ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ
ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ରହିଛି କିଙ୍ଗଡାଙ୍ଗ ଗ୍ରାମ। ଏଠାରେ ବିକାଶର ପ୍ରତିଛବି ପଡ଼ିନଥିବା ବେଳେ ଅନ୍ଧକାରରେ ରହିଛି ଏମାନଙ୍କ ଜୀବନ। ବିକାଶ ଏଠି ସାତ ସପନ। ତେଣୁ ବହୁ ଦୁଃଖକଷ୍ଟରେ ଜୀବନ କାଟୁଥିବା କହିଛନ୍ତି ଗ୍ରାମବାସୀ। ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ। ରାସ୍ତା ଶୋଚନୀୟ ହୋଇ ପଡିଛି। ଗ୍ରାମକୁ ନା […] The post ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ appeared first on Dharitri Odia News.
ପାରଳାଖେମୁଣ୍ଡି,୮ା୪(ଗିରିଧାରୀ ପରିଛା): ଦେଶ ସ୍ବାଧୀନର ୭୬ବର୍ଷ ବିତି ଯାଇଥିଲେ ମଧ୍ୟ ଏଯାଏଁ ମୌଳିକ ସୁବିଧାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲାର କିଙ୍ଗଡାଙ୍ଗ ଗ୍ରାମବାସୀ। ଗୁମ୍ମା ବ୍ଲକ ଭୁବନି ପଞ୍ଚାୟତରେ ରହିଛି କିଙ୍ଗଡାଙ୍ଗ ଗ୍ରାମ। ଏଠାରେ ବିକାଶର ପ୍ରତିଛବି ପଡ଼ିନଥିବା ବେଳେ ଅନ୍ଧକାରରେ ରହିଛି ଏମାନଙ୍କ ଜୀବନ। ବିକାଶ ଏଠି ସାତ ସପନ। ତେଣୁ ବହୁ ଦୁଃଖକଷ୍ଟରେ ଜୀବନ କାଟୁଥିବା କହିଛନ୍ତି ଗ୍ରାମବାସୀ। ଗାଁକୁ ନାହିଁ ଭଲ ରାସ୍ତା ଖଣ୍ଡିଏ। ରାସ୍ତା ଶୋଚନୀୟ ହୋଇ ପଡିଛି। ଗ୍ରାମକୁ ନା ଆମ୍ବୁଲାନ୍ସ ପହଞ୍ଚତ୍ପାରୁଛି ନା ଗାଡ଼ିମୋଟର ସେବା। ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି କୁନି କୁନି ପିଲା ମଧ୍ୟ ଏଠାରେ ମାଇଲ ମାଇଲ ଚାଲି ସ୍କୁଲ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ଗାଁକୁ ନାହିଁ ପାନୀୟ ଜଳ ଯୋଗାଣ କିମ୍ବା ରାସ୍ତା ବ୍ୟବସ୍ଥା । ଗ୍ରାମବାସୀଙ୍କ ଭରସା ପଥର କୁଅ । ପିଲା ଛୁଆଙ୍କ ପାଇଁ କୁଅ ପାଣି ବ୍ୟବହାର କରୁଛନ୍ତି ମହିଳା । ଏହି ଦୃଶ୍ୟକୁ ଦେଖିଲେ ଜଳଜଳ ହୋଇ ଦେଖାଯାଉଛି ଗାଁରେ ଥିବା ଜଳ ସମସ୍ୟା। ଏହି ଗ୍ରାମରେ ପ୍ରାୟ ୨୦ରୁ ୨୫ ପରିବାରର ଶହେରୁ ଊଦ୍ଧର୍ବ ଲୋକ ବସବାସ କରୁଛନ୍ତି। ପାଣି ମୁନ୍ଦାଏ ପାଇଁ ହଇରାଣ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ଦୀର୍ଘଦିନ ହେଲା ଏହି ସମସ୍ୟା ଜାରି ରହିଥିବାବେଳେ ଆଜି ପର୍ଯ୍ୟନ୍ତ କୌଣସି ସରକାରୀ ଯୋଜନା ଗାଁରେ ପହଞ୍ଚି ନାହିଁ। ଗାଁ ଲୋକେ ଗୋଟିଏ କୁଅ ଉପରେ ଭରସା କରୁଥିବା ବେଳେ ଖରାଦିନ ଆରମ୍ଭରୁ ହିଁ କୁଅ ପାଣି ଶୁଖିଗଲାଣି। ସରକାର ବସୁଧା ଯୋଜନା ମାଧ୍ୟମରେ ଘରେ ଘରେ ପାଣି ଯୋଗାଉଥିବା ଡିଣ୍ଡିମ ପିଟୁଥିବା ବେଳେ ଏହି ଗ୍ରାମର ଲୋକେ କିନ୍ତୁ ପିଇବା ପାଇଁ ଟୋପାଏ ପାଇ ପାରୁନାହାନ୍ତି। ତେଣୁ ଗାଁରେ ପିଇବା ପାଣିର ବ୍ୟବସ୍ଥା ସହ ରାସ୍ତା ନିର୍ମାଣ ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି।
The post ବିକାଶର ବହୁ ଦୂରରେ କିଙ୍ଗଡାଙ୍ଗ ଗ୍ରାମବାସୀ appeared first on Dharitri Odia News.