ଛତିଶଗଡ଼ର କାଙ୍କେରରେ ନକ୍ସଲ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଏନକାଉଣ୍ଟର, ୨୯ ମାଓବାଦୀ ମୃତ
ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଖବର ସାମନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ଏକ୍ସଲଙ୍କୁ ବଡ଼ ଝଟକା ଲାଗିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲ ନିହତ ହୋଇଥିବା ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । ଏହାସହ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ହତିଆର ଜବତ କରାଯାଇଛି ।ସୂଚନା ଅନୁସାରେ ଘଟଣାସ୍ଥଳରୁ ସାତଟି ଏକ-୪୭ ଆସଲ୍ଟ ରାଇଫଲ ମଧ୍ୟ ଜବତ କରାଯାଇଛି । ଏହାସହ ଏନକାଉଣ୍ଟରରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ନକ୍ସଲୀ କମାଣ୍ଡର ଶଙ୍କର ରାଓର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।ମିଳିଥିବା ସୂଚନା ଅନୁସାରେ ବିଏସଏଫ ଏବଂ ଡିଆରଡି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ କାଙ୍କେରର ଛୋଟେବେଠିଆ ଥାନା ଅନ୍ତର୍ଗତ କଲପର ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ବାହାରିଥିଲେ । ଏହି ସମୟରେ ନକ୍ସଲଙ୍କ ସହ ଏନକାଉଣ୍ଟଉର ଆରମ୍ଭ ହୋଇଥିଲା । କାଙ୍କେର ଏସପି ଇନ୍ଦ୍ରା କଲ୍ୟାଣ ଏଲେସେଲା ନକ୍ସଲଙ୍କ ସହ ଗୁଳି ବିନିୟନ ଖବରକୁ ସ୍ପଷ୍ଟ କରିଛନ୍ତି । ତେବେ ଏଥିରେ ବିଏସଏଫର ଜଣେ ଇନ୍ସପେକ୍ଟର ଏବଂ ଡିଆରଜିର ଜଣେ ଯବାନ ଆହତ ହୋଇଛନ୍ତି । ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଖବର ଲେଖାଯିବା ସୁଦ୍ଧା ସୁରକ୍ଷାକର୍ମୀ ଏବଂ ପୋଲିସ ମଧ୍ୟରେ ଫାୟାରିଂ ଚାଲିଛି । ପୋଲିସର ବ୍ୟାକଅପ୍ ପାର୍ଟି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।
ନୂଆଦିଲ୍ଲୀ: ଛତିଶଗଡ଼ର କାଙ୍କେର ଜିଲ୍ଲାରେ ସୁରକ୍ଷାକର୍ମୀ ଏବଂ ନକ୍ସଲଙ୍କ ମଧ୍ୟରେ ଏନକାଉଣ୍ଟର ଖବର ସାମନାକୁ ଆସୁଛି । ମିଳିଥିବା ସୂଚନା ଅନୁସାରେ ମଙ୍ଗଳବାର ହୋଇଥିବା ଏନକାଉଣ୍ଟରରେ ଏକ୍ସଲଙ୍କୁ ବଡ଼ ଝଟକା ଲାଗିଛି । ସୁରକ୍ଷାକର୍ମୀଙ୍କ ଗୁଳିରେ ୨୯ ଜଣ ନକ୍ସଲ ନିହତ ହୋଇଥିବା ସ୍ଥାନୀୟ ଏସପି ସୂଚନା ଦେଇଛନ୍ତି । ଏହାସହ ଘଟଣା ସ୍ଥଳରୁ ବିପୁଳ ପରିମାଣରେ ହତିଆର ଜବତ କରାଯାଇଛି ।
ସୂଚନା ଅନୁସାରେ ଘଟଣାସ୍ଥଳରୁ ସାତଟି ଏକ-୪୭ ଆସଲ୍ଟ ରାଇଫଲ ମଧ୍ୟ ଜବତ କରାଯାଇଛି । ଏହାସହ ଏନକାଉଣ୍ଟରରେ ୨୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିବା ଦୁର୍ଦ୍ଦାନ୍ତ ନକ୍ସଲୀ କମାଣ୍ଡର ଶଙ୍କର ରାଓର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁସାରେ ବିଏସଏଫ ଏବଂ ଡିଆରଡି (ଜିଲ୍ଲା ରିଜର୍ଭ ଗାର୍ଡ)ର ଯବାନ କାଙ୍କେରର ଛୋଟେବେଠିଆ ଥାନା ଅନ୍ତର୍ଗତ କଲପର ଜଙ୍ଗଲରେ ସର୍ଚ୍ଚ ଅଭିଯାନରେ ବାହାରିଥିଲେ । ଏହି ସମୟରେ ନକ୍ସଲଙ୍କ ସହ ଏନକାଉଣ୍ଟଉର ଆରମ୍ଭ ହୋଇଥିଲା । କାଙ୍କେର ଏସପି ଇନ୍ଦ୍ରା କଲ୍ୟାଣ ଏଲେସେଲା ନକ୍ସଲଙ୍କ ସହ ଗୁଳି ବିନିୟନ ଖବରକୁ ସ୍ପଷ୍ଟ କରିଛନ୍ତି । ତେବେ ଏଥିରେ ବିଏସଏଫର ଜଣେ ଇନ୍ସପେକ୍ଟର ଏବଂ ଡିଆରଜିର ଜଣେ ଯବାନ ଆହତ ହୋଇଛନ୍ତି । ଦୁହିଁଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଛି । ଖବର ଲେଖାଯିବା ସୁଦ୍ଧା ସୁରକ୍ଷାକର୍ମୀ ଏବଂ ପୋଲିସ ମଧ୍ୟରେ ଫାୟାରିଂ ଚାଲିଛି । ପୋଲିସର ବ୍ୟାକଅପ୍ ପାର୍ଟି ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛି ।