ବିଆଇଏସ୍ର ମାନକ ମହୋତ୍ସବ
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍), ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମାନକ ଦିବସ ପାଳନ କରାଯାଇଛି। ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଆୟୋଜିତ ମାନକ ମହୋତ୍ସବରେ ‘ଉନ୍ନତ ବିଶ୍ୱ ପାଇଁ ମିଳିତ ଦୃଷ୍ଟିକୋଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନରେ ବିଆଇଏସ୍ ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ତଥା ମୁଖ୍ୟ ଏକେ ପୁରୋହିତ ସ୍ବାଗତ ଅଭିଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ […] The post ବିଆଇଏସ୍ର ମାନକ ମହୋତ୍ସବ appeared first on Dharitri Odia News.
ଭୁବନେଶ୍ୱର,୧୨ା୧୧(ଅନୁରାଧା ମହାରଣା): କେନ୍ଦ୍ର ସରକାରଙ୍କ ଖାଉଟି ବ୍ୟାପାର ଓ ସର୍ବସାଧାରଣ ବଣ୍ଟନ ମନ୍ତ୍ରଣାଳୟ ଅଧୀନ ଭାରତୀୟ ମାନକ ବ୍ୟୁରୋ(ବିଆଇଏସ୍), ଭୁବନେଶ୍ୱର ପକ୍ଷରୁ ବିଶ୍ୱ ମାନକ ଦିବସ ପାଳନ କରାଯାଇଛି। ଏହି ଅବସରରେ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ଆୟୋଜିତ ମାନକ ମହୋତ୍ସବରେ ‘ଉନ୍ନତ ବିଶ୍ୱ ପାଇଁ ମିଳିତ ଦୃଷ୍ଟିକୋଣ’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଉଦ୍ଘାଟନୀ ଅଧିବେଶନରେ ବିଆଇଏସ୍ ଭୁବନେଶ୍ୱର ଶାଖାର ନିର୍ଦ୍ଦେଶକ ତଥା ମୁଖ୍ୟ ଏକେ ପୁରୋହିତ ସ୍ବାଗତ ଅଭିଭାଷଣ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଡ. ସଞ୍ଜୟ କୁମାର ନାୟକ ଓ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂହ ଯୋଗଦେଇଥିଲେ। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୟ ସମୟରେ ଦ୍ରବ୍ୟର ମାନକ ତଥା ଗୁଣବତ୍ତା ଯାଞ୍ଚ ଉପରେ ଗୁରୁତ୍ୱାରୋପ କରିଥିଲେ। ପରବର୍ତ୍ତୀ ଅଧିବେଶନରେ ଦୀପକ ମହାପାତ୍ର ଏସ୍ଡିଜି-୯: ଶିଳ୍ପ, ଉଦ୍ଭାବନ ଏବଂ ଭିତ୍ତିଭୂମି ଶୀର୍ଷକ ବିଷୟବସ୍ତୁ ଉପସ୍ଥାପନ କରିଥିଲେ। ଏହାପରେ ଅନୁଷ୍ଠିତ ୪ଟି ଟେକ୍ନିକାଲ ଅଧିବେଶନରେ ଆଇକ୍ୟୁଏମ୍ଏସ୍ର ନିର୍ଦ୍ଦେଶକ ସୁବ୍ରତ ପାଣିଗ୍ରାହୀ, ନ୍ୟାଶନାଲ ଇନ୍ଫର୍ମେଟିକ୍ସ ସେଣ୍ଟରର ନୀଳାଦ୍ରି ବିହାରୀ ମହାନ୍ତି, କିଟ୍ ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡ. ଅନିଶ ପାଣ୍ଡେ ଓ ସମ୍ବଲପୁରର ଜେଏସ୍ଡବ୍ଲ୍ୟୁ ବିପିଏସ୍ଏଲର ବିଜନେସ୍ ଏକ୍ସଲେନ୍ସ ମୁଖ୍ୟ ମୁକେଶ ପଣ୍ଡା ପ୍ରମୁଖ ଆଲୋଚନା କରିଥିଲେ। ଏହାସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକ କୁଇଜ୍ ପ୍ରତିଯୋଗିତା ହୋଇଥିଲା। ପଥପ୍ରାନ୍ତ ନାଟକ ସହ ଅନ୍ୟାନ୍ୟ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଚିତ୍ତାକର୍ଷକ ହୋଇଥିଲା।
The post ବିଆଇଏସ୍ର ମାନକ ମହୋତ୍ସବ appeared first on Dharitri Odia News.