ସମ୍ଭାବ୍ୟ ବାତ୍ୟା ‘ଦାନା’ ପାଇଁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ, ୧୨ଟା ସୁଦ୍ଧା ଦୀଘା ଛାଡ଼
ଭୁବନେଶ୍ୱର ୨୩/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର। ଏହା ଓଡ଼ିଶାର ପୁରୀରୁ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ଅତିକ୍ରମ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପଶ୍ଚିମବଙ୍ଗ ସରକାର ବି ସମାନ ନୀତି ଆପଣାଇଛନ୍ତି। ତୁରନ୍ତ ଦୀଘା ଛାଡ଼ିବାକୁ ପଶ୍ଚିମବଙ୍ଗ ସରକାର ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବଙ୍ଗ ପ୍ରଶାସନ। ଏଥିସହ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ପର୍ଯ୍ୟଟକମାନେ ହୋଟେଲ ଖାଲି କରୁଥିବା ଓ ଦୀଘା ଛାଡ଼ୁଥିବା ଦେଖିବାକୁ ମିଳିଛି ।
ଭୁବନେଶ୍ୱର ୨୩/୧୦: ସମ୍ଭାବ୍ୟ ବାତ୍ୟା ‘ଦାନା’ ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବାବେଳେ ଜିରୋ କାଜିଆଲିଟି ଉପରେ ଗୁରୁତ୍ୱ ଦେଉଛନ୍ତି ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାର। ଏହା ଓଡ଼ିଶାର ପୁରୀରୁ ପଶ୍ଚିମବଙ୍ଗର ସାଗରଦୀପ ମଧ୍ୟରେ ଅତିକ୍ରମ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।
ଏହି ସମୟରେ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପୂର୍ବରୁ ପୁରୀ ଛାଡ଼ିବାକୁ ପର୍ଯ୍ୟଟକଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏବେ ପଶ୍ଚିମବଙ୍ଗ ସରକାର ବି ସମାନ ନୀତି ଆପଣାଇଛନ୍ତି। ତୁରନ୍ତ ଦୀଘା ଛାଡ଼ିବାକୁ ପଶ୍ଚିମବଙ୍ଗ ସରକାର ପର୍ଯ୍ୟଟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଆଜି ଦିନ ୧୨ଟା ସୁଦ୍ଧା ଦୀଘା ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ବଙ୍ଗ ପ୍ରଶାସନ।
ଏଥିସହ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ଦୀଘାର କୌଣସି ହୋଟେଲ ନୂଆ ବୁକିଂ କରିପାରିବେନି ବୋଲି ବି କୁହାଯାଇଛି। ପଶ୍ଚିମବଙ୍ଗ ସରକାରଙ୍କ ଏହି ନିର୍ଦ୍ଦେଶ ପରେ ପର୍ଯ୍ୟଟକମାନେ ହୋଟେଲ ଖାଲି କରୁଥିବା ଓ ଦୀଘା ଛାଡ଼ୁଥିବା ଦେଖିବାକୁ ମିଳିଛି ।