ଇନ୍ଦିରା ଗାନ୍ଧୀ ପରିବାରବାଦରୁ ଆସିଥିଲେ, ବାସ୍ତବ ଜୀବନରେ ସେ କୌଣସି ସଂଘର୍ଷ କରି ନାହାନ୍ତି: କଙ୍ଗନା ରାଣାୱତ
ନୂଆଦିଲ୍ଲୀ: ଅଭିନେତ୍ରୀରୁ ନୂଆ କରି ରାଜନୀତିରେ ପ୍ରବେଶ କରିଥିବା ସାଂସଦ କଙ୍ଗନା ରାଣାୱତ ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମ ‘ଏମାର୍ଜେନ୍ସି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସିନେମାଟି ଇନ୍ଦିରାଙ୍କ ଦ୍ୱାରା ଲଗାଯାଇଥିବା ଏମାର୍ଜେନ୍ସିର କାହାଣୀକୁ ନେଇ ଗତିଶୀଳ। ଫିଲ୍ମର ପ୍ରମୋସନ ବେଳେ ଇନ୍ଦିରା ଗାନ୍ଧୀଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି କଙ୍ଗନା। ସେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ପରିବାରବାଦରୁ ଆସିଥିଲେ। ହେଲେ ସେ ନିଜକୁ ପ୍ରମାଣ କରିବାକୁ ଦୃଢ଼ ଚେଷ୍ଟା କରିଥିଲେ।ଏମାର୍ଜେନ୍ସି ସିନେମାକୁ କଙ୍ଗନା ରାଣାୱତ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି। ବଲିଉଡ ହଙ୍ଗାମା ନାମକ ସିନେ ମିଡିଆକୁ ସାକ୍ଷାତ୍କାର ଦେଇ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ତାଙ୍କର ପସନ୍ଦ ନାପସନ୍ଦ କଥା କହିଥିଲେ। ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ସେ କଣ ପସନ୍ଦ କରନ୍ତି ସେ ନେଇ କଙ୍ଗନା କହିଥିଲେ “ହଁ ସେ ଭାଗ୍ୟବାନ ଥିଲେ, କାରଣ ସେ ପରିବାରବାଦ ପୃଷ୍ଠଭୂମିରୁ ଆସିଥିଲେ। କିନ୍ତୁ ସବୁ ପରେ ବି ସେ ପ୍ରଧାନମନ୍ତ୍ରୀଙ୍କ ଝିଅ ଥିଲେ। ତାଙ୍କ ବାପାଙ୍କ ଶାସନ ସମୟରେ ସରକାରୀ ପଦବୀରେ ଥିଲେ। ମୋର କହିବା କଥା ହେଲା ରାଜନୀତିରେ ଜଣଙ୍କ ପାଇଁ ୟା ଠାରୁ ଆଉ କ’ଣ ଦରକାର? ସେ ବଡ଼ ଜାଗାରୁ ଆସିଥିଲେ, କିନ୍ତୁ ନିଜକୁ ପ୍ରମାଣ କରିବାର ଦୃଢ଼ ମନୋବଳ ତାଙ୍କ ଠାରେ ଥିଲା। ତାଙ୍କର ସେହି ଦୃଢ଼
ନୂଆଦିଲ୍ଲୀ: ଅଭିନେତ୍ରୀରୁ ନୂଆ କରି ରାଜନୀତିରେ ପ୍ରବେଶ କରିଥିବା ସାଂସଦ କଙ୍ଗନା ରାଣାୱତ ବର୍ତ୍ତମାନ ତାଙ୍କ ଅପକମିଂ ଫିଲ୍ମ ‘ଏମାର୍ଜେନ୍ସି’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ସେ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସିନେମାଟି ଇନ୍ଦିରାଙ୍କ ଦ୍ୱାରା ଲଗାଯାଇଥିବା ଏମାର୍ଜେନ୍ସିର କାହାଣୀକୁ ନେଇ ଗତିଶୀଳ। ଫିଲ୍ମର ପ୍ରମୋସନ ବେଳେ ଇନ୍ଦିରା ଗାନ୍ଧୀଙ୍କ ଉପରେ ବଡ଼ ବୟାନ ଦେଇଛନ୍ତି କଙ୍ଗନା। ସେ କହିଛନ୍ତି ଯେ ଇନ୍ଦିରା ଗାନ୍ଧୀ ପରିବାରବାଦରୁ ଆସିଥିଲେ। ହେଲେ ସେ ନିଜକୁ ପ୍ରମାଣ କରିବାକୁ ଦୃଢ଼ ଚେଷ୍ଟା କରିଥିଲେ।
ଏମାର୍ଜେନ୍ସି ସିନେମାକୁ କଙ୍ଗନା ରାଣାୱତ ନିଜେ ନିର୍ଦ୍ଦେଶନା ବି ଦେଇଛନ୍ତି। ବଲିଉଡ ହଙ୍ଗାମା ନାମକ ସିନେ ମିଡିଆକୁ ସାକ୍ଷାତ୍କାର ଦେଇ କଙ୍ଗନା ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ତାଙ୍କର ପସନ୍ଦ ନାପସନ୍ଦ କଥା କହିଥିଲେ।
ଇନ୍ଦିରା ଗାନ୍ଧୀଙ୍କ ବିଷୟରେ ସେ କଣ ପସନ୍ଦ କରନ୍ତି ସେ ନେଇ କଙ୍ଗନା କହିଥିଲେ “ହଁ ସେ ଭାଗ୍ୟବାନ ଥିଲେ, କାରଣ ସେ ପରିବାରବାଦ ପୃଷ୍ଠଭୂମିରୁ ଆସିଥିଲେ। କିନ୍ତୁ ସବୁ ପରେ ବି ସେ ପ୍ରଧାନମନ୍ତ୍ରୀଙ୍କ ଝିଅ ଥିଲେ। ତାଙ୍କ ବାପାଙ୍କ ଶାସନ ସମୟରେ ସରକାରୀ ପଦବୀରେ ଥିଲେ। ମୋର କହିବା କଥା ହେଲା ରାଜନୀତିରେ ଜଣଙ୍କ ପାଇଁ ୟା ଠାରୁ ଆଉ କ’ଣ ଦରକାର? ସେ ବଡ଼ ଜାଗାରୁ ଆସିଥିଲେ, କିନ୍ତୁ ନିଜକୁ ପ୍ରମାଣ କରିବାର ଦୃଢ଼ ମନୋବଳ ତାଙ୍କ ଠାରେ ଥିଲା। ତାଙ୍କର ସେହି ଦୃଢ଼ ସଂକଳ୍ପ ପ୍ରଶଂସନୀୟ। ତାଙ୍କୁ ଅନେକ ସୁଯୋଗ ମିଳିଥିଲା। ତାଙ୍କୁ ହୁଏତ ଅନେକ ସୁବିଧା ମିଳିଥାଇପାରେ, କିନ୍ତୁ ଯେତେବେଳେ ବି ତାଙ୍କୁ ସମାଲୋଚନା କରାଯାଉଥିଲା, ସେ ନିଜକୁ ପ୍ରମାଣ କରିଥିଲେ, ଏବଂ ସେ ସମ୍ପୂର୍ଣ୍ଣ ବିଜେତା ହେଉଥିଲେ।।”
ସେହିପରି ଇନ୍ଦିରାଙ୍କର କେଉଁ ଗୁଣକୁ ସେ ପସନ୍ଦ କରନ୍ତି ନାହିଁ ସେ କଥା କହି କଙ୍ଗନା କହିଥିଲେ ପଦବୀ ସମ୍ବାଳିବାକୁ ପୂର୍ବତନ ପ୍ରଧାନମନ୍ତ୍ରୀ ପରିପକ୍ୱ ନଥିଲେ। କଙ୍ଗନା କହିଥିଲେ “ ନକାରାତ୍ମକ କଥା ହେଲା କେହି ଜଣେ ବନେଇଚୁନେଇ ସଂଘର୍ଷର କାହାଣୀ କହିବ ତାହା ସତ ହେଇନପାରେ। ସତ କଥା ହେଲା ସେ ତାଙ୍କ ଜୀବନରେ କେବେ ବି ପ୍ରକୃତ ସଂଘର୍ଷ କରି ନଥିଲେ। ଏବଂ ଏସବୁ ସମ୍ଭାଳିବାରେ ତାଙ୍କର ପରିପକ୍ୱତା ଦେଖିବାକୁ ମିଳି ନଥିଲା। ବରଂ ସେ ସବୁବେଳେ ପ୍ରଧାନମନ୍ତ୍ରୀଙ୍କ ଝିଅ ଦୃଷ୍ଟିକୋଣରୁ ବିଚାର କରୁଥିଲେ। ଏହା ଭଲ କଥା ନୁହେଁ। କାରଣ ଯେପର୍ଯ୍ୟନ୍ତ ଆପଣ ଚୌକିରେ ବସିଛନ୍ତି ସେପର୍ଯ୍ୟନ୍ତ ଆପଣଙ୍କୁ ନିଃସ୍ୱାର୍ଥ ହୋଇ ରହିବାକୁ ହେବ। ଗର୍ବ ଭିତରେ ରହି ଆପଣ ଶାସନ ଚଳାଇପାରିବେ ନାହିଁ।”
‘ଏମାର୍ଜେନ୍ସି'ରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଅଭିନୟ କରିଛନ୍ତି। ବର୍ତ୍ତମାନ ସେ ତାଙ୍କ ଫିଲ୍ମ ପାଇଁ ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ରୁ ୧୯୭୭ ପର୍ଯ୍ୟନ୍ତ ୨୧ ମାସ ଏମାର୍ଜେନ୍ସି ଲଗାଇଥିଲେ। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ରାଜତ୍ୱର କାହାଣୀ ବର୍ଣ୍ଣନା ଫିଲ୍ମରେ ପ୍ରଦର୍ଶନ କରାଯାଇଛି। ଏଥିରେ ଅନୁପମ ଖେର, ମହିମା ଚୌଧୁରୀ, ମିଲିନ୍ଦ ସୁମନ, ଶ୍ରେୟସ ତଲପଡେ ଏବଂ ଦିମ୍ବଗତ ଅଭିନେତା ଓ ନିର୍ଦ୍ଦେଶକ ଶତୀଶ କୌଶୀକ ଅଭିନୟ କରିଛନ୍ତି। ସେପ୍ଟେମ୍ବର ୬ ତାରିଖରେ ସିନେମା ମୁକ୍ତିଲାଭ କରିବ।