ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ
ଢେଙ୍କାନାଳ,୧୫ା୩(ରତନ ନାୟାର): ଢେଙ୍କାନାଳ ସହରରେ ଶନିବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ହୋଲି ଉତ୍ସବ ଆୟୋଜିତ ହୋଇଥିଲା। ଉତ୍ସବରେ ଯୋଗଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତଙ୍କ ସହ ଧୂମ୍ଧାମରେ ହୋଲି ଖେଳିଥିଲେ। ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ। ଉତ୍ସବରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ […] The post ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ appeared first on Dharitri Odia News.
ଢେଙ୍କାନାଳ,୧୫ା୩(ରତନ ନାୟାର): ଢେଙ୍କାନାଳ ସହରରେ ଶନିବାର ରଙ୍ଗର ପର୍ବ ହୋଲି ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସହରସ୍ଥିତ ଗୋପବନ୍ଧୁ ଟାଉନ ହଲଠାରେ ହୋଲି ଉତ୍ସବ ଆୟୋଜିତ ହୋଇଥିଲା।
ଉତ୍ସବରେ ଯୋଗଦେଇ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସମସ୍ତଙ୍କ ସହ ଧୂମ୍ଧାମରେ ହୋଲି ଖେଳିଥିଲେ। ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ।
ଉତ୍ସବରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ ଓ କର୍ମୀ, ବିଭିନ୍ନ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା, ହାସ୍ୟ କବି, ନାଟ୍ୟକାର, ବୃଦ୍ଧିଜୀବୀ ସାମିଲ ହୋଇଥିଲେ। ହୋଲି ଉତ୍ସବ ଅବସରରେ ସମସ୍ତେ ଢେଙ୍କାନାଳର ପ୍ରସିଦ୍ଧ ବରା ଓ ଘୁଘୁନି, ଜିଲାପି ଓ ଦହିସରବତର ମଜା ନେଇଥିଲେ । ବାଦ୍ୟ ସଂଗୀତରେ ହୋଲି ଉତ୍ସବ ଜମିଥିଲା।
The post ଢେଙ୍କାନାଳରେ ହୋଲି ଖେଳିଲେ ଯୋଗାଣ ମନ୍ତ୍ରୀ appeared first on Dharitri Odia News.