ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି

ପାତ୍ରପୁର,୨୬ା୧(ଉମାଚରଣ ନେପାକ): ରାଜ୍ୟ ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ପାଇଁ ସେମାନଙ୍କୁ ସୁବିଧାରେ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରିହାତିରେ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ସୀମାନ୍ତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଳକରେ ୨୩ଟି ପଞ୍ଚାୟତ ରହିଥିବା ବେଳେ ୩ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଆଦିବାସୀ ଅଧୁଷିତ। ସମସ୍ତ ପଞ୍ଚାୟତକୁ ଜୀବିକା ମିଶନ ପକ୍ଷରୁ […] The post ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି appeared first on Dharitri Odia News.

ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି

ପାତ୍ରପୁର,୨୬ା୧(ଉମାଚରଣ ନେପାକ): ରାଜ୍ୟ ସରକାର ମହିଳାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ମିଶନଶକ୍ତି ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କୃଷି କ୍ଷେତ୍ରରେ ମହିଳାଙ୍କୁ ସାମିଲ କରିବା ପାଇଁ ସେମାନଙ୍କୁ ସୁବିଧାରେ ବିଭିନ୍ନ ଯନ୍ତ୍ରପାତି ମଧ୍ୟ ରିହାତିରେ ଦେଉଛନ୍ତି। ହେଲେ ବିଡମ୍ବନାର ବିଷୟ ସୀମାନ୍ତ ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ୍‌ରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ବ୍ଳକରେ ୨୩ଟି ପଞ୍ଚାୟତ ରହିଥିବା ବେଳେ ୩ଟି ପଞ୍ଚାୟତ ସମ୍ପୂର୍ଣ୍ଣ ଆଦିବାସୀ ଅଧୁଷିତ। ସମସ୍ତ ପଞ୍ଚାୟତକୁ ଜୀବିକା ମିଶନ ପକ୍ଷରୁ ଗତ ୨୦୨୧ରେ ପ୍ରାୟ ୩ଲକ୍ଷ ଟଙ୍କାର କୃଷି ଯନ୍ତ୍ରପାତି ପ୍ରଦାନ କରାଯାଇଥିଲା । ତେବେ ସେଗୁଡିକ ଦୀର୍ଘ ବର୍ଷ ହେବ ବ୍ୟବହାର ନ ହୋଇ ପଡିରହିଛି।
ସରକାରଙ୍କ ପକ୍ଷରୁ ଓଜନ ମାପ ଯନ୍ତ୍ର, ଚୁନାକଳ, ମିନି ଚାଉଳ ମିଲ୍‌, ଡାଲି ମିଲ୍‌, ଧାନକଟା ମେଶିନ୍‌ ଭଳି ଯନ୍ତ୍ରପାତି ପ୍ରଦାନ କରାଯାଇଥିବା ବେଳେ ଉକ୍ତ ଯନ୍ତ୍ରପାତି ଗୁଡିକ ଲୋକଙ୍କ କାମ ଆସୁନି। ସରକାରଙ୍କ ଦ୍ୱାରା ଦିଆଯାଇଥିବା ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରପାତି ଗୁଡିକ ବର୍ତ୍ତମାନ ପଞ୍ଚାୟତ କାର୍ଯ୍ୟାଳୟରେ ଖତ ଖାଉଛି। ପ୍ରତ୍ୟେକ ପଞ୍ଚାୟତରେ ଗଠନ ହୋଇଥିବା ପଞ୍ଚାୟତସ୍ତରୀୟ ସଂଘକୁ ଏହା ପ୍ରଦାନ କରାଯାଇଥିବା ବେଳେ ଚାଷୀ ଓ ମହିଳା ଗୋଷ୍ଠୀକୁ ଭଡା ଆକାର ଦେବା ନିୟମ ରହିଛି। ପଞ୍ଚାୟତ ସ୍ତରୀୟ ସଂଘ ଓ ବ୍ଲକ୍‌ ପ୍ରଶାସନ ଏହାକୁ ଏକ ପ୍ରକାର ଭୁଲିଯାଇଛନ୍ତି। ଯନ୍ତ୍ରପାତିକୁ ବ୍ଲକ ଜୀବିକା ମିଶନ କର୍ମଚାରୀ ମହିଳା ସଂଘକୁ ଦେଲା ଭଳି କାଗଜପତ୍ର କରି ଅର୍ଥ ହରିଲୁଟ କରିଥିବା ଅଭିଯୋଗ ହୋଇଛି। ଜିଲା ପ୍ରଶାସନ ଏହାକୁ ଗୁରୁତର ସହିତ ନେଇ ସ୍ଥାୟୀ ସମାଧାନ କରିବାକୁ ବୃଦ୍ଧିଜୀବୀ ମହଲରେ ଆଲୋଚନା ହୋଇଛି। ଏନେଇ ବ୍ଲକ ଜୀବିକା ମିଶନ ସାଇଦତ୍ତ ବେହେରାଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ବିଭିନ୍ନ ଯନ୍ତ୍ରପାତି ମହିଳା ସଂଘର ସଭ୍ୟାମାନଙ୍କ ପାଇଁ ଆସିଥିଲା। କିନ୍ତୁ କୌଣସି କର୍ମୀ ନେଉନାହାନ୍ତି ବୋଲି କହିଛନ୍ତି। ଅନ୍ୟପଟେ କେତେକ ଯନ୍ତ୍ରପାତି ମାଗି ମାଗି ଥକିଲୁଣି କିନ୍ତୁ ମିଳିଲାନି ବୋଲି ସ୍ବୟଂ ସହାୟକ ଗୋଷ୍ଠୀର ସଭ୍ୟମାନେ କହିଛନ୍ତି।

The post ଖତ ଖାଉଛି ଲକ୍ଷାଧିକ ଟଙ୍କାର କୃଷି ଯନ୍ତ୍ରପାତି appeared first on Dharitri Odia News.