କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ…

ଓ୍ବାଶିଂଟନ,୩୦।୧ : ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁରେ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟଣା ହେବ । ଆଣ୍ଟାର୍କଟିକାର ଦୁର୍ଗମ ଅଞ୍ଚଳରେ ଏଚ-୫-ଏନ-୧ ବାର୍ଡ ଫ୍ଲୁ ଭୁତାଣୁ ଯୋଗୁ ପେଙ୍ଗୁଇନର ମୃତ୍ୟୁ ହେବାର ଆଶଙ୍କାକୁ ନେଇ ବୈଜ୍ଞାନିକମାନେ ଚେତାବନୀ […] The post କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ… appeared first on Dharitri Odia News.

କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ…

ଓ୍ବାଶିଂଟନ,୩୦।୧ : ଆଣ୍ଟାର୍କଟିକା ଅଞ୍ଚଳରେ ଅବସ୍ଥିତ ଦକ୍ଷିଣ ଜର୍ଜିଆ ଦ୍ୱୀପରେ ଏକ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟିଛି। ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ ଯୋଗୁ ପେଙ୍ଗୁଇନା ମୃତ୍ୟୁ ଘଟିଥିବାର ସନ୍ଦେହ କରାଯାଉଛି। ଯଦି ଏହା ନିଶ୍ଚିତ ହୁଏ, ତେବେ ଏହା ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁରେ କିଙ୍ଗ୍‌ ପେଙ୍ଗୁଇନର ମୃତ୍ୟୁ ଘଟଣା ହେବ । ଆଣ୍ଟାର୍କଟିକାର ଦୁର୍ଗମ ଅଞ୍ଚଳରେ ଏଚ-୫-ଏନ-୧ ବାର୍ଡ ଫ୍ଲୁ ଭୁତାଣୁ ଯୋଗୁ ପେଙ୍ଗୁଇନର ମୃତ୍ୟୁ ହେବାର ଆଶଙ୍କାକୁ ନେଇ ବୈଜ୍ଞାନିକମାନେ ଚେତାବନୀ ଦେବା ସହିତ ଚିନ୍ତା ପ୍ରକଟ କରିଛନ୍ତି।

ବୈଜ୍ଞାନିକମାନେ ଭୟ କରୁଛନ୍ତି ପେଙ୍ଗୁଇନଙ୍କ ପାଇଁ ସମ୍ପ୍ରତି ପ୍ରଜନନ ଋତୁ ଚାଲିଛି। ଏପରି ପରିସ୍ଥିତିରେ, ଯଦି ବାର୍ଡ ଫ୍ଲୁ ପେଙ୍ଗୁଇନଙ୍କ ମଧ୍ୟରେ ବ୍ୟାପେ, ତେବେ ଏହାର ଗୁରୁତର ପରିଣାମ ହୋଇପାରେ ଏବଂ ଏହା ଆଧୁନିକ ଯୁଗର ସବୁଠାରୁ ବଡ ପରିବେଶ ବିପର୍ଯ୍ୟୟ ମଧ୍ୟ ହୋଇପାରେ। ଆଣ୍ଟାର୍କଟିକା ହେଉଛି ବିଶ୍ୱର ଏକମାତ୍ର ଅଞ୍ଚଳ ଯେଉଁଠାରେ ଏଚ-୫-ଏନ-୧ ବାର୍ଡ ଫ୍ଲୁ ଭୂତାଣୁ ପୂର୍ବରୁ ମିଳି ନ ଥିଲା ଏବଂ କିଙ୍ଗ୍‌ ପେଙ୍ଗୁଇନ ବାର୍ଡ ଫ୍ଲୁ ଭୂତାଣୁ ସଂକ୍ରମଣ କେବେ ଦେଖାଯାଇ ନ ଥିଲା। ଏହି କାରଣରୁ ବାର୍ଡ ଫ୍ଲୁ ଯୋଗୁ କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ହେବାର ଆଶଙ୍କାାକୁ ନେଇ ବୈ ଜ୍ଞାନିକମାନେ ଚିନ୍ତିତ ଅଛନ୍ତି।

ବାର୍ଡ ଫ୍ଲୁ ସଂକ୍ରମଣ ପେଙ୍ଗୁଇନଙ୍କଠାରେ ଶୀଘ୍ର ବ୍ୟାପିଥାଏ। କିଙ୍ଗ ପେଙ୍ଗୁଇନ ପୂର୍ବରୁ, ଜେଣ୍ଟୁ ପ୍ରଜାତିର ପେଙ୍ଗୁଇନଙ୍କର ବାର୍ଡ ଫ୍ଲୁ ଭୁତାଣୁ କାରଣରୁ ମୃତ୍ୟୁ ଘଟିଥିଲା। ଅତୀତରେ ଦକ୍ଷିଣ ଆଫ୍ରିକା, ଚିଲି ଏବଂ ଆର୍ଜେଣ୍ଟିନାରେ ବାର୍ଡ ଫ୍ଲୁ ଯୋଗୁଁ ପେଙ୍ଗୁଇନ ସମେତ ଅଢ଼େଇ ଲକ୍ଷରୁ ଅଧିକ ସାମୁଦ୍ରିକ ପକ୍ଷୀଙ୍କର ମୃତ୍ୟୁ ଘଟିଥିଲା। ଏଥିରୁ ସ୍ପଷ୍ଟ ପେଙ୍ଗୁଇନଙ୍କ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣ ହେବାର ଆଶଙ୍କା ଅଧିକ।

କିଙ୍ଗ ପେଙ୍ଗୁଇନ ମଧ୍ୟରେ ବାର୍ଡ ଫ୍ଲୁ ସଂକ୍ରମଣର ବିପଦ ଅଧିକ ରହିଛି। ଯାହା ଦ୍ୱାରା ଚଳିତ ଶତାବ୍ଦୀର ଶେଷ ସୁଦ୍ଧା କିଙ୍ଗ ପେଙ୍ଗୁଇନ ପୃଥିବୀରୁ ବିଲୁପ୍ତ ହେବାର ଆଶଙ୍କା ରହିଛି । ଯଦି ବାର୍ଡ ଫ୍ଲୁ ବ୍ୟାପେ ତେବେ ଏହି ବିପଦ ଆତଙ୍କ ସୃଷ୍ଟି କରିପାରେ। ଏହାପୂର୍ବରୁ ଆଣ୍ଟାର୍କଟିକାର ଏକ ପୋଲାର ବିୟରର ମଧ୍ୟ ବାର୍ଡ ଫ୍ଲୁ ଯୋଗୁ ମୃତ୍ୟୁ ଘଟିଥିଲା।

The post କିଙ୍ଗ୍‌ ପେଙ୍ଗୁଇନ ମୃତ୍ୟୁ ଘଟଣା: ବାର୍ଡ ଫ୍ଲୁ ନେଇ ଚେତାବନୀ ଦେଲେ ବୈଜ୍ଞାନିକ… appeared first on Dharitri Odia News.