ରାଜ୍ୟବ୍ୟାପୀ ଗ୍ରାମ ପରିକ୍ରମା ଚାଲ ଅଭିଯାନ କରିବ ଭାଜପା
ଭୁବନେଶ୍ୱର,୨୭।୨(ସୁନିତ୍ ମିଶ୍ର):ରାଜ୍ୟର ସବୁ ପଞ୍ଚାୟତରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବାକୁ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ସୋମବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି ଉପସ୍ଥିତ ରହି ରାଜ୍ୟରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଚାଷୀଙ୍କ ଆୟକୁ […] The post ରାଜ୍ୟବ୍ୟାପୀ ଗ୍ରାମ ପରିକ୍ରମା ଚାଲ ଅଭିଯାନ କରିବ ଭାଜପା appeared first on Dharitri Odia News.
ଭୁବନେଶ୍ୱର,୨୭।୨(ସୁନିତ୍ ମିଶ୍ର):ରାଜ୍ୟର ସବୁ ପଞ୍ଚାୟତରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମ ସଫଳ କରିବାକୁ ଭାଜପା କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ ସୋମବାର ଦଳର ରାଜ୍ୟ କାର୍ଯ୍ୟାଳୟଠାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସାଧାରଣ ସମ୍ପାଦକ(ସଙ୍ଗଠନ) ମାନସ ମହାନ୍ତି ଉପସ୍ଥିତ ରହି ରାଜ୍ୟରେ ଗ୍ରାମ ପରିକ୍ରମା ଚାଲ ଅଭିଯାନ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ଚାଷୀଙ୍କ ଆୟକୁ ୨ଗୁଣା କରିବା ପାଇଁ କେନ୍ଦ୍ର ସରକାରଙ୍କ କୃଷକ କଲ୍ୟାଣକାରୀ ଯୋଜନା ବିଷୟରେ କୃଷକ ପଞ୍ଚାୟତ କରି ଲୋକଙ୍କୁ ଅବଗତ କରାଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବ୍ୟାପକ ଭାବେ କରିବାକୁ କୁହାଯାଇଛି। ବୈଠକରେ ମନମୋହନ କହିଛନ୍ତି, ଭାରତବର୍ଷର ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କ ଆୟକୁ ୨ ଗୁଣା କରିବା ପାଇଁ କୃଷକ କଲ୍ୟାଣକାରୀ ଯୋଜନା ଆଣିଛନ୍ତି। ଏହାଦ୍ୱାରା ଦେଶର ସମସ୍ତ ରାଜ୍ୟର ଚାଷୀମାନେ ଉପକୃତ ହେଉଥିବାବେଳେ ଓଡ଼ିଶାର କୃଷକମାନେ ଏଥିରୁ ବଞ୍ଚତ୍ତ ହେଉଛନ୍ତି। ଓଡ଼ିଶା ସରକାର କୃଷି ଯନ୍ତ୍ରପାତି କିଣାରେ ବ୍ୟାପକ ଦୁର୍ନୀତି, ଧାନମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା, ଧାନକିଣାରେ ୫ରୁ ୧୦ କେଜି କଟ୍ନି ଛଟ୍ନି କରିବା, ଶୀତଳଭଣ୍ଡାର କରିବାରେ ବିଫଳ, ଚାଷଜମିକୁ ଜଳସେଚନ କରିବାରେ ବିଫଳତା, କୃଷିଋଣ କାରବାରରେ ବ୍ୟାପକ ଜାଲିଆତି, ଚାଷୀ ଆତ୍ମହତ୍ୟା ବିଷୟରେ ଭାଜପା କୃଷକ ମୋର୍ଚ୍ଚା ଓଡ଼ିଶାର ୧୦ ହଜାର ଗ୍ରାମକୁ ଯାଇ କୃଷକ ପଞ୍ଚାୟତ କରିବା ସହିତ ଘର ଘର ସମ୍ପର୍କ କାର୍ଯ୍ୟକ୍ରମ ବ୍ୟାପକଭାବେ ଜନମତ ଜାଗ୍ରତ କରିବ। ଓଡ଼ିଶାରେ ଆଗାମୀ ନିର୍ବାଚନରେ ଭାଜପା ସରକାରକୁ ଆସିଲେ ଧାନ କୁଇଣ୍ଟାଲ ପ୍ରତି ୩୧ ଶହ ଟଙ୍କାରେ ଚାଷୀଙ୍କଠାରୁ କିଣିବ। କୃଷି ପାଇଁ ବ୍ୟବହୃତ ବିଦ୍ୟୁତ୍କୁ ମାଗଣାରେ ଚାଷୀଙ୍କୁ ପ୍ରଦାନ କରାଯିବ ବୋଲି ମନମୋହନ କହିଛନ୍ତି।
The post ରାଜ୍ୟବ୍ୟାପୀ ଗ୍ରାମ ପରିକ୍ରମା ଚାଲ ଅଭିଯାନ କରିବ ଭାଜପା appeared first on Dharitri Odia News.