ଧରିତ୍ରୀରେ ଖବର ପ୍ରକାଶ ପରେ ଏନ୍ଏସି ପ୍ରଶାସନର ନିଦ ଭାଙ୍ଗିଲା, ଯୁଦ୍ଧକାଳୀନ ଭିତ୍ତିରେ…
ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ଉତ୍ତର ଦ୍ବାର ରାସ୍ଥାଟି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡୁଛି। ଯାହାକି ଜଗନ୍ନାଥଙ୍କ ରଥଯାତ୍ରାକୁ ଦର୍ଶନ ଲାଗି ପ୍ରତ୍ୟହ ଆସୁଥିବା ଭକ୍ତମାନେ ଓ ସାହିବାସିନ୍ଦା ଯାତାୟାତ ବେଳେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଥିବାକୁ ନେଇ ଏକ ମାତ୍ର ଧରିତ୍ରୀରେ ଶନିବାର ଓ ରବିବାର ଖବର ପ୍ରକାଶ […] The post ଧରିତ୍ରୀରେ ଖବର ପ୍ରକାଶ ପରେ ଏନ୍ଏସି ପ୍ରଶାସନର ନିଦ ଭାଙ୍ଗିଲା, ଯୁଦ୍ଧକାଳୀନ ଭିତ୍ତିରେ… appeared first on Dharitri Odia News.
ପୁରୁଷୋତ୍ତମପୁର,୬ା୭(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନ୍ଏସି ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ପରିମଳ ସେବା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ସାମାନ୍ୟ ବର୍ଷାରେ ଓ୍ବାର୍ଡ ନଂ ୯ ରଥସାହି ଜଗନ୍ନାଥମନ୍ଦିର ଉତ୍ତର ଦ୍ବାର ରାସ୍ଥାଟି ସମ୍ପୂର୍ଣ୍ଣ ଜଳାର୍ଣ୍ଣବ ହୋଇପଡୁଛି। ଯାହାକି ଜଗନ୍ନାଥଙ୍କ ରଥଯାତ୍ରାକୁ ଦର୍ଶନ ଲାଗି ପ୍ରତ୍ୟହ ଆସୁଥିବା ଭକ୍ତମାନେ ଓ ସାହିବାସିନ୍ଦା ଯାତାୟାତ ବେଳେ ନାହିଁ ନ ଥିବାର ଅସୁବିଧାର ସମ୍ମୁଖୀନ ହେବାରେ ଲାଗିଥିବାକୁ ନେଇ ଏକ ମାତ୍ର ଧରିତ୍ରୀରେ ଶନିବାର ଓ ରବିବାର ଖବର ପ୍ରକାଶ ପାଇଛି।
ଏହି ଖବର ପ୍ରକାଶ ପରେ ଏନ୍ଏସି ପ୍ରଶାସନର ନିଦ ଭାଙ୍ଗିଥିବା ବେଳେ ସକାଳୁ ସକାଳୁ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ପଣ୍ଡା, ବିଧାୟକଙ୍କ ପ୍ରତିନିଧି ସୁଦର୍ଶନ ବେହେରା, କନିଷ୍ଠ ଯନ୍ତ୍ରୀ ରାମଚନ୍ଦ୍ର ପେଙ୍ଗୁଆ ଓ ଏନ୍ଏସିର କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ରାସ୍ତାର ଦୟନୀୟ ପରିସ୍ଥିତି ଦେଖିବା ସହ ଜେସିବି ମେଶିନ ଡକାଇ ରାସ୍ତାପାର୍ଶ୍ୱରେ ଡ୍ରେନ୍ ଖୋଳି ପାଣି ନିଷ୍କାସନ କରିବାରେ ଲାଗିପଡ଼ିଛନ୍ତି।
The post ଧରିତ୍ରୀରେ ଖବର ପ୍ରକାଶ ପରେ ଏନ୍ଏସି ପ୍ରଶାସନର ନିଦ ଭାଙ୍ଗିଲା, ଯୁଦ୍ଧକାଳୀନ ଭିତ୍ତିରେ… appeared first on Dharitri Odia News.