ଦାୟିତ୍ୱ ନେଲେ ନୂଆ ପୁଲିସ୍‌ କମିଶନର; କହିଲେ- ଆଗକୁ ବହୁତ ଚ୍ୟାଲେଞ୍ଜ ଅଛି

ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କାର୍ଯ୍ୟଭାର ହାତକୁ ନେଇଛନ୍ତି।

ଦାୟିତ୍ୱ ନେଲେ ନୂଆ ପୁଲିସ୍‌ କମିଶନର; କହିଲେ- ଆଗକୁ ବହୁତ ଚ୍ୟାଲେଞ୍ଜ ଅଛି

ବିଭିନ୍ନ କ୍ଷେତ୍ରରେ ଜନସାଧାରଣ ପୁଲିସକୁ ସହାୟତା କରିବାକୁ ଆଗଭର ହୁଅନ୍ତୁ । ଜନସାଧାରଣଙ୍କ ସହାୟତାରେ କମିଶନରେଟ ପୁଲିସକୁ ଆଗକୁ ନେବୁ । ଆଗକୁ ନିର୍ବାଚନ ଥିବାରୁ ସେ ନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ଟ୍ୱିନ୍ ସିଟିରେ ଆଜି ନୂଆ ପୁଲିସ କମିଶନର ଭାବେ ସଂଜୀବ ପଣ୍ଡା ଦାୟିତ୍ୱ ନେବା ପରେ ଏଭଳି କହିଛନ୍ତି ।

ଆଜି ବିଦାୟୀ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ସଂଜୀବ ପଣ୍ଡା ଗୁଇନ୍ଦା ନିର୍ଦ୍ଦେଶକ ସହ କ୍ରାଇମବ୍ରାଞ୍ଚ ଏଡିଜି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।  

ନୂଆ ପୁଲିସ କମିଶନର ସଞ୍ଜୀବ ପଣ୍ଡା କହିଛନ୍ତି, ମୁଣ୍ଡ ଉପରେ ନିର୍ବାଚନ ଅଛି। ତାହାକୁ କିପରି ସୁରଖୁରରେ ସମ୍ପାଦନ କରାଯିବ, ସେଥିନିମନ୍ତେ ଏବେଠୁ ପ୍ରସ୍ତୁତି ଆରମ୍ଭ ହୋଇଯିବ । ଏଥିସହ ୫ଟି ଓ ମୋ’ ସରକାରର ସମସ୍ତ ନିୟମ ଅନୁପାଳନ କରିବୁ। ଏହାଦ୍ୱାରା ପୁଲିସ୍‌ ସାଧାରଣ ଲୋକଙ୍କ ନିକଟତର ହେବା ସହ ଅଧିକ ସେବା ଯୋଗାଇ ଦେଇ ପାରିବ ।

ଅପରାଧ ନିୟନ୍ତ୍ରଣ ସହ ସାଇବର କ୍ରାଇମ୍‌ ଓ ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଅଧିକ ଧ୍ୟାନ ଦେବୁ । ଏଥିସହ ସମାଜର ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ କମିଶନରେଟ୍ ପୁଲିସ କାମ କରିବ ବୋଲି କହିଛନ୍ତି ନୂଆ ପୁଲିସ୍‌ କମିଶନର ।

New & Old Police Commissionerନୂଆ ଓ ବିଦାୟୀ ପୁଲିସ୍‌ କମିଶନର ।

ବିଦାୟୀ ପୁଲିସ୍‌ କମିଶନର ସୌମ୍ୟ ପ୍ରିୟଦର୍ଶୀ କହିଛନ୍ତି, ୨ ବର୍ଷ ୧୧ ମାସ ଦ୍ୱୈତ ନଗରୀର ପୁଲିସ୍‌ କମିଶନର ଭାବେ କାର୍ଯ୍ୟ କରିଛି। ପାଖାପାଖି ୩ ବର୍ଷର ଯାତ୍ରା ଖୁବ୍‌ ସନ୍ତୋଷଜନକ ଥିଲା। ପୁଲିସ୍‌କୁ ଜନସାଧାରଣଙ୍କ ସହଯୋଗ ନିହାତି ଭାବେ ଆବଶ୍ୟକ । ପୁଲିସ୍‌କୁ ଜନାଭିମୁଖି କରିବାକୁ ମୁଁ ବହୁ ପଦକ୍ଷେପ ନେଇଛି। ସିନିୟର ସିଟିଜେନ ସେଲ୍‌, ବସ୍ତିକୁ ଚାଲ, ଇଟାଭାଟି ଶ୍ରମିକ ଆଦି କାର୍ଯ୍ୟକ୍ରମ ଜନସାଧାରଣଙ୍କ ସାହାଯ୍ୟ ସହଯୋଗ ପାଇଁ ସଫଳ ହୋଇପାରିଛି। ଏଥିସହ ଯେଉଁ କାମ ଅସମ୍ପୂର୍ଣ୍ଣ ରହି ଯାଇଛି, ତାହାକୁ ନୂଆ ପୁଲିସ୍‌ କମିଶନର ସମ୍ପୂର୍ଣ୍ଣ କରିବା ସହ ଆହୁରି ନୂଆ କାମ ହାତକୁ ନେବେ ବୋଲି ମୋର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି।

ବିଦାୟୀ ପୁଲିସ୍‌ କମିଶନର ସୌମ୍ୟ ପ୍ରିୟଦର୍ଶୀ ଏବେ ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ଭାବେ ଯୋଗ ଦେବେ। ଏହାଏକ ଗୁରୁ ଦାୟିତ୍ୱ ସମ୍ପନ୍ନ ପଦବୀ। ରାଜ୍ୟ ସରକାରଙ୍କ ଆଶାନୁରୂପ କାମ କରିବାକୁ ଚେଷ୍ଟା କରିବି। ନିଜ ଅଭିଜ୍ଞତା ଆଧାରରେ ସବୁ ଚ୍ୟାଲେଞ୍ଜକୁ ସମ୍ମୁଖୀନ ହେବାକୁ ଚେଷ୍ଟା କରିବି ବୋଲି ସେ କହିଛନ୍ତି।