ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ; ୩ଟି ମାମଲା ରୁଜୁ, ୮ ଗିରଫ

ଚଣ୍ଡିଗଡ଼: ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ବିବିସି ପଞ୍ଜାବୀ ର ସହଯୋଗୀ ସାମ୍ବାଦିକ ରବିନ୍ଦ୍ର ସିଂ ରବିନ ଏହି ସୂଚନା ଦେଇଛନ୍ତି। ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ଏଡିଜି ଗୁରିନ୍ଦର ସିଂ ଧିଲୋନ୍ଙ୍କ କହିବାନୁଯାୟୀ, ପୁଲିସ ୩ଟି ମାମଲା ରୁଜୁ କରିବା ସହ ୮ ଜଣଙ୍କୁ ଗିରଫ କରିଛି। #WATCH | Chandigarh: On Sangrur illicit liquor case, Punjab ADGLO Gurinder Singh […]

ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ; ୩ଟି ମାମଲା ରୁଜୁ, ୮ ଗିରଫ

ଚଣ୍ଡିଗଡ଼: ପଞ୍ଜାବର ସଙ୍ଗରୁର ଜିଲ୍ଲାରେ ବିଷାକ୍ତ ମଦ ପିଇ ୨୦ ଜଣଙ୍କ ମୃତ୍ୟୁ ଘଟିଛି। ବିବିସି ପଞ୍ଜାବୀ ର ସହଯୋଗୀ ସାମ୍ବାଦିକ ରବିନ୍ଦ୍ର ସିଂ ରବିନ ଏହି ସୂଚନା ଦେଇଛନ୍ତି। ଅନେକ ଲୋକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ରାଜ୍ୟ ଏଡିଜି ଗୁରିନ୍ଦର ସିଂ ଧିଲୋନ୍ଙ୍କ କହିବାନୁଯାୟୀ, ପୁଲିସ ୩ଟି ମାମଲା ରୁଜୁ କରିବା ସହ ୮ ଜଣଙ୍କୁ ଗିରଫ କରିଛି।

ଏହାକୁ ନେଇ ଭାରତୀୟ ଜନତା ପାର୍ଟି ଆମ୍ ଆଦମୀ ପାର୍ଟି ସରକାର ଏବଂ ରାଜ୍ୟର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କୁ ସମାଲୋଚନା କରିଛି। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର କହିଛନ୍ତି, ସଙ୍ଗରୁରରେ ବିଷାକ୍ତ ମଦ ଯୋଗୁଁ ଗତ ୪ ଦିନ ମଧ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ଯେଉଁ ଖବର ଆସୁଛି, ସେଥିରୁ ଜଣାପଡୁଛି ଯେ ଏହି ସଂଖ୍ୟା ବଢ଼ିପାରେ। ଏହି ଘଟଣା ଅତ୍ୟନ୍ତ ଦୁଃଖଦାୟକ। ମୃତକଙ୍କ ପରିବାର ପ୍ରତି ବିଜେପିର ସମବେଦନା।

ଏପରି ଏକ ସମୟରେ ଯେତେବେଳେ ପଞ୍ଜାବ ମୁଖ୍ୟମନ୍ତ୍ରୀ ସେଠାରେ ରହିବା ଉଚିତ୍ ଥିଲା। କିନ୍ତୁ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀ ବିରୋଧରେ ଆନ୍ଦୋଳନ କରିବାକୁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ସାହେବ ଦିଲ୍ଲୀ ଆସିଛନ୍ତି। ଯେତେବେଳେ ଆପଣଙ୍କ ରାଜ୍ୟରେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଛି, ସେତେବେଳେ ଅନ୍ୟ ରାଜ୍ୟକୁ ଯାଇ ନାଟକ କରିବା ଠିକ୍ ନୁହେଁ। ଏହି ଘଟଣାର ତଦନ୍ତ ପାଇଁ ଜଣେ ଏଡିଜି ପାହ୍ୟାର ଅଧିକାରୀଙ୍କ ଅଧ୍ୟକ୍ଷତାରେ ୪ ଜଣିଆ କମିଟି ଗଠନ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।