କୋଟିଆ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ସିପିଆଇଏମ୍‌ ଦଳ, ଗ୍ରାମବାସୀଙ୍କୁ ନେଇ କରିଛି…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଗତ କିଛିଦିନ ହେଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ବିଭିନ୍ନ ସ୍ଥାନରେ ଏକତ୍ରିତ କରି ବୈଠକ କରି ଓଡ଼ିଶାର ସରକାରୀ ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ହେଉଥିବା ଦୃଶ୍ୟ ଉପରେ ଆନ୍ଧ୍ର ରାଜ୍ୟ ସରକାର ଦୃଷ୍ଟି ଦେବା ନେଇ ଦାବି ଉଠାଇଛନ୍ତି। ଏହିପରି ଦୃଶ୍ୟ ବୁଧବାର ପୁଣି ଉକ୍ତ ପଞ୍ଚାୟତର ସୀମାନ୍ତ ଗ୍ରାମ ଯଥା […] The post କୋଟିଆ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ସିପିଆଇଏମ୍‌ ଦଳ, ଗ୍ରାମବାସୀଙ୍କୁ ନେଇ କରିଛି… appeared first on Dharitri Odia News.

କୋଟିଆ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ସିପିଆଇଏମ୍‌ ଦଳ, ଗ୍ରାମବାସୀଙ୍କୁ ନେଇ କରିଛି…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଗତ କିଛିଦିନ ହେଲା ପଡ଼ୋଶୀ ରାଜ୍ୟ ଆନ୍ଧ୍ରର ସିପିଆଇଏମ୍‌ ଦଳ ବାରମ୍ବାର ଅନୁପ୍ରବେଶ କରି ସୀମାନ୍ତ ଗ୍ରାମବାସୀଙ୍କୁ ବିଭିନ୍ନ ସ୍ଥାନରେ ଏକତ୍ରିତ କରି ବୈଠକ କରି ଓଡ଼ିଶାର ସରକାରୀ ଅଧିକାରୀଙ୍କ ଦ୍ୱାରା ନିର୍ଯାତନା ହେଉଥିବା ଦୃଶ୍ୟ ଉପରେ ଆନ୍ଧ୍ର ରାଜ୍ୟ ସରକାର ଦୃଷ୍ଟି ଦେବା ନେଇ ଦାବି ଉଠାଇଛନ୍ତି। ଏହିପରି ଦୃଶ୍ୟ ବୁଧବାର ପୁଣି ଉକ୍ତ ପଞ୍ଚାୟତର ସୀମାନ୍ତ ଗ୍ରାମ ଯଥା ଉପର ସେମ୍ବି, ତଳ ସେମ୍ବି ଓ ଧୁଳିପଦର ପ୍ରମୁଖ ଗ୍ରାମରେ ଦେଖିବାକୁ ମିଳିଛି। ଆନ୍ଧ୍ରର ଉକ୍ତ ଦଳର ସେକ୍ରେଟାରୀ ଏମ  ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ତାଡିଙ୍ଗି ସନ୍ନମ, ସେଥାୟା କମୁଳୁ, ଚରଣ ମାରି, ଚୋଡି ପାଲି ବିରସୁ ଓ କୁନେଟି ସୁବା ପ୍ରମୁଖ ଦଳୀୟ କର୍ମୀ ଅଂଶଗ୍ରହଣ କରି ତିନୋଟି ଗ୍ରାମରେ ବୈଠକ କରି ସୀମାନ୍ତବାସୀ କେଉଁ ପ୍ରକାର ସହଯୋଗ ଓଡ଼ିଶା ସରକାରଙ୍କ ପକ୍ଷରୁ ପାଇ ଚାଲିଛନ୍ତି ସେନେଇ ପଚାରି ବୁଝିଥିଲେ। ଏହିପରି ସ୍ଥିତିରେ ପଡ଼ୋଶୀ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସରକାରୀ ଯୋଜନା ଠିକ୍‌ ଭାବେ ପାଉଛନ୍ତି କି ନାହିଁ ସେନେଇ ମଧ୍ୟ ଆଲୋଚନା କରିଥିଲେ।

ଓଡ଼ିଶାର ବିଭିନ୍ନ ସରକାରୀ ଅଧିକାରୀ ସୀମାନ୍ତ ଗ୍ରାମରେ ବସବାସ କରୁଥିବା ଗ୍ରାମବାସୀଙ୍କୁ ନିଜ ରାଜ୍ୟର ସରକାରୀ ଯୋଜନା ଯୋଗାଇ ଦେବା ଆଳରେ ଯେପରି ନିର୍ଯାତନା ଦେଉଛନ୍ତି ଏହାକୁ ବନ୍ଦ କରିବା ଆବଶ୍ୟକ ରହିଛି। ଏପରିକି ଓଡ଼ିଶା ସରକାରଙ୍କ ପକ୍ଷରୁ କୋଟିଆ ପଞ୍ଚାୟତରେ ରହିଥିବା ପୋଲିସର ନିର୍ଯାତନାକୁ ମଧ୍ୟ ଆମେ ଘୋର ବିରୋଧ କରୁଛୁ ବୋଲି ଦଳର ସେକ୍ରେଟାରୀ ଶ୍ରୀନିବାସ ବୈଠକରେ ପ୍ରକାଶ କରିବା ସହ ଏହିପରି ସୀମାନ୍ତବାସୀଙ୍କ ଉପରେ ହେଉଥିବା ନିର୍ଯାତନା ଉପରେ ଆନ୍ଧ୍ର ସରକାର ବା ଆଦିବାସୀ କଲ୍ୟାଣ ମନ୍ତ୍ରୀ ଗୁମ୍ମାଡି ସାରାଣୀ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ସୁରକ୍ଷା ଯୋଗାଇଦେବା ଆବଶ୍ୟକ ରହିଛି ବୋଲି ଦାବି କରିଛନ୍ତି। ସୀମାନ୍ତ ଗ୍ରାମବାସୀ ଓଡିଶାର ସରକାରୀ ଅଧିକାରୀଙ୍କ ଦ୍ୱାରା ପାଉଥିବା ନିର୍ଯାତନା ସମ୍ପର୍କରେ ଆନ୍ଧ୍ର ସରକାର ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀଙ୍କୁ ଆମେ ସାକ୍ଷାତ କରି ସମସ୍ତ ଘଟଣା ସମ୍ପର୍କରେ ଆଲୋଚନା କରିବୁ ବୋଲି ଉପରୋକ୍ତ ତିନି ଗ୍ରାମବାସୀଙ୍କୁ ପ୍ରତିଶ୍ରୁତି ଦେଇ ଫେରିଛନ୍ତି। ସେପଟେ ଏହିପରି ଅନୁପ୍ରବେଶ ଉପରେ ଓଡ଼ିଶାର ପଟ୍ଟାଙ୍ଗି ବିଡିଓ ରାମକୃଷ୍ଣ ନାୟକ ଅସନ୍ତୋଷ ପ୍ରକାଶ କରି ଉକ୍ତ ପଞ୍ଚାୟତ ଗସ୍ତ କରି ହୋଇଥିବା କାର୍ଯ୍ୟକ୍ରମ ସମ୍ପର୍କରେ ତଦନ୍ତ କରିବି ବୋଲି ପ୍ରକାଶ କରିଛନ୍ତି।

The post କୋଟିଆ ସୀମାନ୍ତ ଗ୍ରାମରେ ଆନ୍ଧ୍ରର ସିପିଆଇଏମ୍‌ ଦଳ, ଗ୍ରାମବାସୀଙ୍କୁ ନେଇ କରିଛି… appeared first on Dharitri Odia News.