ଟ୍ରକ୍‌ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ତିହିଡି,୨୧।୩(ସଞ୍ଜିତ ବଳ): ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ୨ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ସନିଆ ଦାସ(୧୮) ଏବଂ ତାଙ୍କ ଘର ତିହିଡି ବ୍ଲକ ପିରହାଟ ଥାନା ଅଧୀନ ଖେଦରପୁର ଗ୍ରାମରେ ବୋଲି ଜଣାପଡିଛି। ପୂର୍ବାହ୍ନ ସାଢେ ୧୦ଟା ସମୟରେ ସନିଆ ଅନ୍ୟ ଜଣେ ଯୁବକଙ୍କ ସହ ପିରହାଟ ଯାଉଥିବା ବେଳେ ପୁରୁଣାବଜାରରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା […] The post ଟ୍ରକ୍‌ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ appeared first on Dharitri Odia News.

ଟ୍ରକ୍‌ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ

ତିହିଡି,୨୧।୩(ସଞ୍ଜିତ ବଳ): ଭଦ୍ରକ- ଚାନ୍ଦବାଲି ରାଜ୍ୟ ରାଜପଥରେ ଗୁରୁବାର ୨ଟି ପୃଥକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଥିବାବେଳେ ୫ ଜଣ ଆହତ ହୋଇଛନ୍ତି। ମୃତ ଯୁବକଙ୍କ ନାଁ ସନିଆ ଦାସ(୧୮) ଏବଂ ତାଙ୍କ ଘର ତିହିଡି ବ୍ଲକ ପିରହାଟ ଥାନା ଅଧୀନ ଖେଦରପୁର ଗ୍ରାମରେ ବୋଲି ଜଣାପଡିଛି। ପୂର୍ବାହ୍ନ ସାଢେ ୧୦ଟା ସମୟରେ ସନିଆ ଅନ୍ୟ ଜଣେ ଯୁବକଙ୍କ ସହ ପିରହାଟ ଯାଉଥିବା ବେଳେ ପୁରୁଣାବଜାରରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ଚାନ୍ଦବାଲି ଅଭିମୁଖେ ଯାଉଥିବା ଏକ ଟ୍ରକରେ ପିଟି ହୋଇଯାଇଥିଲେ। ଗୁରୁତର ଆହତ ସନିଆ ଏବଂ ଅନ୍ୟ ଯୁବକଙ୍କ ସମେତ ସାଇକେଲ ଆରୋହୀଙ୍କୁ ଚିକିତ୍ସା ପାଇଁ ତିହିଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସନିଆଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଅନ୍ୟ ଯୁବକଙ୍କ ନାଁ ଅଭୟ ଦାସ(୨୧) ଏବଂ ତାଙ୍କ ଘର ଚାନ୍ଦବାଲି ଥାନା ଅଧୀନ ବାଲିଗାଁ ଗ୍ରାମରେ। ସେହିପରି ସାଇକେଲ ଆରୋହୀଙ୍କ ନାଁ ନିଶାକର ସେଠୀ(୪୫) ଏବଂ ତାଙ୍କ ଘର ପିରହାଟ ଥାନା ଅଧୀନ ସନ୍ଦକପୁର ଗ୍ରାମରେ ବୋଲି ଜଣାଯାଇଛି।
ସେହିପରି ପୂର୍ବାହ୍ନ ୧୦ଟା ସମୟରେ ସାମନ୍ତରାୟପୁର ଚଣ୍ତି ମନ୍ଦିର ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ବାଇକ ଧକ୍କା ଦେବା ଫଳରେ ସାଇକେଲ ଆରୋହୀଙ୍କ ସମେତ ୩ଜଣ ଗୁରୁତର ହୋଇଛନ୍ତି। ବାଇକ ଆରୋହୀ ଆଗରପଡା ଥାନା ଅଧୀନ ପାଖରମୌଜା ଗ୍ରାମର ଅନିରୁଦ୍ଧ ଖିଲାର(୪୫) ଏବଂ ତାଙ୍କ ଭିଣୋଇ ବାଇଧର ଦାସ(୬୦) ଚାନ୍ଦବାଲି ଥାନା ତେନ୍ତୁଲିଡିହ ପଞ୍ଚାୟତ ଅଧୀନ ଡିହବିଲ ଗ୍ରାମରେ। ଗଦିର ଦମକଳ ବାହିନୀ ଶଳାଭିଣୋଇଙ୍କୁ ତିହିଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସାଇକେଲ ଆରୋହୀ ପିରହାଟ ଥାନା ସାମନ୍ତରାୟପୁର ଗ୍ରାମର ଦୁର୍ଯ୍ୟୋଧନ ବିଶ୍ୱାଳ ହୋଇଥିବା ବେଳେ ସେ ଏବେ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ଜଣାଯାଇଛି।

The post ଟ୍ରକ୍‌ରେ ପିଟି ହୋଇ ଚାଲିଗଲା ସାଇକେଲ ଆରୋହୀଙ୍କ ଜୀବନ appeared first on Dharitri Odia News.