ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ହାଇୱା ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କାରେ ଦୁଇ ମୃତ, ୨ ଗୁରୁତର
ବଣାଇ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କାରେ ଦୁଇ ଜଣକ ମୃତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଜାତୀୟ ରାଜପଥର ୧୪୩ ନଂ ଚାନ୍ଦିପୋଷ ନିକଟରେ। ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାରୁ ଏକ ସ୍କର୍ପିଓ ଯୋଗେ ଖଣ୍ଡାଧାର ଯାଉଥିବାବେଳେ ଚାନ୍ଦିପୋଷ ନିକଟରେ ହାଇଓ୍ବା ସହ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଅନ୍ୟ ଜଣକ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ୨ ଗୁରୁତରଙ୍କ ମଧ୍ୟରୁ ଜଣେ ରାଉରକେଲା ଆଇଜିଏଚରେ ଏବଂ ଅନ୍ୟ ଜଣକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ମୃତକଙ୍କ ପରିଚୟ ମୃତକ ଆଦିତ୍ୟ ରାଉଳ ଏବଂ ବିପିନ ସେଠୀ ବୋଲି ଜଣାପଡ଼ିଛି। ୨ ଗୁରୁତର ପବିତ୍ର ସାହୁ, ଶେଖ ରାମଜାନ। ଘଟଣା ସ୍ଥଳରେ ଚାନ୍ଦିପୋଷ ପୋଲିସ ପହଞ୍ଚି ତଦନ୍ତ କରୁଛି ।
ବଣାଇ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ହାଇୱା ଓ ସ୍କର୍ପିଓ ମୁହାଁ ମୁହିଁ ଧକ୍କାରେ ଦୁଇ ଜଣକ ମୃତ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି। ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା ଚାନ୍ଦିପୋଷ ଥାନା ଜାତୀୟ ରାଜପଥର ୧୪୩ ନଂ ଚାନ୍ଦିପୋଷ ନିକଟରେ।
ମିଳିଥିବା ସୂଚନା ଅନୁଯାୟୀ, ରାଉରକେଲାରୁ ଏକ ସ୍କର୍ପିଓ ଯୋଗେ ଖଣ୍ଡାଧାର ଯାଉଥିବାବେଳେ ଚାନ୍ଦିପୋଷ ନିକଟରେ ହାଇଓ୍ବା ସହ ଧକ୍କା ହୋଇଥିଲା। ଏଥିରେ ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବାବେଳେ ହସ୍ପିଟାଲରେ ଅନ୍ୟ ଜଣକ ମୃତ୍ୟୁ ହୋଇଛି। ଘଟଣାରେ ଅନ୍ୟ ୨ ଗୁରୁତରଙ୍କ ମଧ୍ୟରୁ ଜଣେ ରାଉରକେଲା ଆଇଜିଏଚରେ ଏବଂ ଅନ୍ୟ ଜଣକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ମୃତକଙ୍କ ପରିଚୟ ମୃତକ ଆଦିତ୍ୟ ରାଉଳ ଏବଂ ବିପିନ ସେଠୀ ବୋଲି ଜଣାପଡ଼ିଛି। ୨ ଗୁରୁତର ପବିତ୍ର ସାହୁ, ଶେଖ ରାମଜାନ। ଘଟଣା ସ୍ଥଳରେ ଚାନ୍ଦିପୋଷ ପୋଲିସ ପହଞ୍ଚି ତଦନ୍ତ କରୁଛି ।