ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ
ମହାକାଳପଡ଼ା, ୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଶାସକ ଦଳର ୪୧ ପଞ୍ଚାୟତ ପ୍ରତିନିଧିମାନେ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲାପାଳ ଅଭିଯୋଗକୁ ଭିତ୍ତିକରି ଆଇନଗତ ତର୍ଜମା ଓ ସମସ୍ତ ନଥିପତ୍ର ଯାଞ୍ଚ କରିବା ପରେ ଶନିବାର ପୂର୍ବାହ୍ନ ୧୧ଟାରେ ବ୍ଲକ ସଭା ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ପାଇଁ ସ୍ଥିରୀକୃତ ହୋଇଥିଲା। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ […] The post ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ appeared first on Dharitri Odia News.
ମହାକାଳପଡ଼ା, ୫ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ମନମୁଖି କାର୍ଯ୍ୟ ବିରୋଧରେ ଶାସକ ଦଳର ୪୧ ପଞ୍ଚାୟତ ପ୍ରତିନିଧିମାନେ ଉପଜିଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଉପଜିଲାପାଳ ଅଭିଯୋଗକୁ ଭିତ୍ତିକରି ଆଇନଗତ ତର୍ଜମା ଓ ସମସ୍ତ ନଥିପତ୍ର ଯାଞ୍ଚ କରିବା ପରେ ଶନିବାର ପୂର୍ବାହ୍ନ ୧୧ଟାରେ ବ୍ଲକ ସଭା ଗୃହରେ ଅନାସ୍ଥା ପ୍ରସ୍ତାବ ଉପରେ ବୈଠକ ପାଇଁ ସ୍ଥିରୀକୃତ ହୋଇଥିଲା। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ପର୍ବ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ ଥିଲା। ହେଲେ ବ୍ଲକର ୯ ଜଣ ପଞ୍ଚାୟତ ପ୍ରତିନିଧି ନିଜର ସ୍ବାସ୍ଥ୍ୟଗତ ସମସ୍ୟା ଦର୍ଶାଇ ଶନିବାର ଅନାସ୍ଥା ବୈଠକରେ ଯୋଗଦେଇ ପାରିବେ ନାହିଁ ବୋଲି ଉପଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଫଳରେ ଉପଜିଲାପାଳ ଏମାନଙ୍କ ଅଭିଯୋଗକୁ ବିଚାରକୁ ନେଇ ଶନିବାର ସ୍ଥିରୀକୃତ ହୋଇଥିବା ଅନାସ୍ଥା ପ୍ରସ୍ତାବ ବୈଠକକୁ ଚିଠି ନଂ. ୪୨୭୬/ ୪ା୪ା ୨୫ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ସ୍ଥଗିତ ରହିଲା ବୋଲି ଉଲ୍ଲେଖ କରିଛନ୍ତି। ଏହାର ଏକ କିତା ନକଲ ବିଡିଓଙ୍କୁ ଚିଠି ନଂ. ୪୨୭୭ ପ୍ରକାଶ ପାଇଥିଲା। ଏ ନେଇ ଚିଠି ନଂ. ୪୨୭୮ ତହସିଲଦାର ମହାକାଳପଡ଼ାଙ୍କୁ ପ୍ରେରଣ କରାଗଲା ବୋଲି ଉପଜିଲାପାଳଙ୍କ କର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି।
The post ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ସ୍ଥଗିତ appeared first on Dharitri Odia News.