ଲୋକଙ୍କୁ ବିଭିନ୍ନ ଉପାୟରେ ଠକୁଥିଲା, ଏବେ ପୋଲିସ୍ କବ୍ଜାରେ ଠକ
ମାଲକାନଗିରି ୧୬।୦୭ : ମାଲକାନଗିରି ପୋଲିସ ହାତରେ ଧରାପଡିଛି ଜଣେ ଆନ୍ତରାଜ୍ୟ ଠକ। ଗିରଫ ହୋଇଥିବା ଠକ ନିକଟରୁ ବିଭିନ୍ନ ନକଲି ପରିଚୟ ପତ୍ର ଜବତ ହୋଇଛି । ଏହାସହିତ ଠକକୁ ଜେରା କରୁଛି ମାଲକାନଗିରି ପୋଲିସ । ଖବର ଅନୁଯାୟୀ, ଠକ ଜଣଙ୍କ ନିଜକୁ ପଶ୍ଚିମବଙ୍ଗ ଦାର୍ଜିଲିଂର ଜନ ଲେସଲି ବୋଲି ପରିଚୟ ଦେଉଥିବା ବେଳେ ତାଙ୍କ ନିକଟରୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଏକାଧିକ ପରିଚୟ ପତ୍ର ଓ ଆଧାର କାର୍ଡ ଜବତ କରିଛନ୍ତି । କେଉଁଠି ଆଧାର କାର୍ଡରେ ତାଙ୍କ ନାମ ସବଲ ସୁନ୍ଦର ସିଂ ଘର ବିହାର ଲେଖା ରହିଛି ତୋ ଆଉ କେଉଁଠି ଗୋବର୍ଧନ ସାହୁ ଘର ଓଡିଶା ଓ ଅରୁଣ ରଞ୍ଜନ ଘର ଆନ୍ଧ୍ର ପ୍ରଦେଶ ବୋଲି ଲେଖା ରହିଛି । ପୁଣି ରେଳ ବିଭାଗରେ ଚାକିରି କରୁଥିବା ଭଳି ପରିଚୟ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଘରୋଇ କମ୍ପାନୀରେ ଚାକିରି କରୁଥିବା କଥା କହି OLX ଓ ବିଭିନ୍ନ ଆପ୍ ମାଧ୍ୟମରେ ଲୋକଙ୍କ ଠାରୁ ଜିନିଷ କିଣିବା ବାହାନାରେ ହୋଟେଲରୁ ଦାମୀଦାମୀ ମୋବାଇଲ ଫୋନ ଓ ଲାପଟପ ଧରି ଚମ୍ପଟ ମାରୁଥିଲେ। ମାଲକାନଗିରି ସହରର ଜଣେ ଯୁବକଙ୍କ ଠାରୁ ଏକ ଆଇ ଫୋନ ହାତେଇ ଚମ୍ପଟ ମାରୁଥିବା ବେଳେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପୋଲିସ ତାଙ୍କୁ ମାଡି ବସିଥିଲା। ପରେ ଏହି ଠକ ନିକଟରୁ ପାଞ୍ଚଟି ଲାପଟପ୍ ଓ ପାଞ୍ଚଟି ଦାମୀ ମୋବାଇଲ ଜବତ କରିଛି ପୋଲିସ । ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।
ମାଲକାନଗିରି ୧୬।୦୭ : ମାଲକାନଗିରି ପୋଲିସ ହାତରେ ଧରାପଡିଛି ଜଣେ ଆନ୍ତରାଜ୍ୟ ଠକ। ଗିରଫ ହୋଇଥିବା ଠକ ନିକଟରୁ ବିଭିନ୍ନ ନକଲି ପରିଚୟ ପତ୍ର ଜବତ ହୋଇଛି । ଏହାସହିତ ଠକକୁ ଜେରା କରୁଛି ମାଲକାନଗିରି ପୋଲିସ ।
ଖବର ଅନୁଯାୟୀ, ଠକ ଜଣଙ୍କ ନିଜକୁ ପଶ୍ଚିମବଙ୍ଗ ଦାର୍ଜିଲିଂର ଜନ ଲେସଲି ବୋଲି ପରିଚୟ ଦେଉଥିବା ବେଳେ ତାଙ୍କ ନିକଟରୁ ମାଲକାନଗିରି ଆଦର୍ଶ ଥାନା ପୋଲିସ ଏକାଧିକ ପରିଚୟ ପତ୍ର ଓ ଆଧାର କାର୍ଡ ଜବତ କରିଛନ୍ତି । କେଉଁଠି ଆଧାର କାର୍ଡରେ ତାଙ୍କ ନାମ ସବଲ ସୁନ୍ଦର ସିଂ ଘର ବିହାର ଲେଖା ରହିଛି ତୋ ଆଉ କେଉଁଠି ଗୋବର୍ଧନ ସାହୁ ଘର ଓଡିଶା ଓ ଅରୁଣ ରଞ୍ଜନ ଘର ଆନ୍ଧ୍ର ପ୍ରଦେଶ ବୋଲି ଲେଖା ରହିଛି । ପୁଣି ରେଳ ବିଭାଗରେ ଚାକିରି କରୁଥିବା ଭଳି ପରିଚୟ ପତ୍ର ମଧ୍ୟ ତାଙ୍କ ପାଖରେ ରହିଛି। ଘରୋଇ କମ୍ପାନୀରେ ଚାକିରି କରୁଥିବା କଥା କହି OLX ଓ ବିଭିନ୍ନ ଆପ୍ ମାଧ୍ୟମରେ ଲୋକଙ୍କ ଠାରୁ ଜିନିଷ କିଣିବା ବାହାନାରେ ହୋଟେଲରୁ ଦାମୀଦାମୀ ମୋବାଇଲ ଫୋନ ଓ ଲାପଟପ ଧରି ଚମ୍ପଟ ମାରୁଥିଲେ। ମାଲକାନଗିରି ସହରର ଜଣେ ଯୁବକଙ୍କ ଠାରୁ ଏକ ଆଇ ଫୋନ ହାତେଇ ଚମ୍ପଟ ମାରୁଥିବା ବେଳେ ଯୁବକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ପୋଲିସ ତାଙ୍କୁ ମାଡି ବସିଥିଲା। ପରେ ଏହି ଠକ ନିକଟରୁ ପାଞ୍ଚଟି ଲାପଟପ୍ ଓ ପାଞ୍ଚଟି ଦାମୀ ମୋବାଇଲ ଜବତ କରିଛି ପୋଲିସ । ତଦନ୍ତ ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ମାଲକାନଗିରି ଥାନା ଅଧିକାରୀ କହିଛନ୍ତି ।