ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବାପା, ଏବେ ଶବ ସଂସ୍କାର ପାଇଁ ଆସୁନି ପୁଅ
ସୁବର୍ଣ୍ଣପୁର ୨୫।୩: କୁସଂସ୍କାରର କରୁଣ ପରିଣତି । ବାପା ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବୋଲି ଶବ ଦାହ କରୁନି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରିନାଲି ଗାଁରେ । ସୂଚନାଯୋଗ୍ୟ ଯେ, ଚିଙ୍ଗରାନାଲି ଗାଁର ବେଦ ପ୍ରଧାନଙ୍କର ସୋମବାର ସକାଳୁ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମରଶରୀରକୁ ଦାହ କରିବା ପାଇଁ କେହି ପାଖକୁ ଆସି ନଥିଲେ । ତାଙ୍କ ପୂର୍ବ ସ୍ତ୍ରୀଙ୍କ ଦୁଇଟି ପୁଅ ଓ ଦୁଇଟି ଝିଅ ଥିଲେ ହେଁ ମରଶରୀରକୁ ଦାହ କରିବା ପାଇଁ ସମସ୍ତେ ଅମଙ୍ଗ ଥିବାବେଳେ ଦୀର୍ଘ ୬ ଘଣ୍ଟା ଧରି ମରଶରୀର ଘରେ ପଡ଼ି ରହିଛି । ଗ୍ରାମବାସୀ ତାଙ୍କ ପୁଅକୁ ଖବର ଦେଇଥିଲେ ହେଁ ସେ ଶବ ଦାହ ପାଇଁ ନାରାଜ ଥିବା କହିଛନ୍ତି । ଏନେଇ ଗ୍ରାମବାସୀ ସୁବଳୟା ପୋଲିସକୁ ଖବର ଦେଇଛନ୍ତି । ତେବେ ଦୁଇଟି ପୁଅ ଥାଇ ଏଭଳି କୁସଂସ୍କାର ଗାଁ ମାନଙ୍କରେ ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।You Can Read :ଡେଟିଂ ଆପ୍ ଜରିଆରେ ସାଇବର କ୍ରାଇମ୍, ରାଉରକେଲା ପୋଲିସ ହାବୁଡରେ ଦୁଇ ଠକ
ସୁବର୍ଣ୍ଣପୁର ୨୫।୩: କୁସଂସ୍କାରର କରୁଣ ପରିଣତି । ବାପା ଅନ୍ୟ ଜାତିରେ ଦ୍ବିତୀୟ ବିବାହ କରିଥିଲେ ବୋଲି ଶବ ଦାହ କରୁନି ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଚିଙ୍ଗିରିନାଲି ଗାଁରେ ।
ସୂଚନାଯୋଗ୍ୟ ଯେ, ଚିଙ୍ଗରାନାଲି ଗାଁର ବେଦ ପ୍ରଧାନଙ୍କର ସୋମବାର ସକାଳୁ ମୃତ୍ୟୁ ହୋଇଥିଲା । ତେବେ ତାଙ୍କ ମରଶରୀରକୁ ଦାହ କରିବା ପାଇଁ କେହି ପାଖକୁ ଆସି ନଥିଲେ । ତାଙ୍କ ପୂର୍ବ ସ୍ତ୍ରୀଙ୍କ ଦୁଇଟି ପୁଅ ଓ ଦୁଇଟି ଝିଅ ଥିଲେ ହେଁ ମରଶରୀରକୁ ଦାହ କରିବା ପାଇଁ ସମସ୍ତେ ଅମଙ୍ଗ ଥିବାବେଳେ ଦୀର୍ଘ ୬ ଘଣ୍ଟା ଧରି ମରଶରୀର ଘରେ ପଡ଼ି ରହିଛି । ଗ୍ରାମବାସୀ ତାଙ୍କ ପୁଅକୁ ଖବର ଦେଇଥିଲେ ହେଁ ସେ ଶବ ଦାହ ପାଇଁ ନାରାଜ ଥିବା କହିଛନ୍ତି । ଏନେଇ ଗ୍ରାମବାସୀ ସୁବଳୟା ପୋଲିସକୁ ଖବର ଦେଇଛନ୍ତି । ତେବେ ଦୁଇଟି ପୁଅ ଥାଇ ଏଭଳି କୁସଂସ୍କାର ଗାଁ ମାନଙ୍କରେ ରହିଛି । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ।
You Can Read :
ଡେଟିଂ ଆପ୍ ଜରିଆରେ ସାଇବର କ୍ରାଇମ୍, ରାଉରକେଲା ପୋଲିସ ହାବୁଡରେ ଦୁଇ ଠକ