ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ
କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗାନର୍ସରୀରେ ରଖାଯାଇଥିବା ୩ମାସର ଛୁଆହାତୀକୁ ବନ ବିଭାଗର ‘ରକ୍ଷକ’ ଯାନରେ ଶନିବାର ଚନ୍ଦକା ସ୍ଥାନାନ୍ତର କରିଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ୍ ନିକଟରୁ ହାତୀଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା’ ହାତୀ ନିଜ ଛୁଆକୁ ଗ୍ରହଣ କରି ନ ଥିଲା। ସେବେଠାରୁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ […] The post ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ appeared first on Dharitri Odia News.
କେନ୍ଦୁଝର,୨୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ମେଗାନର୍ସରୀରେ ରଖାଯାଇଥିବା ୩ମାସର ଛୁଆହାତୀକୁ ବନ ବିଭାଗର ‘ରକ୍ଷକ’ ଯାନରେ ଶନିବାର ଚନ୍ଦକା ସ୍ଥାନାନ୍ତର କରିଛି। ଗତ ୧ ତାରିଖରେ କେନ୍ଦୁଝର ସଦର ରେଞ୍ଜ ଜଗଦଳା ଡ୍ୟାମ୍ ନିକଟରୁ ହାତୀଛୁଆକୁ ବନ ବିଭାଗ ଉଦ୍ଧାର କରିଥିଲା। ବନ ବିଭାଗର ବହୁ ପ୍ରଚେଷ୍ଟା ପରେ ମଧ୍ୟ ମା’ ହାତୀ ନିଜ ଛୁଆକୁ ଗ୍ରହଣ କରି ନ ଥିଲା। ସେବେଠାରୁ ବନ ବିଭାଗର ୧୦ ଜଣିଆ ଟିମ୍ ଦିନ ରାତି ହାତୀଛୁଆର ସେବାଯତ୍ନ କରୁଥିଲେ। ଆଜି ହାତୀଛୁଆକୁ ସ୍ଥାନାନ୍ତର କରିବା ସମୟରେ ସମସ୍ତେ ଭାବ ବିହ୍ବଳ ହୋଇ ଉଠିଥିଲେ। ପଦ୍ମପୁର ମେଗାନର୍ସରୀ ଫରେଷ୍ଟର ଜ୍ୟୋତ୍ସ୍ନାରାଣୀ ବେହେରାଙ୍କ ସମେତ କର୍ମଚାରୀମାନ ଛୁଆ ହାତୀକୁ ଚନ୍ଦକାରେ ଛାଡ଼ି ଆସିଛନ୍ତି।
The post ଚନ୍ଦକା ଗଲା ଛୁଆହାତୀ, ଭାବବିହ୍ବଳ ହେଲେ ବନ କର୍ମଚାରୀ appeared first on Dharitri Odia News.