କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ…

କୋଲକାତା,୨୩।୮: କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଘଟଣା ଦେଶକୁ ଦୋହଲାଇ ଦେଇଛି। ଘଟଣାର ତଦନ୍ତ ଯେତିକି ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପରିବାର ମଧ୍ୟ ଚିନ୍ତାରେ ଅଛନ୍ତି। ପୁଅର ଏଭଳି ଜଘନ୍ୟ କାଣ୍ଡ ଦେଖି ମା’ ମଧ୍ୟ ହତବାକ୍‌ ହୋଇପଡିଛନ୍ତି। ସେ ମଧ୍ୟ ଲଜ୍ଜାରେ ଆଉ ମୁଣ୍ଡ ଟେକି ଚାଲିପାରୁନାହାନ୍ତି। ସଞ୍ଜୟଙ୍କ ମା’ କହିଛନ୍ତି, ପୁଅ ପାଇଁ ଆମେ ମୁଣ୍ଡ […] The post କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ… appeared first on Dharitri Odia News.

କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ…

କୋଲକାତା,୨୩।୮: କୋଲକାତାସ୍ଥିତ ଆର୍‌.ଜି. କର ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲ ଘଟଣା ଦେଶକୁ ଦୋହଲାଇ ଦେଇଛି। ଘଟଣାର ତଦନ୍ତ ଯେତିକି ବଢୁଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସଞ୍ଜୟ ରାୟଙ୍କ ପରିବାର ମଧ୍ୟ ଚିନ୍ତାରେ ଅଛନ୍ତି। ପୁଅର ଏଭଳି ଜଘନ୍ୟ କାଣ୍ଡ ଦେଖି ମା’ ମଧ୍ୟ ହତବାକ୍‌ ହୋଇପଡିଛନ୍ତି। ସେ ମଧ୍ୟ ଲଜ୍ଜାରେ ଆଉ ମୁଣ୍ଡ ଟେକି ଚାଲିପାରୁନାହାନ୍ତି।
ସଞ୍ଜୟଙ୍କ ମା’ କହିଛନ୍ତି, ପୁଅ ପାଇଁ ଆମେ ମୁଣ୍ଡ ଟେକି ଚାଲିପାରୁନୁ। ଝିଅ-ଜ୍ୱାଇଁ ବି ଘରକୁ ଆସୁନାହାନ୍ତି। ମୋ ପୁଅ ବହୁତ ଭଲ ଥିଲା। ଏମିତି କାମ ସେ କରିଥିବ ବୋଲି ବିଶ୍ୱାସ କରିପାରୁନି। ପୁଅ ୨ଟି ବିବାହ କରିଥିଲା ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଅଗଷ୍ଟ ୯ରେ ହସ୍ପିଟାଲର ସେମିନାର ରୁମରୁ ମହିଳା ଡାକ୍ତରଙ୍କ କ୍ଷତାକ୍ତ ମୃତଦେହ ମିଳିଥିଲା। ମୃତଦେହ ମିଳିବାର ୧୨ ଘଣ୍ଟା ମଧ୍ୟରେ ପୋଲିସ ସଞ୍ଜୟ ରାୟକୁ ଗିରଫ କରିଥିଲା। ପୂର୍ବରୁ ଜଣାପଡିଥିଲା ଯେ, ଯେ ଅଗଷ୍ଟ ୮ ତାରିଖ ରାତି ୧୧ଟା ବେଳେ ସଞ୍ଜୟ ହସ୍ପିଟାଲର ପଛ ପଟକୁ ଯାଇଥିଲେ ଓ ସେଠାରେ ମଦ ପିଇଥିଲା। ମଦ ପିଇବା ବେଳେ ସେ ମୋବାଇଲରେ ଅଶ୍ଳୀଳ ଭିଡିଓ ଦେଖିଥିଲା। ଘଟଣା ଦିନ ରାତି ପ୍ରାୟ ୩.୫୦ ବେଳେ ସଞ୍ଜୟ ଆରଜି କର ହସ୍ପିଟାଲର ଟ୍ରମା ୟୁନିଟ ପାଖରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତା’ଙ୍କୁ ନିଶା ଏତେ ମାତ୍ରାରେ ହୋଇ ଯାଇଥିଲା ଯେ ସେ ଅପରେଶନ ଥିଏଟରର କବାଡରେ ମଧ୍ୟ ପିଟି ହୋଇଯାଇଥିଲା। ଭୋର ପ୍ରାୟ ୪.୦୩ରେ ତୃତୀୟ ମହଲାର ସେମିନାର ହଲକୁ ଯାଇ ଏଭଳି କାଣ୍ଡ କରିଥିଲେ।

 

The post କୋଲକାତା ଅଭିଯୁକ୍ତ ସଞ୍ଜୟଙ୍କ ମା’ ଖୋଲି କହିଦେଲେ ସବୁକଥା: ସେ ଏମିତି କାମ… appeared first on Dharitri Odia News.