୮୧ ବର୍ଷ ପୁରୁଣା ରହସ୍ୟ ଉପରୁ ଉଠିଲା ପରଦା...WW2ରେ ୬୪ ସୈନିକଙ୍କ ସହ ବୁଡ଼ି ଥିଲା ବ୍ରିଟିଶ ବୁଡ଼ାଜାହାଜ
ନୂଆଦିଲ୍ଲୀ: ସମୁଦ୍ର ଭିତରେ ପୁରୁଣା ଜାହାଜ, ଯୁଦ୍ଧପୋତ ଏବଂ ବୁଡ଼ଜାହାଜ ସନ୍ଧାନ କରୁଥିବା ଟିମ୍ ୮୧ ବର୍ଷ ପୁରୁଣା ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ୧୯୪୩ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରହସ୍ୟମୟ ଭାବେ ନିଖୋଜ ହୋଇଥିବା ବ୍ରିଟିଶ ବୁଡ଼ାଜାହାଜ HMS ଟ୍ରୁପେରକୁ ଗ୍ରୀସ୍ର କାଲାମୋସ ଆଇଲାଣ୍ଡ ନିକଟରେ ଥିବା ଏଜିୟନ ସାଗରରୁ ଖୋଜାଯାଇଛି । ସମୁଦ୍ରର ପ୍ରାୟ ୭୭୦ ଫୁଟ୍ ଗଭୀରରେ ଜାହାଜର ଭଗ୍ନାବଶେଷ ମିଳିଛି । HMS ଟ୍ରୁପେର N91 ରୂପେ ପରିଚିତ ଥିଲା । ବୁଡ଼ାଜାହାଜ ଏକ ସିକ୍ରେଟ୍ ମିଶିନରେ ୧୯୪୩ ଅକ୍ଟୋବରରେ ଯାତ୍ରା ଆରମ୍ଭ କରିଥିଲା । ଉଦ୍ଦେଶ୍ୟ ଥିଲା ତିନି ଗ୍ରୀକ୍ ରେଜିସଣ୍ଟାନ୍ସ ଏଜେଣ୍ଟ୍ସଙ୍କୁ କାଲାମୋସ ଦ୍ୱୀପରେ ପହଞ୍ଚାଇବା । କିନ୍ତୁ ସେହି ସମୟରେ ଏଜିୟନ ସାଗରରେ ପାଟ୍ରୋଲିଂ ପାଇଁ ଜାହାଜକୁ ନିର୍ଦ୍ଦେଶ ଆସେ । କିନ୍ତୁ ଜର୍ମାନୀ ସୈନିକ ସମୁଦ୍ରରେ ବାରୁଦର ସୁଡଙ୍ଗ ବିଛାଇଥିବା କେହି ଜାଣିନଥିଲେ । ୧୯୪୩ ଅକ୍ଟୋବର ୧୭ରେ ୬୪ ସୈନିକଙ୍କ ସହ ଏହି ବୁଡ଼ାଜାହାଜ ରହସ୍ୟମୟ ଭାବେ ନିଖୋଜ ହୋଇଥିଲା । ଗ୍ରୀକ୍ ଅଣ୍ଡରୱାଟର ବିଶେଷଜ୍ଞ କୋସ୍ତାସ ଥୋକ୍ଟେରିଡ୍ସଙ୍କ ଟିମ୍ ଏହାର ସନ୍ଧାନ କରିଛନ୍ତି । ଏହା ଏଜିୟନ ଆଇଲାଣ୍ଡର ଉତ୍ତରରେ ଇକେରିୟନ ସାଗାରରୁ ମିଳିଛି । ଏହି ସମୁଦ୍ର ଖରାପ ପାଗ ଏବଂ ଉଚ୍ଚ ଲହର ପାଇଁ ଦୁନିଆରେ ପରିଚିତ । କୋସ୍ତାସ କହିଛନ୍ତି ଯେ ଇକେରିୟନ ସାଗର ଭିତରେ ସାମୁଦ୍ରିକ ଲହରି ତୀବ୍ର ରହିଥାଏ । ଅର୍ଥାତ୍ ଅଣ
ନୂଆଦିଲ୍ଲୀ: ସମୁଦ୍ର ଭିତରେ ପୁରୁଣା ଜାହାଜ, ଯୁଦ୍ଧପୋତ ଏବଂ ବୁଡ଼ଜାହାଜ ସନ୍ଧାନ କରୁଥିବା ଟିମ୍ ୮୧ ବର୍ଷ ପୁରୁଣା ରହସ୍ୟ ଉପରୁ ପରଦା ଉଠାଇଛନ୍ତି । ୧୯୪୩ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ରହସ୍ୟମୟ ଭାବେ ନିଖୋଜ ହୋଇଥିବା ବ୍ରିଟିଶ ବୁଡ଼ାଜାହାଜ HMS ଟ୍ରୁପେରକୁ ଗ୍ରୀସ୍ର କାଲାମୋସ ଆଇଲାଣ୍ଡ ନିକଟରେ ଥିବା ଏଜିୟନ ସାଗରରୁ ଖୋଜାଯାଇଛି । ସମୁଦ୍ରର ପ୍ରାୟ ୭୭୦ ଫୁଟ୍ ଗଭୀରରେ ଜାହାଜର ଭଗ୍ନାବଶେଷ ମିଳିଛି ।
HMS ଟ୍ରୁପେର N91 ରୂପେ ପରିଚିତ ଥିଲା । ବୁଡ଼ାଜାହାଜ ଏକ ସିକ୍ରେଟ୍ ମିଶିନରେ ୧୯୪୩ ଅକ୍ଟୋବରରେ ଯାତ୍ରା ଆରମ୍ଭ କରିଥିଲା । ଉଦ୍ଦେଶ୍ୟ ଥିଲା ତିନି ଗ୍ରୀକ୍ ରେଜିସଣ୍ଟାନ୍ସ ଏଜେଣ୍ଟ୍ସଙ୍କୁ କାଲାମୋସ ଦ୍ୱୀପରେ ପହଞ୍ଚାଇବା । କିନ୍ତୁ ସେହି ସମୟରେ ଏଜିୟନ ସାଗରରେ ପାଟ୍ରୋଲିଂ ପାଇଁ ଜାହାଜକୁ ନିର୍ଦ୍ଦେଶ ଆସେ । କିନ୍ତୁ ଜର୍ମାନୀ ସୈନିକ ସମୁଦ୍ରରେ ବାରୁଦର ସୁଡଙ୍ଗ ବିଛାଇଥିବା କେହି ଜାଣିନଥିଲେ ।
୧୯୪୩ ଅକ୍ଟୋବର ୧୭ରେ ୬୪ ସୈନିକଙ୍କ ସହ ଏହି ବୁଡ଼ାଜାହାଜ ରହସ୍ୟମୟ ଭାବେ ନିଖୋଜ ହୋଇଥିଲା । ଗ୍ରୀକ୍ ଅଣ୍ଡରୱାଟର ବିଶେଷଜ୍ଞ କୋସ୍ତାସ ଥୋକ୍ଟେରିଡ୍ସଙ୍କ ଟିମ୍ ଏହାର ସନ୍ଧାନ କରିଛନ୍ତି । ଏହା ଏଜିୟନ ଆଇଲାଣ୍ଡର ଉତ୍ତରରେ ଇକେରିୟନ ସାଗାରରୁ ମିଳିଛି । ଏହି ସମୁଦ୍ର ଖରାପ ପାଗ ଏବଂ ଉଚ୍ଚ ଲହର ପାଇଁ ଦୁନିଆରେ ପରିଚିତ ।
କୋସ୍ତାସ କହିଛନ୍ତି ଯେ ଇକେରିୟନ ସାଗର ଭିତରେ ସାମୁଦ୍ରିକ ଲହରି ତୀବ୍ର ରହିଥାଏ । ଅର୍ଥାତ୍ ଅଣ୍ଡରୱାଟର କରେଣ୍ଟ । ଏହାକୁ ସମ୍ଭାଳି ନେଗେଟିଭ୍ କରିବା ଅତ୍ୟନ୍ତ କଷ୍ଟ କାମ । କୋସ୍ତାସ ଗ୍ରୀକ୍ ଅଣ୍ଡରୱାଟର ରିକଭରି କମ୍ପାନି ପ୍ଲାନେଟ୍ ବ୍ଲୁର ମାଲିକ । ଏହି ବୁଡ଼ାଜାହାଜ ଖୋଜିବା ପାଇଁ ତାଙ୍କ ଟିମ୍ ୧୪ ଥର ଉଦ୍ୟମ କରି ବିଫଳ ହୋଇଥିଲା । ଶେଷରେ ୨୦୨୪ ଅକ୍ଟୋବର ୩ରେ କୋସ୍ତାସଙ୍କ ଟିମ୍ ଏହି ବୁଡ଼ାଜାହାଜ ଖୋଜିବାରେ ସଫଳ ହେଲେ । ସୋନାରରେ ବୁଡ଼ାଜାହାଜର ସନ୍ଧାନ କରାଯିବା ପରେ ସମୁଦ୍ର ତଳର ନକ୍ସା ପ୍ରସ୍ତୁତ କରାଗଲା । ଏହାପରେ ସମୁଦ୍ରକୁ ସୁପର୍ ଏସିଲି ପଠାଯାଇ ଟ୍ରୁପର୍ ୭୭୦ ଫୁଟ୍ ଗଭୀରରେ ଥିବା ଜଣାପଡ଼ିଥିଲା । ପ୍ଲାନେଟ୍ ବ୍ଲୁ ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ବୁଡ଼ିଥିବା ୮ ବୁଡ଼ାଜାହାଜର ସନ୍ଧାନ କରିଛି । ଅଧ୍ୟୟନରୁ ଜଣାପଡ଼ିଛି ଯେ ଏକ ବଡ଼ ବିସ୍ଫୋରଣ ପରେ ବୁଡ଼ାଜାହାଜ ତିନି ବଡ଼ ଖଣ୍ଡ ହୋଇଥିଲା । ଏହି ବିସ୍ଫୋରଣ ଜର୍ମାନୀ ଦ୍ୱାରା ବିଛା ଯାଇଥିବା ବାରୁଦ ସୁଡ଼ଙ୍ଗ ଯୋଗୁଁ ହୋଇଥିଲା ।