ମ୍ୟାଚ୍ ଜିତାଇବାକୁ ହେଲେ ଧୋନୀଙ୍କୁ ୪ କିମ୍ବା ୫ ନମ୍ବରରେ ଆସିବାକୁ ପଡ଼ିବ: ମହମ୍ମଦ କୈଫ୍
ନୂଆଦିଲ୍ଲୀ: ଗତକାଲି ଭାଇଜାଗରେ ଦିଲ୍ଲୀ କ୍ୟାପଟିାଲ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ ୧୯୨ ରନ୍ ଟାର୍ଗେଟ୍କୁ ପିଛା କରି ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ରୁତୁରାଜ ଗଏକ୍ୱାଡ଼ ଓ ରଚିନ ରବିନ୍ଦ୍ର ଯଥାକ୍ରମେ ୧-୨ ରନ୍ କରି ଆଉଟ୍ ହୋଇଥିଲା। ଏହାପରେ ଅଜିଙ୍କ୍ୟା ରାହାଣେ ଓ ଡିରେଲ ମିଚେଲ୍ ଟିମ୍ ସମ୍ଭାଳିଥିଲେ ମଧ୍ୟ ଦଳକୁ ଲକ୍ଷ୍ୟ ପର୍ଯ୍ୟନ୍ତ ନେଇପାରି ନଥିଲା। ତେବେ ୮ ନମ୍ବରରେ ବ୍ୟାଟିଂ ଆସିଥିବା ମହେନ୍ଦ୍ର ସିଂହ ଧୋନୀ ଦଳକୁ ମ୍ୟାଚ୍ ଜିତାଇବାର ସତ ଚେଷ୍ଟା କରିଥିଲେ। ମାତ୍ର ୧୬ ବଲ୍ରେ ୩୭ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ ବି ଦଳକୁ ଜିତାଇପାରି ନଥିଲା। କାରଣ ଧୋନୀ ବ୍ୟାଟିଂ ଆସିଲା ବେଳକୁ ଦଳ ପାଇଁ କର ବା ମର ସ୍ଥିତି ଥିଲା। ଯଦି ଧୋନୀ କାଲିର ମ୍ୟାଚ୍ରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ ଆସିଥାନ୍ତେ ତେବେ ଚେନ୍ନାଇ ଗତକାଲିର ମ୍ୟଚ୍ ଜିତିଯାଇଥାନ୍ତା ବୋଲି କୁହାଯାଉଛି। ଧୋନୀ ମ୍ୟାଚ୍ ଜିତାଇବାକୁ ଚେଷ୍ଟା କରିଥିଲେ ବି ଗତକାଲି ତାଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବତନ କ୍ରିକେଟ ମହମ୍ମଦ କୈଫ୍ କହିଛନ୍ତି ଧୋନୀ ୪ ନମ୍ବର କିମ୍ବା ୫ ନମ୍ବରରେ ବ୍ୟାଟିଂ କରିବା ଉଚିତ୍। ସୋସିଆଲ୍ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କୈଫ୍ କହିଛନ୍ତି “ ୧୬ ବଲ, ୩୭ ରନ୍ ନଟ୍ ଆଉଟ୍। ୩ ଛକ୍କା ୪ ଚୌକା। ମହେନ୍ଦ୍ର ସିଂହଙ୍କ ବ୍ୟାଟ୍ ମଝିରେ ସବୁ
ନୂଆଦିଲ୍ଲୀ: ଗତକାଲି ଭାଇଜାଗରେ ଦିଲ୍ଲୀ କ୍ୟାପଟିାଲ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ ୧୯୨ ରନ୍ ଟାର୍ଗେଟ୍କୁ ପିଛା କରି ଚେନ୍ନାଇ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା। ରୁତୁରାଜ ଗଏକ୍ୱାଡ଼ ଓ ରଚିନ ରବିନ୍ଦ୍ର ଯଥାକ୍ରମେ ୧-୨ ରନ୍ କରି ଆଉଟ୍ ହୋଇଥିଲା। ଏହାପରେ ଅଜିଙ୍କ୍ୟା ରାହାଣେ ଓ ଡିରେଲ ମିଚେଲ୍ ଟିମ୍ ସମ୍ଭାଳିଥିଲେ ମଧ୍ୟ ଦଳକୁ ଲକ୍ଷ୍ୟ ପର୍ଯ୍ୟନ୍ତ ନେଇପାରି ନଥିଲା।
ତେବେ ୮ ନମ୍ବରରେ ବ୍ୟାଟିଂ ଆସିଥିବା ମହେନ୍ଦ୍ର ସିଂହ ଧୋନୀ ଦଳକୁ ମ୍ୟାଚ୍ ଜିତାଇବାର ସତ ଚେଷ୍ଟା କରିଥିଲେ। ମାତ୍ର ୧୬ ବଲ୍ରେ ୩୭ ରନ୍ର ବିସ୍ଫୋରକ ଇନିଂସ ଖେଳିଥିଲେ ବି ଦଳକୁ ଜିତାଇପାରି ନଥିଲା। କାରଣ ଧୋନୀ ବ୍ୟାଟିଂ ଆସିଲା ବେଳକୁ ଦଳ ପାଇଁ କର ବା ମର ସ୍ଥିତି ଥିଲା। ଯଦି ଧୋନୀ କାଲିର ମ୍ୟାଚ୍ରେ ୫ କିମ୍ବା ୬ ନମ୍ବରରେ ବ୍ୟାଟିଂ ଆସିଥାନ୍ତେ ତେବେ ଚେନ୍ନାଇ ଗତକାଲିର ମ୍ୟଚ୍ ଜିତିଯାଇଥାନ୍ତା ବୋଲି କୁହାଯାଉଛି।
ଧୋନୀ ମ୍ୟାଚ୍ ଜିତାଇବାକୁ ଚେଷ୍ଟା କରିଥିଲେ ବି ଗତକାଲି ତାଙ୍କ ବ୍ୟାଟିଂ ଅର୍ଡରକୁ ନେଇ ପ୍ରଶ୍ନ ଉଠିଛି। ପୂର୍ବତନ କ୍ରିକେଟ ମହମ୍ମଦ କୈଫ୍ କହିଛନ୍ତି ଧୋନୀ ୪ ନମ୍ବର କିମ୍ବା ୫ ନମ୍ବରରେ ବ୍ୟାଟିଂ କରିବା ଉଚିତ୍।
ସୋସିଆଲ୍ ମିଡିଆ ଏକ୍ସରେ ଏକ ଭିଡିଓ ପୋଷ୍ଟ କରି କୈଫ୍ କହିଛନ୍ତି “ ୧୬ ବଲ, ୩୭ ରନ୍ ନଟ୍ ଆଉଟ୍। ୩ ଛକ୍କା ୪ ଚୌକା। ମହେନ୍ଦ୍ର ସିଂହଙ୍କ ବ୍ୟାଟ୍ ମଝିରେ ସବୁ ବଲ ବାଜିଥିଲା। ଲାଗୁନଥିଲା ଯେ ସେ କ୍ରିକେଟ୍ ଖେଳୁ ନାହାନ୍ତି। ନା ରଣଜୀ ଖେଳୁଛନ୍ତି ନା କୌଣସି କ୍ଲବ୍ ମ୍ୟାଚ୍ ଖେଳୁଛନ୍ତି ନା ଭାରତ ପାଇଁ ଖେଳୁଛନ୍ତି। କେବଳ ଆଇପିଏଲ୍ ଟୁ ଆଇପିଏଲ୍ ମେଣ୍ଟର ଓ କ୍ୟାପ୍ଟେନ୍ ଭୂମିକା ନିର୍ବାହ କରୁଛନ୍ତି। ହେଲେ ଆଜି ସେ ଯେଉଁ ପ୍ରକାର ବ୍ୟାଟିଂ କରିଥିଲେ ଲାଗୁଥିଲା ଯେ ତାଙ୍କର ବ୍ୟାଟିଂ ସ୍ଥାନ ୮ ନମ୍ବର ତାଙ୍କ ପାଇଁ ନୁହେଁ, ୪-୫ ନମ୍ବର ଭଳି ବ୍ୟାଟିଂ କରିଥିଲେ। ଆସ ଟିକେ ବୋଲିଂ ଖେଳ। ଦଳକୁ ମ୍ୟାଚ୍ ଜିତାଅ। ଟିକେ ଉପରେ ଆସି ବ୍ୟାଟିଂ କର”
ଏଥିସହିତ ଦିଲ୍ଲୀ କ୍ୟାପିଟାଲ୍ର ବୋଲିଂକୁ ମଧ୍ୟ ପ୍ରଶଂସା କରିଥିଲେ କୈଫ୍। ଏଥିସହିତ ଋଷବ ପନ୍ତ ଫର୍ମକୁ ଫେରିବା କଥା ମଧ୍ୟ କହିଥିଲେ। ଏଥିସହିତ ଭାଇଜାଗ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ ଧୋନୀଙ୍କ କ୍ରିକେଟ୍ କ୍ୟାରିୟର ଆରମ୍ଭ କଥା ମଧ୍ୟ କହିଥିଲେ କୈଫ୍। ସେହି ଗ୍ରାଉଣ୍ଡରେ ଗତକାଲି ଧୋନୀ ବଡ଼ିଆ ବ୍ୟାଟିଂ କରୁଥିଲେ ବୋଲି କୈଫ୍ କହିଥିଲେ।
ଶୁଣନ୍ତୁ ସେ କଣ କହୁଛନ୍ତି-
ସୂଚନା ଥାଉକି ରବିବାର ଭାଇଜାଗ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନ୍ନାଇ ମଧ୍ୟରେ ମ୍ୟାଚ୍ ଖେଳାଯାଇଥିଲା। ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୯୧ ରନ୍ କରିଥିଲା। ଏଥିରେ ଡେଭିଡ ୱାର୍ଣ୍ଣର ସର୍ବାଧିକ ୫୨ ରନ୍ କରିଥିବା ବଳେ କ୍ୟାପ୍ଟେନ୍ ଋଷବ ପନ୍ତ ୫୧ ରନ୍ ଓ ପୃଥ୍ୱୀ ଶହ ୪୩ ରନ୍ କରିଥିଲେ। ଟାର୍ଗେଟ୍ ପିଛା କରି ପଡ଼ିଆକୁ ଓହ୍ଲାଇଥିବା ଚେନ୍ନାଇ ଆରମ୍ଭରୁ ୱିକେଟ୍ ହରାଇଥିଲା। ରୁତୁରାଜ ଗାଏକ୍ୱାଡ଼ ଓ ରଚିନ ରବିନ୍ଦ୍ର ୧-୨ ରନ୍ କରି ଆଉଟ୍ ହେବା ପରେ ଓପନିଂ ଯୋଡ଼ି ଭାଙ୍ଗିଯାଇଥିଲା। ତେବେ ଅଜିଙ୍କ୍ୟ ରାହାଣେ ଓ ଡିରେଲ ମିଚେଲ କିଛି ସମୟ ପାଳି ସମ୍ଭାଳିଥିଲେ ବି ତାଙ୍କ ଯୋଡ଼ି ବି ଭାଙ୍ଗିଥିଲା। ଏହାପରେ ଗୋଟି ଏପରେ ଗୋଟିଏ ୱିକେଟ୍ ପଡ଼ିଥିଲା। ଶେଷରେ ଧୋନୀ ଓ ଜାଡ଼େଜା ଚେଷ୍ଟା କରି ବି ମ୍ୟାଚ୍ ଜିତାଇପାରି ନଥିଲେ। ୨୦ ରନ୍ରେ ମ୍ୟାଚ୍ ଜିତିଥିଲା ଦିଲ୍ଲୀ କ୍ୟାପିଟାଲ୍ସ।