ବିଓଆଇର ନୂତନ ଶାଖା

ଭୁବନେଶ୍ୱର,୧୮।୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନୂତନ ଶାଖା (କୋଏଲ ନଗର ଶାଖା) ନିକଟରେ ସୁନ୍ଦରଗଡ଼ ଜିଲା ଅଧୀନ ରାଉରକେଲାର କୋଏଲ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବିଓଆଇର କ୍ଷେତ୍ର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଜିତ୍‌ ଶଙ୍କର ବେହେରା, ଉପ ଆଞ୍ଚଳିକ ପ୍ରବନ୍ଧକ ନିବେଦିତା ମିଶ୍ର ଏବଂ କୋଏଲ ନଗର ଶାଖାର ଶାଖା ପ୍ରବନ୍ଧକ ସୁସ୍ମିତା ସୋରେଙ୍ଗ୍‌ […] The post ବିଓଆଇର ନୂତନ ଶାଖା appeared first on Dharitri Odia News.

ବିଓଆଇର ନୂତନ ଶାଖା

ଭୁବନେଶ୍ୱର,୧୮।୧୧: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ)ର ନୂତନ ଶାଖା (କୋଏଲ ନଗର ଶାଖା) ନିକଟରେ ସୁନ୍ଦରଗଡ଼ ଜିଲା ଅଧୀନ ରାଉରକେଲାର କୋଏଲ ନଗରଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ବିଓଆଇର କ୍ଷେତ୍ର ମହାପ୍ରବନ୍ଧକ ବିକାଶ କ୍ରିଷ୍ଣା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଜିତ୍‌ ଶଙ୍କର ବେହେରା, ଉପ ଆଞ୍ଚଳିକ ପ୍ରବନ୍ଧକ ନିବେଦିତା ମିଶ୍ର ଏବଂ କୋଏଲ ନଗର ଶାଖାର ଶାଖା ପ୍ରବନ୍ଧକ ସୁସ୍ମିତା ସୋରେଙ୍ଗ୍‌ ପ୍ରମୁଖ ଉପସ୍ଥିତ ଥିଲେ। ସେହିଭଳି ରାଉରକେଲାର କୋଏଲ ନଗର ଅଞ୍ଚଳରେ ଏହି ନୂତନ ଶାଖା ସ୍ଥାନୀୟ ଲୋକମାନଙ୍କର ଆର୍ଥିକ ଏବଂ ବ୍ୟବସାୟିକ କାରବାରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କ୍ରିଷ୍ଣା ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ଏପରିକି ବ୍ୟାଙ୍କର ବିଭିନ୍ନ ପ୍ରକାରର ଯୋଜନା କିପରି ଲୋକମାନଙ୍କ ପାଖରେ ସୁଚାରୁ ରୂପେ ପହଞ୍ଚତ୍ ପାରିବ, ସେ ସମ୍ପର୍କରେ ଆଞ୍ଚଳିକ ପ୍ରବନ୍ଧକ ବେହେରା ଉକ୍ତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ଗ୍ରାହକ ବନ୍ଧୁଙ୍କ ସହିତ ଆଲୋଚନା କରିଥିଲେ। ଉଲ୍ଲେଖଯୋଗ୍ୟ, ସମ୍ବଲପୁର ଅଞ୍ଚଳର ବିଓଆଇର ଏହା ୬୫ତମ ଶାଖା ହୋଇଥିଲାବେଳେ ରାଜ୍ୟରେ ମୋଟ ୨୬୩ ତମ ଶାଖା ବୋଲି ବ୍ୟାଙ୍କ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।

The post ବିଓଆଇର ନୂତନ ଶାଖା appeared first on Dharitri Odia News.