ବାଘ ଛାଲ ଡିଲ୍‌ ବେଳେ ୫ ଜଣଙ୍କୁ ମାଡ଼ି ବସିଲା ବନ ବିଭାଗ

ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ଥ ସାନ ମହେଶ୍ୱର ସେକ୍ସନ ହରିପୁର ଗାଁରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ସେଠାକୁ ଯାଇଥିଲା।

ବାଘ ଛାଲ ଡିଲ୍‌ ବେଳେ ୫ ଜଣଙ୍କୁ ମାଡ଼ି ବସିଲା ବନ ବିଭାଗ

ଗ୍ରାହକ ହୋଇ ଯାଇଥିଲେ। ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲେ। କଲରାପତରିଆ ବାଘ ଛାଲ ଜବତ କରିଥିବା ବେଳେ ୫ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ବନ ବିଭାଗ। ନୂଆପଡ଼ା ଜିଲ୍ଲାରୁ ଆସିଛି ଏପରି ଖବର।

ଖଡିଆଳ ବନଖଣ୍ଡ ବିଭାଗ ଅଧିନସ୍ଥ ସାନ ମହେଶ୍ୱର ସେକ୍ସନ ହରିପୁର ଗାଁରେ କଲରାପତରିଆ ବାଘ ଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିଲା। ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଗ୍ରାହକ ସାଜି ସେଠାକୁ ଯାଇଥିଲା। ଡିଲ୍‌ ବେଳେ ସମସ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ବନ ବିଭାଗ। ଏଥିସହ ବାଘ ଛାଲ ଜବତ କରିଥିଲା। ଏହି ମାମଲାରେ ବନ ବିଭାଗ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ତେବେ ଦୁଇ ଜଣ ଫେରାର ହୋଇଯାଇଥିବା ଜଣାପଡ଼ିଛି।

ବନ ବିଭାଗ ଅଭିଯୁକ୍ତଙ୍କଠାରୁ ୨ଟି ବାଇକ, ୫ଟି ମୋବାଇଲ ଫୋନ ଜବତ କରିଛି। ଖଡିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ ଏନେଇ ସୂଚନା ଦେଇଛନ୍ତି। ଆଜି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସେ କହିଛନ୍ତି।

ରିପୋର୍ଟ- ନୂଆପଡ଼ାରୁ କୁନାଲ ଚରଣ ବେହେରା