱର ସିବିଆଇ କୋର୍ଟ ପ୍ରଦୀପଙ୍କୁ ୭ ବର୍ଷ ଓ ଅନ୍ୟତମ ନିର୍ଦ୍ଦେଶକ ମନୋଜ ପଟ୍ଟନାୟକଙ୍କୁ ୪ ବର୍ଷ ଜେଲଦଣ୍ଡ ଦେଇଥିଲେ।
The post ୨୩ଲକ୍ଷ ଟଙ୍କା, ଅଡି କାର୍ ଜବତ କଲା ଇଡି appeared first on Dharitri Odia News.