ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନେଇ ନିଷ୍ପତ୍ତି ହେବା ପରେ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି। ସୂଚନାଯୋଗ୍ୟ, ଗୁରୁବାର  ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେବା ପାଇଁ […] The post ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ appeared first on Dharitri Odia News.

ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ

ଭୁବନେଶ୍ୱର,୧୮ା୧୦: ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ଆମ ପାଇଁ ଗର୍ବ ବୋଲି କହିଛନ୍ତି ଓମଫେଡ୍‌ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ। ଶ୍ରୀମନ୍ଦିରରେ କେବଳ ଓମଫେଡ୍‌ ଘିଅ ବ୍ୟବହାର ନେଇ ନିଷ୍ପତ୍ତି ହେବା ପରେ ସେ ଏପରି ପ୍ରତିକ୍ରିୟା ରଖିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର  ଶ୍ରୀମନ୍ଦିରରେ ଗୁଆ ଘିଅରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ ସୁଆର ମହାସୁଆର ସେବାୟତ ନିଯୋଗ। ଓମ୍‌ଫେଡ୍‌ ପରିବର୍ତ୍ତେ ଶୁଦ୍ଧ ଗୁଆଘିଅରେ ମହାପ୍ରସାଦ ପ୍ରସ୍ତୁତ ହେବା ପାଇଁ ଦାବି କରିଥିଲେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅମୃତମଣୋହୀ ଜମିରେ ଗାଈ ଫାର୍ମ କରାଯିବା ପାଇଁ ଚିଠିରେ ଉଲ୍ଲେଖ ରହିଥିବାବେଳେ ମହାପ୍ରଭୁଙ୍କ ଗଚ୍ଛିତ ଅର୍ଥରେ ଗୋ’ଶାଳା ଏବଂ ଡାଏରୀ ଫାର୍ମ କରାଯିବାକୁ ସୁଆର ମହାସୁଆର ସେବାୟତ ନିଯୋଗ ଚିଠି ଲେଖିଥିଲେ।

The post ଓମଫେଡ୍‌ ଘିଅ ବ୍ୟବହାର ନିଷ୍ପତ୍ତି ନେଇ ଏମିତି କହିଲେ ଏମ୍‌ଡି ବିଜୟ ଅମୃତା କୁଲାଙ୍ଗେ appeared first on Dharitri Odia News.