IPL 2024 : ବେଙ୍ଗାଲୁରୁରେ ହେବ ରନ୍ ବର୍ଷା, ରାତିରେ RCB-SRH ମୁକାବିଲା

ବେଙ୍ଗାଲୁରୁ ୧୫।୦୪ : ଆଇପିଏଲ୍‌ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ସୋମବାର ଦିନ ଖେଳାଯିବ ୩୦ ତମ ମ୍ୟାଚ୍‌ । ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ । ରାତି ୭ଟା ୩୦ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । ବର୍ତ୍ତମାନ ଯାଏଁ ବାଙ୍ଗାଲୋର ଟିମ୍‌ ୬ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ଗୋଟିଏ ମାତ୍ର ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜୟର ସାମ୍ନା କରିଛି । ଯାହାଫଳରେ ପଏଣ୍ଟ ଟେବୁଲ୍‌ରେ ଶେଷ ମାନେ ୧୦ମ ସ୍ଥାନରେ ରହିଛି । ଦଳରେ ଭରପୁର ଷ୍ଟାର ଖେଳାଳି ଥିଲେ ମଧ୍ୟ ଆଶା ଅନୁସାରେ ପ୍ରଦର୍ଶନ ଆସୁନାହିଁ । ଖାସ୍‌ କରି ବ୍ୟାଟିଂର ବୋଲିଂ ଲାଇନ୍‌ଅପ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ପୁରା ଫେଲ୍‌ ମାରିଛି । ଯାହାକି ଟିମ୍‌ର ସବୁଠୁ ମୁଣ୍ଡବ୍ୟଥାର କାରଣ । ସେହିପରି ବ୍ୟାଟିଂରେ ଜଣେ କି ଦୁଇ ଜଣଙ୍କ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ନିଜ ଜଲଓ୍ୱା ଦେଖାଇ ପାରୁନାହାନ୍ତି । ବିସ୍ଫୋରକ ବ୍ୟାଟର ମ୍ୟାକ୍ସଓ୍ୱେଲ୍‌ ଏବେ ଯାଏଁ କ୍ଲିକ୍‌ କରିପାରିନାହାନ୍ତି । ତେବେ ଦେଖାଯାଉ ଆଜିର ମ୍ୟାଚ୍‌ରେ କିଏ ମାରୁଛି ବାଜି ।ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ୍‌ ଏବେ ଯାଏଁ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟର ସାମ୍ନା କରିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ର

IPL 2024 : ବେଙ୍ଗାଲୁରୁରେ ହେବ ରନ୍ ବର୍ଷା, ରାତିରେ RCB-SRH ମୁକାବିଲା

ବେଙ୍ଗାଲୁରୁ ୧୫।୦୪ : ଆଇପିଏଲ୍‌ ୨୦୨୪ । ଟୁର୍ଣ୍ଣାମେଣ୍ଟରେ ସୋମବାର ଦିନ ଖେଳାଯିବ ୩୦ ତମ ମ୍ୟାଚ୍‌ । ବେଙ୍ଗାଲୁରୁ ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ । ରାତି ୭ଟା ୩୦ରେ ଖେଳାଯିବ ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ । 

ବର୍ତ୍ତମାନ ଯାଏଁ ବାଙ୍ଗାଲୋର ଟିମ୍‌ ୬ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ଗୋଟିଏ ମାତ୍ର ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାଜୟର ସାମ୍ନା କରିଛି । ଯାହାଫଳରେ ପଏଣ୍ଟ ଟେବୁଲ୍‌ରେ ଶେଷ ମାନେ ୧୦ମ ସ୍ଥାନରେ ରହିଛି । ଦଳରେ ଭରପୁର ଷ୍ଟାର ଖେଳାଳି ଥିଲେ ମଧ୍ୟ ଆଶା ଅନୁସାରେ ପ୍ରଦର୍ଶନ ଆସୁନାହିଁ । ଖାସ୍‌ କରି ବ୍ୟାଟିଂର ବୋଲିଂ ଲାଇନ୍‌ଅପ୍‌ ଚଳିତ ଟୁର୍ଣ୍ଣାମେଣ୍ଟରେ ପୁରା ଫେଲ୍‌ ମାରିଛି । ଯାହାକି ଟିମ୍‌ର ସବୁଠୁ ମୁଣ୍ଡବ୍ୟଥାର କାରଣ । ସେହିପରି ବ୍ୟାଟିଂରେ ଜଣେ କି ଦୁଇ ଜଣଙ୍କ ଛାଡି ଆଉ କୌଣସି ବ୍ୟାଟସମ୍ୟାନ୍‌ ନିଜ ଜଲଓ୍ୱା ଦେଖାଇ ପାରୁନାହାନ୍ତି । ବିସ୍ଫୋରକ ବ୍ୟାଟର ମ୍ୟାକ୍ସଓ୍ୱେଲ୍‌ ଏବେ ଯାଏଁ କ୍ଲିକ୍‌ କରିପାରିନାହାନ୍ତି । ତେବେ ଦେଖାଯାଉ ଆଜିର ମ୍ୟାଚ୍‌ରେ କିଏ ମାରୁଛି ବାଜି ।

ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ୍‌ ଏବେ ଯାଏଁ ୫ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୩ଟିରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାଜୟର ସାମ୍ନା କରିଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ରହିଛି ।  ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳର ବ୍ୟାଟିଂ ହେଉଛି ମଜବୁତ୍‌ ସ୍ତମ୍ବ । ଦଳ ବର୍ତ୍ତମାନ ୬ ଅଙ୍କ ପାଇଁ ପଏଣ୍ଟ ଟେବୁଲ୍‌ର ୪ର୍ଥ ସ୍ଥାନରେ ରହିଛି । ତେବେ ଆଜିର ମ୍ୟାଚ୍‌ରେ ଉଭୟ ଦଳର ବ୍ୟାଟିଂ ଫାଇଟ୍‌ ଦେଖିବାକୁ ମିଳିବ । ଚିନ୍ନାସ୍ୱାମୀରେ ହେବ ରନ୍‌ ବର୍ଷା । 

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ରୟାଲ୍ସ ଟିମ୍‌ ବର୍ତ୍ତମାନ ଯାଏଁ ୬ଟି ମ୍ୟାଚ୍‌ ଖେଳିସାରିଛି । ଯେଉଁଥିରେ ୫ଟି ବିଜୟୀ ହୋଇଥିବା ବେଳେ ଗୋଟିଏରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ ରାଇଡର୍ସ ଟିମ୍‌ । ଦଳ ୫ଟି ମୁକାବିଲାରେ ୪ଟି ବିଜୟ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ଦଳ ମୋଟ ୮ ଅଙ୍କ ହାସଲ କରିଛି । ଚେନ୍ନାଇ ସୁପର କିଙ୍ଗସ୍‌ ୬ଟି ମ୍ୟାଚ୍‌ରେ ୪ ବିଜୟ ଏବଂ ୨ଟି ପରାଜୟ ହାସଲ କରିଛି । ଟିମ୍‌ ୮ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ବାକି ହାଇଦ୍ରାବାଦ୍‌ ଟିମ୍‌ ୬ ଅଙ୍କ ସହ ୪ର୍ଥ ସ୍ଥାନରେ ରହିଛି ।