‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’

ଖୋର୍ଦ୍ଧା/କଟକ,୯ା୬(ପ୍ରଭାତ ପାଣିଗ୍ରାହୀ/ଶିଳ୍ପା ପ୍ରିୟଦର୍ଶିନୀ):ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ ବହୁ ନେତା ଓ କର୍ମୀ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାନ୍ତ ଘୋଡ଼ାଗାଡ଼ିରେ ଶୋଭାଯାତ୍ରାରେ ବାହାରି ପୁରୁଣା ମେଡିକାଲ ରୋଡ୍‌, ପୁରୁଣା ବସ୍‌ଷ୍ଟାଣ୍ଡ, ଟ୍ରାଫିକ୍‌ ଛକ, ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଭାଜପା କାର୍ଯ୍ୟାଳୟରେ ପହଞ୍ଚି କର୍ମୀ, ନେତାଙ୍କୁ ଭେଟିଥିଲେ। ଏହି ଅବସରରେ ପ୍ରଶାନ୍ତ […] The post ‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’ appeared first on Dharitri Odia News.

‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’

ଖୋର୍ଦ୍ଧା/କଟକ,୯ା୬(ପ୍ରଭାତ ପାଣିଗ୍ରାହୀ/ଶିଳ୍ପା ପ୍ରିୟଦର୍ଶିନୀ):ଇଭିଏମ୍‌ ଭଙ୍ଗାରୁଜା ମାମଲାରେ ଅନ୍ତରୀଣ ଜାମିନ ପାଇବା ପରେ ଖୋର୍ଦ୍ଧାର ନବନିର୍ବାଚିତ ଭାଜପା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ରବିବାର ଜେଲରୁ ମୁକୁଳିଛନ୍ତି। ଏହାପରେ ତାଙ୍କୁ ବହୁ ନେତା ଓ କର୍ମୀ ଫୁଲମାଳ ପିନ୍ଧାଇ ଶୁଭେଚ୍ଛା ଜଣାଇଥିଲେ। ପ୍ରଶାନ୍ତ ଘୋଡ଼ାଗାଡ଼ିରେ ଶୋଭାଯାତ୍ରାରେ ବାହାରି ପୁରୁଣା ମେଡିକାଲ ରୋଡ୍‌, ପୁରୁଣା ବସ୍‌ଷ୍ଟାଣ୍ଡ, ଟ୍ରାଫିକ୍‌ ଛକ, ନୂଆ ବସ୍‌ଷ୍ଟାଣ୍ଡ ରୋଡ୍‌ ଓ ଜିଲାପାଳଙ୍କ କାର୍ଯ୍ୟାଳୟ ଦେଇ ଭାଜପା କାର୍ଯ୍ୟାଳୟରେ ପହଞ୍ଚି କର୍ମୀ, ନେତାଙ୍କୁ ଭେଟିଥିଲେ। ଏହି ଅବସରରେ ପ୍ରଶାନ୍ତ କହିଛନ୍ତି, ଦେବକୀଙ୍କ ଅଷ୍ଟମ ଗର୍ଭରୁ ଶ୍ରୀକୃଷ୍ଣ ଜେଲ ଭିତରେ ଜନ୍ମ ନେଇଥିଲେ। ମୁଁ ଜେଲରେ ରହି ନିର୍ବାଚନ ଜିତିଥିବା ବେଳେ ଏବେ ଜେଲ ଭିତରୁ ବିଜୟ ଉତ୍ସବ ଆରମ୍ଭ କରିଛି। ଶ୍ରୀକୃଷ୍ଣ କଂସ ବଧ କରିବା ଭଳି ଓଡ଼ିଶାବାସୀ ସେହି କଂସମାନଙ୍କୁ ଉଚିତ ଜବାବ ଦେଇଛନ୍ତି। ଆଜିଠାରୁ ରାଜ୍ୟ ରାଜନୀତିରେ ନୂତନ ଯୁଗ ଆରମ୍ଭ ହେଲା। ନବୀନ ପଟ୍ଟନାୟକଙ୍କ ଯୁଗ ସରିଲା, ଏଥର ଭାଜପା ସରକାର। ବିଜେଡିର ୨୦ରୁ ୨୫ ବିଧାୟକ ଭାଜପାରେ ସାମିଲ ହେବା ପାଇଁ ଆଗ୍ରହୀ ଅଛନ୍ତି। କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ବିଜେଡିର ବହୁ ନେତା ଆସି ଭେଟିଛନ୍ତି। ବିଜେଡିର ପତନ ଆରମ୍ଭ ହେଲା, ୬ ମାସ ମଧ୍ୟରେ ମାଟିରେ ମିଶିଯିବ ବୋଲି ପ୍ରଶାନ୍ତ କହିଛନ୍ତି। ତାଙ୍କର ମନ୍ତ୍ରୀ ହେବା ପାଇଁ କୌଣସି ଲାଳସା ନାହିଁ। ସେ ପାଇକପୁଅ। ପାଇକଙ୍କ ରକ୍ତ ତାଙ୍କ ଦେହରେ ବହୁଛି। ଜଣେ ସୈନିକ ଭାବେ ଲୋକଙ୍କ ପାଇଁ ଲଢ଼ିବେ ବୋଲି ସେ କହିଛନ୍ତି। ସେହିପରି ଇଭିଏମ୍‌ ଭଙ୍ଗାରୁଜା ଅଭିଯୋଗରେ ସେ ଜେଲ ଯିବା ଘଟଣାରେ କହିଛନ୍ତି, ଜେଲ ଯିବା ତାଙ୍କ ପାଇଁ ସାଧାରଣ କଥା। ଲଢ଼େଇ କରି ଆଗକୁ ଆସିଛନ୍ତି। ତାଙ୍କୁ ମିଛରେ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି। ତେବେ ଖୋର୍ଦ୍ଧାର ସର୍ବାଙ୍ଗୀନ ବିକାଶ ତାଙ୍କର ପ୍ରାଥମିକତା ରହିବ ବୋଲି ପ୍ରଶାନ୍ତ କହିଛନ୍ତି।
ପୂର୍ବତନ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ଭାଜପା ଜିଲା ସଭାପତି ରଶ୍ମି ମହାପାତ୍ର, ବରିଷ୍ଠ ନେତା ନିକୁଞ୍ଜ ପଟ୍ଟନାୟକ, ନାରୀନେତ୍ରୀ ବାସନ୍ତୀ ମହାପାତ୍ର, ନଗର ମଣ୍ଡଳ ସଭାପତି ଦେବ ଆଚାର୍ଯ୍ୟ, ଦୀପକ ହୋତାଙ୍କ ସମେତ ଶତାଧିକ ମହିଳା, ପୁରୁଷ କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।

The post ‘ବିଜେଡିର ୨୫ ବିଧାୟକ ଯୋଗାଯୋଗରେ ଅଛନ୍ତି’ appeared first on Dharitri Odia News.