ଫ୍ରାଞ୍ଚାଇଜ୍‌ ବଦଳାଇବେ ସଞ୍ଜୁ ସାମସନ, ଏହି ଟିମ୍‌ର ହୋଇପାରନ୍ତି କ୍ୟାପଟେନ୍‌

ନୂଆଦିଲ୍ଲୀ ୨୬।୦୮: IPL ୨୦୨୫ । ଆରମ୍ଭ ପୂର୍ବରୁ ରହିଛି ଖୁବ୍‌ ଚର୍ଚ୍ଚାରେ । ଆଗାମୀ ସିଜିନରେ ଦେଖିବାକୁ ମିଳିପାରେ ଅନେକ ପରିବର୍ତ୍ତନ ।| ଅଦ୍ୟାବଧି ଅନେକ ବଡ ଖେଳାଳି ନିଜ ଟିମ୍‌ ଛାଡିଛନ୍ତି ଏବଂ ଅନ୍ୟ ଟିମ୍‌ରେ କରିଛନ୍ତି ଏଣ୍ଟ୍ରି । କିନ୍ତୁ ନିକଟରେ ଆସିଥିବା ରିପୋର୍ଟ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । ବାସ୍ତବରେ ଚେନ୍ନାଇ ପାଇଁ ଖେଳୁଥିବା ନଜର ଆସିପାରନ୍ତି ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନ୍ । ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗ୍ସ ସଞ୍ଜୁ ସାମସନଙ୍କୁ ନିଜ ଟିମ୍‌ରେ ସାମିଲ କରିବାକୁ ଚାହୁଁଛି । କୁହାଯାଉଛି କି ଚେନ୍ନାଇ ସାମସନଙ୍କୁ ଦୀର୍ଘ ସମୟରୁ ଆଣିବାକୁ ଚାହୁଁଥିଲା । ତେବେ ଚେନ୍ନାଇ କେବଳ ଟ୍ରେଡ୍‌ ଜରିଆରେ ହିଁ ସାମସନଙ୍କୁ ନିଜ ଟିମ୍‌ରେ ହିଁ ସାମିଲ କରିପାରିବ ।  ଯଦି ଏପରି ହୁଏ ତେବେ ଚେନ୍ନାଇ କୌଣସି ପ୍ଲେୟରଙ୍କର କରିପାରେ ଅଦଳବଦଳ । ତେବେ ସାମସନଙ୍କୁ ଟ୍ରେଡ୍‌ କରିବା ପାଇଁ ରାଜସ୍ଥାନ ଏକ ମ୍ୟାଚ୍‌ ବିଜେତା ପ୍ଲେୟରକୁ ନେବାକୁ ଡିମାଣ୍ଡ କରିଛି । ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ବଦଳରେ ଶିବମ୍ ଦୁବେଙ୍କୁ ମାଗିଛି । ସଞ୍ଜୁ ସାମସନ୍ଙ୍କ କଥା କହିବା ସେ ଟିମ୍ ଇଣ୍ଡିଆର ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ । ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି । ଗତ କିଛି ସିଜିନରେ ସେ ଦଳର ଅଧିନାୟକ ରହିଛନ୍ତି । ଦଳକୁ ଥରେ ଫାଇନାଲକୁ ନ

ଫ୍ରାଞ୍ଚାଇଜ୍‌ ବଦଳାଇବେ ସଞ୍ଜୁ ସାମସନ, ଏହି ଟିମ୍‌ର ହୋଇପାରନ୍ତି କ୍ୟାପଟେନ୍‌

ନୂଆଦିଲ୍ଲୀ ୨୬।୦୮: IPL ୨୦୨୫ । ଆରମ୍ଭ ପୂର୍ବରୁ ରହିଛି ଖୁବ୍‌ ଚର୍ଚ୍ଚାରେ । ଆଗାମୀ ସିଜିନରେ ଦେଖିବାକୁ ମିଳିପାରେ ଅନେକ ପରିବର୍ତ୍ତନ ।| ଅଦ୍ୟାବଧି ଅନେକ ବଡ ଖେଳାଳି ନିଜ ଟିମ୍‌ ଛାଡିଛନ୍ତି ଏବଂ ଅନ୍ୟ ଟିମ୍‌ରେ କରିଛନ୍ତି ଏଣ୍ଟ୍ରି । କିନ୍ତୁ ନିକଟରେ ଆସିଥିବା ରିପୋର୍ଟ ସମସ୍ତଙ୍କୁ କରିଛି ଆଶ୍ଚର୍ଯ୍ୟ । 

ବାସ୍ତବରେ ଚେନ୍ନାଇ ପାଇଁ ଖେଳୁଥିବା ନଜର ଆସିପାରନ୍ତି ଟିମ୍‌ ଇଣ୍ଡିଆର ଓ୍ବିକେଟ କିପର ବ୍ୟାଟସମ୍ୟାନ ସଞ୍ଜୁ ସାମସନ୍ । ରିପୋର୍ଟ ଅନୁଯାୟୀ, ଚେନ୍ନାଇ ସୁପର କିଙ୍ଗ୍ସ ସଞ୍ଜୁ ସାମସନଙ୍କୁ ନିଜ ଟିମ୍‌ରେ ସାମିଲ କରିବାକୁ ଚାହୁଁଛି । କୁହାଯାଉଛି କି ଚେନ୍ନାଇ ସାମସନଙ୍କୁ ଦୀର୍ଘ ସମୟରୁ ଆଣିବାକୁ ଚାହୁଁଥିଲା । ତେବେ ଚେନ୍ନାଇ କେବଳ ଟ୍ରେଡ୍‌ ଜରିଆରେ ହିଁ ସାମସନଙ୍କୁ ନିଜ ଟିମ୍‌ରେ ହିଁ ସାମିଲ କରିପାରିବ ।  

ଯଦି ଏପରି ହୁଏ ତେବେ ଚେନ୍ନାଇ କୌଣସି ପ୍ଲେୟରଙ୍କର କରିପାରେ ଅଦଳବଦଳ । ତେବେ ସାମସନଙ୍କୁ ଟ୍ରେଡ୍‌ କରିବା ପାଇଁ ରାଜସ୍ଥାନ ଏକ ମ୍ୟାଚ୍‌ ବିଜେତା ପ୍ଲେୟରକୁ ନେବାକୁ ଡିମାଣ୍ଡ କରିଛି । ରିପୋର୍ଟ ଅନୁଯାୟୀ, ରାଜସ୍ଥାନ ରୟାଲ୍ସ ସଞ୍ଜୁ ସାମସନଙ୍କ ବଦଳରେ ଶିବମ୍ ଦୁବେଙ୍କୁ ମାଗିଛି । ସଞ୍ଜୁ ସାମସନ୍ଙ୍କ କଥା କହିବା ସେ ଟିମ୍ ଇଣ୍ଡିଆର ଜଣେ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ । ସେ ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳନ୍ତି । 

ଗତ କିଛି ସିଜିନରେ ସେ ଦଳର ଅଧିନାୟକ ରହିଛନ୍ତି । ଦଳକୁ ଥରେ ଫାଇନାଲକୁ ନେବାରେ ତାଙ୍କର ରହିଛି ଅବଦାନ । ତେବେ ବିଗତ କିଛି ବର୍ଷରେ ଦଳ ସେପରି କିଛି ଭଲ ପ୍ରଦର୍ଶନ କରିପାରିନି । ଯେଉଁ କାରଣରୁ ରାଜସ୍ଥାନ ସଞ୍ଜୁଙ୍କୁ କରିପାରେ ରିଲିଜ୍‌ । ଯଦି ଏପରି ହୁଏ ତେବେ ଚେନ୍ନାଇ ସୁପର କିଙ୍ଗ୍ସରେ ନିଜ ଟିମ୍‌ରେ ସଞ୍ଜୁଙ୍କୁ କରିପାରେ ସାମିଲ । ଆଉ ଦଳର ଅଧିନାୟକ ମଧ୍ୟ  କରିପାରେ ।  

ବାସ୍ତବରେ ୨୦୨୪ ସିଜିନ ପୂର୍ବରୁ ଚେନ୍ନାଇର କ୍ୟାପଟେନସିପ୍‌ ଛାଡିଥିଲେ ଏମଏସ ଧୋନୀ । ଏହାପରେ ଟିମ୍‌ର କମାଣ ସମ୍ଭାଳିଥିଲେ ଯୁବ ବ୍ୟାଟର ରୁତୁରାଜ ଗାଏକ୍ବାଡ ।  କିନ୍ତୁ ତାଙ୍କ କ୍ୟାପଟେନସିପ୍‌ରେ ଟିମ୍‌ ପ୍ଲେଅଫ୍‌ ଯାଏଁ ମଧ୍ୟ ରାସ୍ତା ସ୍ଥିର କରିପାରିନଥିଲା । ଏଭଳି ପରିସ୍ଥିତିରେ ଚେନ୍ନାଇ ଆଇପିଏଲ୍ ୨୦୨୫ ପୂର୍ବରୁ ଏହାର ଅଧିନାୟକ ପରିବର୍ତ୍ତନ କରିପାରେ । ଆଉ ସଞ୍ଜୁ ସାମସନ ଏଥିପାଇଁ ଜଣେ ଦମ୍‌ଦାର୍‌ ଦାବିଦାର । 

ଆଇପିଏଲ ୨୦୨୪ ସମୟରେ ଗାଇକୱାଡ ଭଲ ବ୍ୟାଟ୍ସମ୍ୟାନ ହୋଇଥିଲେ ମଧ୍ୟ ଅଧିନାୟକତ୍ୱରେ ହୋଇଥିଲେ ଫ୍ଲପ । ଯଦି ସଞ୍ଜୁ ସାମସନ୍ ଆଇପିଏଲ୍ ୨୦୨୫ରେ CSKରେ ଏଣ୍ଟ୍ରି କରନ୍ତି, ତେବେ ସେ ହୋଇପାରନ୍ତି ଚେନ୍ନାଇର ଅଧିନାୟକ । ତେବେ ସଞ୍ଜୁ ଚେନ୍ନାଇ ଯିବା ନେଇ ଚର୍ଚ୍ଚା ପ୍ରଥମ ଘଟଣା ନୁହେଁ, ଏହା ପୂର୍ବରୁ ଏପରି ଖବର ସାମ୍ନାକୁ ଆସି ସାରିଛି । ତେବେ ସେହି ସମୟରେ କୌଣସି କାରଣରୁ ସେ ଚେନ୍ନାଇରେ ସାମିଲ ହୋଇପାରିନଥିଲେ । କିନ୍ତୁ ଚଳିତ ଆଇପିଏଲରେ ଟିମ୍‌ରେ ହୋଇପାରନ୍ତି ସାମିଲ ।