ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

ଆସନ୍ତା ଜୁଲାଇ ୮ରେ ଖୋଲାଯିବ ରତ୍ନଭଣ୍ଡାର । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି।

ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର

ରତ୍ନଭଣ୍ଡାରର ରହସ୍ୟ ଜାଣିବାକୁ ରାଜ୍ୟବାସୀ ଖୁବ୍‌ ବ୍ୟଗ୍ର ଥିବା ବେଳେ ଖୁବ୍‌ ଶୀଘ୍ର ଏହା ଉପରୁ ଉଠିବ ପରଦା। ଆସନ୍ତା ଜୁଲାଇ ୮ରେ ଖୋଲାଯିବ ରତ୍ନଭଣ୍ଡାର । ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି।

ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ସ୍କାନିଂରେ କ୍ରାକ୍‌ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ଏହାକୁ ଖୋଲାଯାଇ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ ।  

ଏନେଇ ଏଏସ୍‌ଆଇ କହିଛନ୍ତି, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଅଯାଇଛି। କୋର କମିଟି, ଟେକନିକାଲ କମିଟି ଉପସ୍ଥିତିରେ ଏହାକୁ ଖୋଲାଯିବ ।  

୨୦୧୮ ମସିହାରେ ଆସିଥିବା ରିପୋର୍ଟରେ ଦେଖା ଯାଇଥିଲା କିଛି ସ୍ଥାନରେ କ୍ରାକ୍‌ ତଥା ଭଙ୍ଗାରୁଜା ରହିଛି। ଲେଜର ସ୍କାନିଂ ରିପୋର୍ଟରେ ବି ଏହା ସ୍ପଷ୍ଟ ହୋଇଛି। ତେଣୁ ଉକ୍ତ କ୍ରାକ୍‌ ଦେଇ ପାଣି ଭିତରକୁ ଯାଉଥିବ। ତେଣୁ ତୁରନ୍ତ ଆବଶ୍ୟକତା ଅନୁଯାୟୀ ମରାମତି କରାଯିବ ।