ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ
ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ ଅମାତ ପୁଣି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଆଇନଜୀବୀ ନବ କୁମାର ମିଶ୍ର ଓ ଭାଜପା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏମାନେ ପ୍ରଚାରକୁ ଜୋରଦାର କରିଛନ୍ତି। ବିଜେଡି ପୁଣି ପ୍ରାର୍ଥୀ କରିଥିବାରୁ ସେ ୬ଷ୍ଠ ଥର ପାଇଁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ […] The post ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ appeared first on Dharitri Odia News.
ବୌଦ୍ଧ,୧୬ା୪(ଅଜିତ କୁମାର ବାରିକ):ବୌଦ୍ଧ ବିଧାନସଭା ଆସନ ପାଇଁ ତିନି ପ୍ରମୁଖ ଦଳ ପ୍ରାର୍ଥୀ ଘୋଷଣା କରିସାରିଛନ୍ତି। ଏଠାରୁ ୫ ଥର ବିଧାୟକ ହୋଇଥିବା ବିଜେଡିରୁ ପ୍ରଦୀପ ଅମାତ ପୁଣି ପ୍ରାର୍ଥୀ ହୋଇଥିବା ବେଳେ କଂଗ୍ରେସ ଆଇନଜୀବୀ ନବ କୁମାର ମିଶ୍ର ଓ ଭାଜପା ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନଙ୍କୁ ପ୍ରାର୍ଥୀ କରିଛି। ଏମାନେ ପ୍ରଚାରକୁ ଜୋରଦାର କରିଛନ୍ତି।
ବିଜେଡି ପୁଣି ପ୍ରାର୍ଥୀ କରିଥିବାରୁ ସେ ୬ଷ୍ଠ ଥର ପାଇଁ ବିଜୟୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ବିରୋଧୀ ଦଳଗୁଡ଼ିକ ଜିଲାରେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଜଳ, ଗମନାଗମନ କ୍ଷେତ୍ରରେ ବିକାଶ ହୋଇ ନ ଥିବା ନେଇ ଅଭିଯୋଗ କରିଆସୁଛନ୍ତି ା
ଏପରି କି ବିଧାୟକ ପ୍ରଦୀପଙ୍କ ଯୋଗୁ ଜିଲାର ବିକାଶ ପଛରେ ପଡ଼ିଥିବା ଅଭିଯୋଗ କରି ବିରୋଧୀ ରଣକୌଶଳ ପ୍ରସ୍ତୁତ କରୁଥିବା ଶୁଣିବାକୁ ମିଳୁଛି।
ଭାଜପା ପକ୍ଷରୁ ଯୁବ ନେତା ସରୋଜ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଥିବା ବେଳେ ସେ ନିର୍ବାଚନ ଜିତିବା ଲକ୍ଷ୍ୟରେ ଜୋରସୋର ପ୍ରୟାସ ଚଳାଇଛନ୍ତି ା ଗତ ପଞ୍ଚୟତ ନିର୍ବାଚନରେ ଜିଲାରେ ଶାସକ ଦଳର ପତିଆରା ଥିବା ସତ୍ତ୍ୱେ ସେ ତାଙ୍କ ପନତ୍ୀଙ୍କୁ ହରଭଙ୍ଗା ବ୍ଲକ ଅଧ୍ୟକ୍ଷ ପଦରେ ବସାଇବା ସହ ନିଜେ ଉପାଧ୍ୟକ୍ଷ ହୋଇଥିଲେ ା
ସେ ଭାଜପାର ପ୍ରାର୍ଥୀ ହେବା ପାଇଁ ବହୁ ଦିନରୁ ବିଭିନ୍ନ ସ୍ଥାନରେ ବୈଠକ କରିବା ସହ ଗଁାକୁ ଗଁା ଯାଇ ଲୋକସମ୍ପର୍କ ରଖି ଆସୁଥିଲେ। ଏଥର ଫଳାଫଳ ତାଙ୍କ ସପକ୍ଷରେ ଯିବ ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି। ଅନୁରୂପ ଭାବେ ୨୦୧୯ ନିର୍ବାଚନରେ କଂଗ୍ରେସ ଓ ସିପିଆଇ ମଧ୍ୟରେ ଆସନ ବୁଝାମଣା ହେବା ପରେ ଏଠାରୁ ସିପିଆଇରୁ ଅବକାଶ ସାହୁ ପ୍ରାର୍ଥୀ ହୋଇଥିଲେ। ତେବେ ଆଇନଜୀବୀ ନବ କୁମାର ମିଶ୍ର ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଥିଲେ। ପରେ କଂଗ୍ରେସର ଜିଲା ସଭାପତି ଦାୟିତ୍ୱ ନେବା ପରେ ସେ ଦଳକୁ ସୁଦୃଢ଼ କରିବାରେ ଲାଗିପଡ଼ିଥିଲେ। ଏଥର ଦଳ ତାଙ୍କୁ ପ୍ରାର୍ଥୀ କରିବା ପରେ ସେ ତତ୍ପର ହୋଇଛନ୍ତି।
The post ପ୍ରଦୀପଙ୍କ ୬ଷ୍ଠ, ଆଶାରେ ନବ, ସରୋଜ ଚ୍ୟାଲେଞ୍ଜ appeared first on Dharitri Odia News.