ବାଇକ୍‌ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ

ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା ପୋଲିସ । ଏଥିରେ ଜଣଙ୍କୁୁ ଗିରଫ କରିବା ସହିତ ଚୋରି ବାଇକ ମଧ୍ୟ ଜବତ କରାଯାଇଛି । ଗିରଫ ଜଣଙ୍କ ହେଲେ ନ୍ୟୁ କଲୋନୀ ତୃତୀୟ ଲେନର ପି.ସୁରେଶ(୨୫)। ଘଟଣାରୁ ପ୍ରକାଶ ଯେ, ନ୍ୟୁ କଲୋନୀର ଜଣେ ବ୍ୟକ୍ତି ନିଜ ୟାମାହା ଆର-୧୫ ବାଇକ ନମ୍ବର(ଓଡି୧୮ଜେ୮୬୭୯) ଘର ସମ୍ମୁଖରେ ରଖି […] The post ବାଇକ୍‌ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ appeared first on Dharitri Odia News.

ବାଇକ୍‌ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ

ରାୟଗଡ଼ା, ୩।୫(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହରରେ ଏପ୍ରିଲ ୨୮ ତାରିଖରେ ହୋଇଥିବା ଏକ ବାଇକ ଚୋରି ଘଟଣାରେ ଅଭିଯୁକ୍ତଙ୍କୁ ଠାବ କରିଛି ଟାଉନ ଥାନା ପୋଲିସ । ଏଥିରେ ଜଣଙ୍କୁୁ ଗିରଫ କରିବା ସହିତ ଚୋରି ବାଇକ ମଧ୍ୟ ଜବତ କରାଯାଇଛି । ଗିରଫ ଜଣଙ୍କ ହେଲେ ନ୍ୟୁ କଲୋନୀ ତୃତୀୟ ଲେନର ପି.ସୁରେଶ(୨୫)।

ଘଟଣାରୁ ପ୍ରକାଶ ଯେ, ନ୍ୟୁ କଲୋନୀର ଜଣେ ବ୍ୟକ୍ତି ନିଜ ୟାମାହା ଆର-୧୫ ବାଇକ ନମ୍ବର(ଓଡି୧୮ଜେ୮୬୭୯) ଘର ସମ୍ମୁଖରେ ରଖି ଘର ଭିତରକୁ ଯାଇଥିଲେ। କିଛି ସମୟ ପରେ ବାହାରକୁ ଆସି ଦେଖିବା ବେଳେ ତାଙ୍କ ବାଇକ ସେଠାରେ ନ ଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ବାଇକ ନମିଳିବାରୁ ରାୟଗଡ଼ା ଟାଉନ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲାକୁ ଭିତ୍ତି କରି ପୋଲିସ କେସ ନଂ ୧୫୧ରେ ମାମଲା ରୁଜୁ କରି ଏସ୍‌ଆଇ ମନୋଜ ଜେନା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ତଦନ୍ତ ବେଳେ ଶୁକ୍ରବାର ବିଶ୍ୱସ୍ତ ସୂତ୍ରରୁ ଉକ୍ତ ବାଇକକୁ ଜଣେ ଯୁବକ ଚେକାଗୁଡ଼ା ନିକଟସ୍ଥ ନାଗାବଳୀ ପୋଲ ନିକଟରେ ଚଲାଉଥିବା ନେଇ ସୂଚନା ପାଇଥିଲେ । ସୂଚନା ପାଇବା ପରେ ସେଠାରେ ପହଞ୍ଚି ବାଇକ ଜବତ କରିବା ସହିତ ସୁରେଶଙ୍କୁ ଗିରଫ କରିଥିଲେ । ଗିରଫ ସୁରେଶଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି କେକେବିକେ କହଁର ସୂଚନା ଦେଇଛନ୍ତି ।

The post ବାଇକ୍‌ ଚୋରି କରି ନେଇଥିଲେ, ନାଗାବଳୀ ପୋଲ ଉପରେ ଚଲାଉଥିବା ବେଳେ ମାଡ଼ି ବସିଲା ପୋଲିସ appeared first on Dharitri Odia News.