ପୂର୍ବ ରଙ୍ଗ ବଦଳିଲା କାହିଁକି…ବିରୋଧୀ ଦଳଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ ପୃଥ୍ୱୀରାଜ
ଭୁବନେଶ୍ୱର ୦୮।୧୦ : ସରକାରୀ କୋଠାର ରଙ୍ଗ ବଦଳିବା ଘଟଣା । କୋଠା ଗୁଡ଼ିକର ସବୁଜ ରଙ୍ଗ କରିବାର କାରଣ କଣ ଥିଲା, ତାହାର ଉତ୍ତର ପ୍ରଥମେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦିଅନ୍ତୁ । ସେ କଥାର ଆବଶ୍ୟକତା କିଛି ନଥିଲା ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ ଦିଆଯାଇଥାନ୍ତା । ତାକୁ କାହିଁକି ପରିବର୍ତ୍ତନ କରିଥିଲେ ତାହାର ପ୍ରଥମେ ଉତ୍ତର ଦିଅନ୍ତୁ । ତାପରେ ପ୍ରଶ୍ନ ପଚାରିବେ, କାହିଁକି ରଙ୍ଗ ପରିବର୍ତ୍ତନ କଲେ । ଏବେ ତାଙ୍କୁ କଷ୍ଟ ହେଉଛି କାହିଁକି ନା ସବୁଜ ରଙ୍ଗ ବଦଳି ଯାଇଛି । ସେମାନେ ପ୍ରଥମେ ରଙ୍ଗ ବଦଳାଇଥିଲେ। କାହିଁକି ବଦଳାଇ ଥିଲେ ଉତ୍ତର ଦିଅନ୍ତୁ । ପ୍ରତି ବର୍ଷ ବର୍ଷା ଦିନ ପରେ ସରକାରୀ ବିଲ୍ଡିଂ ଗୁଡ଼ିକର ମରାମତି ଓ ରକ୍ଷଣବେକ୍ଷଣ ଆବଶ୍ୟକ ହୁଏ । ତେଣୁ ପୁଣି ରଙ୍ଗ କରିବାକୁ ପଡେ । ସେଥିପାଇଁ ପୂର୍ବରୁ ସରକାରୀ କୋଠା ଗୁଡ଼ିକର ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ କରିବାକୁ ନିଷ୍ପତି ହୋଇଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାରୀ କୋଠାର ରଙ୍ଗ ବଦଳିବ । ରାଜ୍ଯରେ ସମସ୍ତ ସରକାରୀ କୋଠାର ରଙ୍ଗ ବଦଳିବ ବୋଲି ଜାରି ହୋଇଛି ବିଜ୍ଞପ୍ତି। ଏଣିକି ସରକାରୀ କୋଠାର ବାହାରପଟ ରଙ୍ଗ କମଳା ଓ ନାଲି ବର୍ଡର ହେବ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି। ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ
ଭୁବନେଶ୍ୱର ୦୮।୧୦ : ସରକାରୀ କୋଠାର ରଙ୍ଗ ବଦଳିବା ଘଟଣା । କୋଠା ଗୁଡ଼ିକର ସବୁଜ ରଙ୍ଗ କରିବାର କାରଣ କଣ ଥିଲା, ତାହାର ଉତ୍ତର ପ୍ରଥମେ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍ ଦିଅନ୍ତୁ । ସେ କଥାର ଆବଶ୍ୟକତା କିଛି ନଥିଲା ବୋଲି ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ ଦିଆଯାଇଥାନ୍ତା । ତାକୁ କାହିଁକି ପରିବର୍ତ୍ତନ କରିଥିଲେ ତାହାର ପ୍ରଥମେ ଉତ୍ତର ଦିଅନ୍ତୁ । ତାପରେ ପ୍ରଶ୍ନ ପଚାରିବେ, କାହିଁକି ରଙ୍ଗ ପରିବର୍ତ୍ତନ କଲେ । ଏବେ ତାଙ୍କୁ କଷ୍ଟ ହେଉଛି କାହିଁକି ନା ସବୁଜ ରଙ୍ଗ ବଦଳି ଯାଇଛି । ସେମାନେ ପ୍ରଥମେ ରଙ୍ଗ ବଦଳାଇଥିଲେ। କାହିଁକି ବଦଳାଇ ଥିଲେ ଉତ୍ତର ଦିଅନ୍ତୁ । ପ୍ରତି ବର୍ଷ ବର୍ଷା ଦିନ ପରେ ସରକାରୀ ବିଲ୍ଡିଂ ଗୁଡ଼ିକର ମରାମତି ଓ ରକ୍ଷଣବେକ୍ଷଣ ଆବଶ୍ୟକ ହୁଏ । ତେଣୁ ପୁଣି ରଙ୍ଗ କରିବାକୁ ପଡେ । ସେଥିପାଇଁ ପୂର୍ବରୁ ସରକାରୀ କୋଠା ଗୁଡ଼ିକର ଯେଉଁ ରଙ୍ଗ ଥିଲା, ସେହି ରଙ୍ଗ ହିଁ କରିବାକୁ ନିଷ୍ପତି ହୋଇଛି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ସରକାରୀ କୋଠାର ରଙ୍ଗ ବଦଳିବ । ରାଜ୍ଯରେ ସମସ୍ତ ସରକାରୀ କୋଠାର ରଙ୍ଗ ବଦଳିବ ବୋଲି ଜାରି ହୋଇଛି ବିଜ୍ଞପ୍ତି। ଏଣିକି ସରକାରୀ କୋଠାର ବାହାରପଟ ରଙ୍ଗ କମଳା ଓ ନାଲି ବର୍ଡର ହେବ ବୋଲି ଏହି ବିଜ୍ଞପ୍ତିରେ ଦର୍ଶାଯାଇଛି। ବିଲ୍ଡିଂ କାର୍ଯ୍ୟକ୍ଷମ ଥିଲେ ମରାମତି କିମ୍ବା ନବୀକରଣ ବେଳେ ରଙ୍ଗ ବଦଳାଯିବ। ସରକାରୀ କୋଠାରେ ୟୁନିଫର୍ମ କଲର କୋର୍ଡ ନେଇ ସମସ୍ତ ମୁଖ୍ୟ ଯନ୍ତ୍ରୀ ଓ OBCCକୁ ପୂର୍ତ୍ତ ବିଭାଗ ପକ୍ଷରୁ ଚିଠି ହୋଇଛି।